ETV Bharat / state

ବର୍ଷାର ଲୁଚକାଳି ଖେଳରେ ଚାଷୀ ହନ୍ତସନ୍ତ - Balangir farmers problem - BALANGIR FARMERS PROBLEM

Balangir farmers tension: ବର୍ଷା ହେଉନଥିବାରୁ ଚାଷ କାର୍ଯ୍ୟ କିପରି ହେବ ସେନେଇ ଚିନ୍ତାରେ ଚାଷୀ । ଶୁକତେଲ ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରି କ୍ଷେତରେ ପାଣି ଯୋଗାଇବାକୁ ଚାଷୀଙ୍କ ଦାବି । ଅଧିକ ପଢନ୍ତୁ

Balangir farmers tension
Balangir farmers tension (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 12:34 PM IST

ବଲାଙ୍ଗୀର: ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ହେଲେ ବର୍ଷାର ଲୁଚକାଳି ଖେଳରେ ଚାଷୀ ହନ୍ତସନ୍ତ । ଜୁନ ମାସ ମଧ୍ୟ ଭାଗ ହେଲାଣି ହେଲେ ବଲାଙ୍ଗୀର ଜିଲ୍ଲାରେ ଏଯାଏଁ ଦେଖିବାକୁ ମିଳିନି ମୌସୁମୀ ପ୍ରଭାବ । ବିନା ବର୍ଷାରେ ଏବେଯାଏଁ ଆରମ୍ଭ ହୋଇପାରୁନି ଚାଷ କାର୍ଯ୍ୟ । ଜଳସେଚନ ବିହୀନ ଜିଲ୍ଲାରେ ଏବେ ଆଶା ଆଶଙ୍କାରେ ଚାଷୀ । ଚାଷୀ ଲୋୟର ଶୁକତେଲ ପ୍ରକଳ୍ପ ଉପରେ ଆଶାବାନ୍ଧି ବସିଥିବା ବେଳେ ଏବେସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

Balangir farmers tension (ETV Bharat Odisha)

ଜୁନ ମଧ୍ୟଭାଗ ହେଲାଣି ହେଲେ ଏଯାଏ ଶୁଖିଲା ପଡିଛି ଜମି । ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଏଯାଏଁ ଦେଖିବାକୁ ମିଳିଲା ନାହିଁ ବର୍ଷା । ମରୁଡି ପ୍ରବଣ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବଲାଙ୍ଗୀର ଜିଲ୍ଲାର ଚାଷୀମାନେ ମୁଖ୍ୟତଃ ଚାଷ କାର୍ଯ୍ୟ ପାଇଁ ବର୍ଷା ଉପରେ ଆଶ୍ରୟ କରିଥାନ୍ତି । ହେଲେ ବର୍ଷା ଅଭାବରୁ ଏଯାଏଁ ଖରିଫ ଋତୁ ଚାଷ ଆରମ୍ଭ ହୋଇପାରିନାହିଁ ।

ଏହାମଧ୍ୟ ପଢନ୍ତୁ.. ଆସୁଛି ବର୍ଷା ଦିନ, ମୁକାବିଲା ପାଇଁ ଅନୁଗୋଳ-ବଲାଙ୍ଗୀରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Flood Preparation Meeting

ଜିଲ୍ଲାରେ ଅଖିମୁଠି ସହ ଚାଷ ଆରମ୍ଭ ହେଉଥିବା ବେଳେ ବର୍ଷାକୁ ଅନେଇ ବସିଛନ୍ତି ଚାଷୀ । ଜିଲ୍ଲାରେ ଜଳସେଚନର ସୁବିଧା ସେତେ ମାତ୍ରାରେ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଯେଉଁଥିପାଇଁ ସେମାନେ ବର୍ଷା ଉପରେ ନିର୍ଭର କରିଥାନ୍ତି । ବଲାଙ୍ଗୀର ବୃହତ ଜଳସେଚନ ପ୍ରକଳ୍ପ ଲୋୟର ଶୁକତେଲ ଉଦ୍ଘାଟନ ପରେ କ୍ଷେତକୁ ପାଣି ଆସିବ ବୋଲି ଚାଷୀ ଯେଉଁ ଆଶା ବାନ୍ଧି ବସିଥିଲା ତାହା ଏବେସୁଦ୍ଧା ପୂରଣ ହୋଇପାରିଲା ନାହିଁ । ଭୂତଳ ଜଳସେଚନ କାମ ଏପର୍ଯ୍ୟନ୍ତ ସରିନଥିବା ବେଳେ କେବେ ପାଣି ଆସିବ ସେନେଇ ଚିନ୍ତାରେ ଚାଷୀ । ତେବେ ନୂଆ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ସାରିବା ସହ କ୍ଷେତକୁ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।

ଅନ୍ୟପଟେ ଜିଲ୍ଲାର ଚାଷୀ ନେତା ସୌମେନ୍ଦ୍ର ପରିଛା କହିଛନ୍ତି ଯେ, ବଲାଙ୍ଗୀରରେ ଜଳ ସେଚନ ସୁବିଧା ଏଯାଏଁ ନଥିବା ସହିତ ସମାନ ଅଟେ ଏବଂ ବର୍ଷା ଉପରେ ହିଁ ଏଠିକାର ଚାଷ କାମ ନିର୍ଭର କରିଥାଏ । ହେଲେ ଏଥର ଏଯାଏଁ ବର୍ଷା ହୋଇ ନାହିଁ ଏବଂ ପୁଣି ମରୁଡି ସ୍ଥିତି ହେବ କି ବୋଲି ସେ ଚିନ୍ତା ପ୍ରକଟ କରିଛନ୍ତି । ସେ ଆଉମଧ୍ୟ କହିଛନ୍ତି ଯେ, ଲୋୟର ଶୁକତେଲ ଉଦ୍ଘାଟିତ ହୋଇଥିଲେ ସୁଦ୍ଧା ଏ ବର୍ଷ କ୍ଷେତକୁ ପାଣି ଲାଗିବ ନାହିଁ । ଯାହାଦ୍ୱାରା ପାଣି ପାଇବାର ଆଶା ଏବର୍ଷ ନାହିଁ । ସେହିପରି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସୁଦ୍ଧା ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ ହେବେ ଏବଂ ପରିସ୍ଥିତି ଏବେ ଯାହା ରହିଛି ଆଗକୁ ମଧ୍ୟ ସମାନ ରହିବ ବୋଲି ସେ କହିଛନ୍ତି । ତେଣୁ ନୂଆ ସରକାର ଏଠିକାର ଜଳ ସେଚନ ପ୍ରତି ପ୍ରଥମେ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.