ETV Bharat / state

ମାଲକାନଗିରିରେ ବିଜେପିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ବିଜେଡି ଓ କଂଗ୍ରେସ କର୍ମୀ - BJP Joining Program

author img

By ETV Bharat Odisha Team

Published : Apr 22, 2024, 12:53 PM IST

BJP Joining Program: ମାଲକାନଗିରିରେ ବିଜେପିର ମିଶ୍ରଣ ପର୍ବ । ଦଳରେ ସାମିଲ ହେଲେ ଶତାଧିକ ବିଜେଡି ଓ ବିଜେପି କର୍ମୀ । ଅଧିକ ପଢନ୍ତୁ

BJP JOINING PROGRAM
BJP JOINING PROGRAM
BJP JOINING PROGRAM

ମାଲକାନଗିରି: ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ଆୟୋଜନ କରି ବଳ ଗୋଟାଉଛି ବିଜେପି । ଜଣଙ୍କ ପରେ ଜଣେ ବିଜେଡି ଓ କଂଗ୍ରେସ ନେତା ଦଳରେ ସାମିଲ ହେଉଛନ୍ତି । ଏହି କ୍ରମରେ ରବିବାର ମାଥିଲି ବ୍ଲକ ବ୍ରାହ୍ମଣଗୁଡା ଠାରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ବିଜେପି ଜିଲ୍ଲା ସଭାପତି ନିମାଇଁ ପାଲଙ୍କ ନେତୃତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ମାଥିଲି ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଉଭୟ ବ୍ଳକର ଉପାଧ୍ୟକ୍ଷ ବିଜେପିରେ ଯୋଗ ଦେଇଛନ୍ତି। ଏଥିସହ ବିଜେଡି ଓ କଂଗ୍ରେସର ଏକ ହଜାରରୁ ଊର୍ଦ୍ଧ୍ବ କର୍ମୀ ଏହି ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । ଏହିକ୍ରମରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିରସାନି, ମାଥିଲି ଉପାଧ୍ୟକ୍ଷା ଦେବକୀ ଦଳେଇ, ଖଇରପୁଟ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲିଙ୍କ ସମେତ ସରପଞ୍ଚ ପ୍ରମିଳା ଗୁଣ୍ଠାଙ୍କ ସମେତ ବହୁ ଲୋକପ୍ରତିନିଧି ପଦ୍ମ କ୍ୟାମ୍ପରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଓଡ଼ଗାଁର ପୂର୍ବତନ ଅଧ୍ୟକ୍ଷ ସନ୍ନ୍ୟାସୀ ପ୍ରଧାନ - BJD JOINING PROGRAM

ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ଚିତ୍ରକୋଣ୍ଡା ଆସନ ପାଇଁ ଟିକଟ ଦେବା ଦେବାକୁ କେନ୍ଦ୍ର କରି ହୋଇଥିବା ବିଦ୍ରୋହର ଏହା ପରିମାଣ ବୋଲି କୁହାଯାଉଛି। ଅନ୍ୟପଟେ ଏଭଳି ମିଶ୍ରଣ ପର୍ବର କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ବିଜେଡି କହିଛି। ସେପଟେ ପୁଅ ମହେଶ ବାକା ଦଳ ଛାଡ଼ିବା ପରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଆଗାମୀ ଗତିବିଧି କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶା, ଅକ୍ଷୟ ବିଶ୍ଵାଳ, ରାଜ୍ୟ ସାଧାରଣ ସଂପାଦକ ପୂର୍ଣ୍ଣିମା କେରକେଟା, ପ୍ରଭାରୀ ନବଘନ ଲୋକେଇ, ଅଶୋକ ପରିଡା, ଡଙ୍ଗା ଶିଶା, କମଳେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାଲକାନଗିରି ସଦର ବ୍ଲକ ପାଣ୍ଡ୍ରିପାଣି ,ପଦ୍ମଗିରି ,ଉଡୁପା ଓ ସିଖପାଲି ପଞ୍ଚାୟତର ବିଜେଡି ଓ କଂଗ୍ରେସର ବହୁ କର୍ମୀ ବିଜେପିରେ ସମିଲ ହୋଇଛନ୍ତି । ଚିତ୍ରକୁଣ୍ଡା ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡି ଦଳରେ ପ୍ରତିଦିନ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ, ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ଲଢେଇ ହେବ ଏବଂ ଏହାର ଫାଇଦା କଂଗ୍ରେସ ନବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.