ETV Bharat / state

ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି, ମାର୍ଚ୍ଚ ୨ରୁ ପରୀକ୍ଷା

author img

By ETV Bharat Odisha Team

Published : Feb 21, 2024, 9:59 AM IST

Mukhyamantri Research Fellowship Test: ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ । ଏନେଇ ମାର୍ଚ୍ଚ ମାସ 2 ତାରିଖଠାରୁ ପରୀକ୍ଷା ଆରମ୍ଭ ହେବ । ଏନେଇ ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ। ଅଧିକ ପଢନ୍ତୁ,

Mukhyamantri Research Fellowship Test
Mukhyamantri Research Fellowship Test

ଭୁବନେଶ୍ବର: ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ। ଏନେଇ ମାର୍ଚ୍ଚ ମାସ ୨ ତାରିଖ ଠାରୁ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ତିନିଦିନ ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨, ୪ ଓ ୬ ତାରିଖରେ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୧୦ ଟାରୁ ଏବଂ ଦ୍ଵିତୀୟ ସିଟିଂ ୨ଟାରୁ ଆରମ୍ଭ ହେବ। ତେବେ ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ରଖାଯାଇଛି।

Mukhyamantri Research  Fellowship Test
Mukhyamantri Research Fellowship Test

ଭିନ୍ନକ୍ଷମମାନଙ୍କୁ ଅଧିକ ୪୦ ମିନିଟ ସମୟ ଦିଆଯିବ। ମାର୍ଚ୍ଚ ୨ ଓ ୪ ତାରିଖରେ ଦୁଇଟି ଲେଖାଏଁ ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ ୬ ତାରିଖ ଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ। ଏଥିପାଇଁ ଭୁବନେଶ୍ବର ଜୋନ୍‌ରୁ ସମୁଦାୟ ୨୬୮୯ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲେଶ୍ବର ଜୋନ୍‌ର ୬୫୨ ଓ ସମ୍ବଲପୁର ଜୋନ୍‌ରେ ୬୯୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ବ୍ରହ୍ମପୁର ଓ ଜୟପୁର ଜୋନ୍‌ରେ ମଧ୍ୟ ପରୀକ୍ଷାର୍ଥୀମନେ ରହିଛନ୍ତି। ଭୁବନେଶ୍ବର ଜୋନ ପାଇଁ ବକ୍ସି ଜଗବନ୍ଧୁ (ବିଜେବି) ସ୍ଵୟଂଶାସିତ ମହାବିଦ୍ୟାଳୟ,ବାଲେଶ୍ବର ପାଇଁ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଏବଂ ସମ୍ବଲପୁର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବରେ ଚୟନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ- ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ'

ସୂଚନା ଅନୁଯାୟୀ, ଚଳିତ ବର୍ଷରୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଗବେଷଣା କରିବା ପାଇଁ ଏହି ଫେଲୋସିପ ଦିଆଯାଉଛି। ସେହିପରି ରାଜ୍ୟର ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ ଓ ଛାତ୍ରବୃତ୍ତି। ଏହା ଦ୍ବାରା ହଜାର ହଜାର ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇପାରିବେ। ଏନେଇ ଛାତ୍ରମାନଙ୍କୁ ବାର୍ଷିକ ମିଳିବ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ବାର୍ଷିକ ମିଳିବ ୧୦ ହଜାର ଟଙ୍କା। ତେବେ ଆସନ୍ତା ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟ୍‌କୁ ଏହି ଅର୍ଥ ରାଶି ପଠାଯିବ । ଏହା ଦ୍ଵାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ଉଚ୍ଚଶିକ୍ଷା ପଢିବା ପାଇଁ ଆଶା କରୁଥିଲେ ମଧ୍ୟ ଆର୍ଥିକ ସମସ୍ୟା କାରଣରୁ ଅନେକ ପିଲାମାନେ ଉଚ୍ଚଶିକ୍ଷା କରିବାରେ ବିଫଳ ହେଉଥିଲେ। ଯାହା ରାଜ୍ୟରେ ଡ୍ରପ ଆଉଟ୍ ସଂଖ୍ୟା ବଢିବାରେ ଲାଗୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.