ETV Bharat / state

ରିଲ୍ସ ସାଜିଲା କାଳ, ନଦୀରେ ପଡି ନାବାଳକଙ୍କ ମୃତ୍ୟୁ - minor boy fell into river - MINOR BOY FELL INTO RIVER

Minor boy fell into river: ରିଲ୍ସ ସାଜିଲା କାଳ । ନଦୀ ପୋଲ ଉପରେ ବସି ରିଲ୍ସ କରୁଥିବା ସମୟରେ ଫୋନ ପଡିଯିବାରୁ ନଦୀକୁ ଡେଇଁ ନାବାଳକଙ୍କ ମୃତ୍ୟୁ । ଜଗତସିଂହପୁରରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

REELS MISHAP JAGATSINGHPUR
REELS MISHAP JAGATSINGHPUR (Etv Bharat)
author img

By ETV Bharat Odisha Team

Published : May 3, 2024, 2:13 PM IST

REELS MISHAP JAGATSINGHPUR (Etv Bharat)

ଜଗତସିଂହପୁର: ରିଲ୍ସ ନେଲା ଜୀବନ । ନଦୀ ପୋଲ ଉପରେ ବସି ରିଲ୍ସ କରୁଥିବା ସମୟରେ ଫୋନ ପଡିଯିବାରୁ ନଦୀକୁ ଡେଇଁ ନାବାଳକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଅଠର ବାଙ୍କୀ ଅଞ୍ଚଳରେ । ଦିବାକର ମାନସିଂଙ୍କ 16 ବର୍ଷର ପୁଅ ତ୍ରିଲୋଚନ ସ୍ଥାନୀୟ କାଉଡ଼ିଆ ନଦୀ ପୋଲ ଉପରେ ବସି ରିଲ୍ସ କରୁଥିବା ସମୟରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ତ୍ରିଲୋଚନ କାଉଡ଼ିଆ ନଦୀ ପୋଲ କଡରେ ବସି ବିପଦପୂର୍ଣ୍ଣ ଭାବେ ରିଲ୍ସ କରୁଥିଲା ।ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ବାରଣ ମଧ୍ୟ କରିଥିଲେ । କିନ୍ତୁ ରିଲ୍ସ ନିଶାରେ ଗୋଟିଏ ପରେ ଗୋଟିଏ ଭିଡିଓ କରୁଥିବା ସମୟରେ ହଠାତ ହାତରୁ ଫୋନଟି ଖସିପଡି ପାଣିରେ ପଡିଯାଇଥିଲା । ଫୋନକୁ ଆଣିବାକୁ ଯାଇ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ ତ୍ରିଲୋଚନ । ଏହାକୁ ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି ପରେ ମଧ୍ୟ ତ୍ରିଲୋଚନ ଉଦ୍ଧାର ହୋଇପାରିନଥିଲେ । ପୁଣି ଗୁରୁବାର ସକାଳୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ ଅଗ୍ନିଶମ ଟିମ୍ । ଗୁରୁବାର ଅପରାହ୍ନରେ ନଦୀରେ ତ୍ରିଲୋଚନଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ହସ୍ପିଟାଲକୁ ପଠାଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ରିଲ୍ସ ନିଶା ହେଲା କାଳ, ଭିଡ଼ିଓ କରୁ କରୁ ପାଣି ସୁଅରେ ଭାସିଗଲେ 2 ଯୁବତୀ

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ଘଟଣା ପ୍ରଥମ ନୁହେଁ । ବର୍ତ୍ତମାନର ଯୁବପିଢିମାନଙ୍କ ମଧ୍ୟରେ ବିଶେଷ ଭାବରେ କିଶୋର ବୟସର ପିଲାମାନେ ରିଲ୍ସ ନିଶାରେ କବଳିତ ହେଉଥିବା ଦେଖିବାକୁ ମିଳିଛି । ରିଲ୍ସ ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରିବାକୁ ପଛାଉନାହାନ୍ତି ଯୁବପୀଢି । ଯେଉଁଥିପାଇଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ଏପରିକି ଜୀବନ ମଧ୍ୟ ଚାଲି ଯାଉଛି । ସରକାରୀ ଓ ବେସରକାରୀ ଭାବରେ ଯେତେ ସଚେତନ କରାଯାଉଥିଲେ ମଧ୍ୟ ତାହା ଯୁବ ବର୍ଗ ମାନଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରୁନାହିଁ । ଯେଉଁଥିପାଇଁ ଅକାଳରେ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଏଥିପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.