ETV Bharat / state

ଗାଇଡଲାଇନ ଆଣିଲେ ମୋହନ ସରକାର, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ - Odisha Govt New Guidelines

author img

By ETV Bharat Odisha Team

Published : Sep 12, 2024, 6:48 PM IST

Mohan Majhi Govt Issued New Guidelines: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୁଣି କରିପାରିବେ ଚାକିରି । ଗାଇଡଲାଇନ ଆଣିଲେ ମୋହନ ସରକାର ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚାକିରି ସରିବା ପରେ ବି ଚାକିରି କରିପାରିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ । ପୁନଃ ନିଯୁକ୍ତି ପାଇଁ ଅବସରପ୍ରାପ୍ତ ଅଧିକାରୀ କେଉଁ ମାନଦଣ୍ଡରେ ଚୟନ ହେବେ, ସେ ନେଇ ଜାରି ହୋଇଛି ବିସ୍ତୃତ ଗାଇଡଲାଇନ ।

ଗାଇଡଲାଇନ ଆଣିଲେ ମୋହନ ସରକାର
ଗାଇଡଲାଇନ ଆଣିଲେ ମୋହନ ସରକାର (ETV Bharat Odisha)

ଚୟନ କମିଟି କରିବ ଚୟନ:

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଚୟନ କମିଟି ରହିବ । ଯାହାର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ । ସେହିପରି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବିଭାଗର ସଚିବ ଓ ଅର୍ଥ ସଚିବ ସଦସ୍ୟ ଓ ସମ୍ପୃକ୍ତ ବିଭାଗର ସଚିବ ଆବାହକ ଭାବେ ରହିବେ । ୬୫ ବର୍ଷରୁ କମ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ । ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ ।

ପୁନଃ ନିଯୁକ୍ତି ପାଇଁ କଣ ରହିଛି ମାପଦଣ୍ଡ

  • ଅବସରପ୍ରାପ୍ତ ଅଧିକାରୀଙ୍କ ବୟସ ୬୫ ବର୍ଷରୁ କମ୍‌
  • ଟ୍ରାକ ରେକର୍ଡ ଭଲ ଥିବ
  • ଶାରୀରିକ ଭାବରେ ଫିଟ ଥିବା ଦରକାର
  • ଉକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଅପରାଧିକ ମାମଲା ବିଚାରାଧୀନ ନଥିବ
  • ଅବସର ପୂର୍ବ ପାଞ୍ଚ ବର୍ଷ ମଧ୍ୟରେ ଅସଦାଚରଣ ପାଇଁ ଦଣ୍ଡିତ ହୋଇନଥିବେ
  • ଅବସରର ପୂର୍ବରୁ କ୍ରମାଗତ ୬୦ ମାସ ପାଇଁ ସିସିଆର ଉଲ୍ଲେଖନୀୟ ଥ‌ିବା ଦରକାର

ଏହା ମଧ୍ୟ ପଢନ୍ତୁ:ଆଦାନୀ ଗ୍ରୁପ ଅଧୀନକୁ ଗଲା ଗୋପାଳପୁର ବନ୍ଦର, 3 ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଏହା ମଧ୍ୟ ପଢନ୍ତୁ:ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ

କମିଟିର ସଭାପତି ରହିବେ ମୁଖ୍ୟ ଶାସନ ସଚିବ:

ତେବେ ବିଜ୍ଞାପନ କିମ୍ବା ସମୟ ସମୟରେ ସରକାରଙ୍କ ଦ୍ବାରା ସ୍ଥିର କରାଯାଉଥ‌ିବା ପଦ୍ଧତି ଦ୍ବାରା ଏହି ଅଧିକାରୀଙ୍କୁ ଚୟନ କରାଯିବ । ସମ୍ପୃକ୍ତ ପ୍ରଶାସନିକ ବିଭାଗଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ନିମନ୍ତେ ପ୍ରସ୍ତାବ ପରେ ନିଷ୍ପତ୍ତି ନେବା ପାଇଁ ଚୟନ କମିଟି ଗଠନ ହେବ । କମିଟିର ସଭାପତି ମୁଖ୍ୟ ଶାସନ ସଚିବ ରହିବେ ।

ଗାଇଡଲାଇନ ଆଣିଲେ ମୋହନ ସରକାର
ମୁଖ୍ୟମନ୍ତ୍ରୀ (ETV Bharat Odisha)

ପୁନଃ ନିଯୁକ୍ତିର ଅବଧି ବର୍ଷେ:

ସେହିପରି ସାଧାରଣ ପ୍ରଶାସନ ବିଭାଗର ସଚିବ, ଅର୍ଥ ସଚିବ ସଦସ୍ୟ ହେବେ । ସେହିପରି ସମ୍ପୃକ୍ତ ବିଭାଗର ସଚିବ ଆବାହକ ସଦସ୍ୟ ହେବେ । ସମ୍ପୃକ୍ତ ବିଭାଗର ସଚିବଙ୍କୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ବାଧ୍ୟତାମୂଳକ କାରଣ ବିଷୟରେ କମିଟିକୁ ସନ୍ତୁଷ୍ଟ କରିବାକୁ ପଡିବ । ସମସ୍ତ ପୁନଃନିଯୁକ୍ତି କେବଳ ସ୍ବତନ୍ତ୍ର କ୍ଷେତ୍ରରେ ବିଚାର କରାଯିବ, ନିତିଦିନିଆ କାର୍ଯ୍ୟ ପାଇଁ ନୁହେଁ । ସମ୍ପୃକ୍ତ ବିଭାଗରେ ପୁନଃନିଯୁକ୍ତି ମଞ୍ଜୁରିପ୍ରାପ୍ତ SB cadre ଏବଂ ଉପରସ୍ତରରେ ୧ ପ୍ରତିଶତ ମଧ୍ୟରେ ସୀମିତ ରହିବ । ବିଭାଗ ପ୍ରସ୍ତାବରେ ସନ୍ତୁଷ୍ଟ ହେଲେ କମିଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ସୁପାରିଶ କରିବେ । ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ପାଇଁ କମିଟିର ସୁପାରିଶ କେବଳ ଯଥେଷ୍ଟ ନୁହେଁ । ଏହା ପୁନଃନିଯୁକ୍ତି ନିମନ୍ତେ କୌଣସି ଅଧିକାର ବୋଲି ବିବେଚନା କରାଯିବ ନାହିଁ । ଏଭଳି ପୁନଃନିଯୁକ୍ତି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ । ପୁନଃନିଯୁକ୍ତି ନିମନ୍ତେ ପୋଷ୍ଟ ଫେକ୍ଟୋ ଅନୁମୋଦନ ହେବନାହିଁ । ପୁନଃନିଯୁକ୍ତିର ଅବଧି ଏକ ବର୍ଷ ପାଇଁ ରହିବ ।

JOB: 'ଜଙ୍ଗଲ ବିଭାଗରେ ୨ ହଜାର ଚାକିରୀ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି'

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ବଡ଼ ଉପହାର, ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ

ଭଲ କାମ କଲେ 3 ବର୍ଷ ବଢିବ ଅବଧି:

ଯଦି ସେ ସନ୍ତୋଷଜନକ ଭାବେ କାର୍ଯ୍ୟ ସମ୍ପାଦନ କରିଥ‌ିବେ, ତେବେ ପରବର୍ତ୍ତୀ ଅବଧି ଗୋଟିଏ ବର୍ଷ ଲେଖାଏଁ ତିନିବର୍ଷ ପାଇଁ ବୃଦ୍ଧି କରାଯିବ । ପୁନଃନିଯୁକ୍ତିର ସମୁଦାୟ ଚାରି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେବ । ପୁନଃନିଯୁକ୍ତ ଅଧିକାରୀ ଅର୍ଥ ବିଭାଗର ସହମତି କ୍ରମେ ପ୍ରଶାସନିକ ବିଭାଗ କର୍ତ୍ତୃପକ୍ଷ ଦ୍ଵାରା ସ୍ଥିରକୃତ ବେତନ, ଛୁଟି ଏବଂ ଅନ୍ୟାନ୍ୟ ଭତ୍ତା ପାଇବେ । ପୁନଃନିଯୁକ୍ତ ଅଧିକାରୀ ଓଡିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ର ନିୟମାବଳୀ ଦ୍ଵାରା ପରିଚାଳିତ ହେବେ । ଅସଦାଚରଣ, ତ୍ରୁଟି ଏବଂ କାର୍ଯ୍ୟରେ ଖିଲାପି ପାଇଁ ଓଡିଶା ପେନସନ ନିୟମ, ୧୯୯୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ । ଅସନ୍ତୁଷ୍ଟ ପ୍ରଦର୍ଶନ କିମ୍ବା ଅନ୍ୟ କାରଣ ପାଇଁ ଏକ ମାସ ନୋଟିସ ଦେଇ ଯେକୌଣସି ସମୟରେ ନିଯୁକ୍ତ କର୍ତ୍ତୃପକ୍ଷ ପୁନଃନିଯୁକ୍ତିକୁ ବନ୍ଦ କରିପାରିବେ । ପୁନଃନିଯୁକ୍ତ ଅଧିକାରୀ ଇସ୍ତଫା ଦେବାକୁ ଚାହାଁନ୍ତି ତେବେ ସେ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କୁ ଏକ ମାସର ଲିଖିତ ନୋଟିସ ଦେଇ ଇସ୍ତଫା ଦେଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.