ETV Bharat / state

ମରଣଯନ୍ତା ମୁକୁଳା ଡ୍ରେନ୍‌, ଖସିପଡି ନାବାଳକ ମୃତ - Open Drain Mishap - OPEN DRAIN MISHAP

Open Drain Mishap: ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ୍‌ । ଏଥର ଭୁବନେଶ୍ବରରେ ନୁହଁ ବରଂ ବ୍ରହ୍ମପୁରରେ । ମୁକୁଳା ଡ୍ରେନରେ ଖସିପଡି ଭାସିଯାଇ ନାବାଳକର ମୃତ୍ୟୁ । ସ୍ଥାନୀୟ ପ୍ରଶାସନର ଦାୟିତ୍ବାହୀନତାକୁ ନେଇ ସାଧାରଣରେ ଅସନ୍ତୋଷ । ଅଧିକ ପଢନ୍ତୁ

Open Drain Mishap
Open Drain Mishap (Etv Bharat)
author img

By ETV Bharat Odisha Team

Published : Aug 22, 2024, 8:08 AM IST

Updated : Aug 22, 2024, 1:34 PM IST

OPEN DRAIN MISHAP (Etv Bharat)

ବ୍ରହ୍ମପୁର: ପୁଣି ଜୀବନ ନେଲା ମୁକୁଳା ଡ୍ରେନ । ଖସିପଡି ଚାଲିଗଲା ନାବାଳକର ଜୀବନ । ବ୍ରହ୍ମପୁର ମହାନଗର ନିଗମର ପୁରୁଣା ବ୍ରହ୍ମପୁର ଅଞ୍ଚଳର ଲକ୍ଷ୍ମୀନୃସିଂହ ସାହିର ୧୪-ନମ୍ବର ଲେନରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ସେହି ଅଞ୍ଚଳର ଶିବା ପାତ୍ରଙ୍କ 11 ବର୍ଷୀୟ ପୁଅ ସାଇରାମ । ସେ ସାଇକେଲ ଚଲାଇ ଯାଉଥିବା ବେଳେ ରାସ୍ତାକଡରେ ଥିବା ମୁକୁଳା ଡ୍ରେନରେ ଖସି ପଡିଥିଲେ । କିଛି ଘଣ୍ଚାର ଉଦ୍ଧାର ଅପରେସନରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ମୃତ ନାବାଳକଙ୍କ ଫାଇଲ ଫଟୋ
ମୃତ ନାବାଳକଙ୍କ ଫାଇଲ ଫଟୋ (Etv Bharat)
  • କେମିତି ଡ୍ରେନ୍‌ରେ ପଡିଗଲେ ନାବାଳକ:

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ସନ୍ଧ୍ୟାରେ ବ୍ରହ୍ମପୁର ସହରର ପ୍ରବଳ ବର୍ଷା ହୋଇଥିଲା । ସାଇରାମ ସାଇକେଲ ଚଲାଇ ଆସୁଥିବା ସମୟରେ‌ ହଠାତ୍ ମୁକୁଳା ଡ୍ରେନରେ ଖସି ପଡିଥିଲେ । ଏହାପରେ ସାଇକେଲଟି ସେହି ସ୍ଥାନରେ ଅଟକି ରହିଥିବା ବେଳେ ନାବାଳକ ଜଣଙ୍କ ଦୂରକୁ ଭାସି ଯାଇଥିଲେ । ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ ମଧ୍ୟ ସାଇରାମଙ୍କୁ ବଞ୍ଚାଇ ପାରିନଥିଲେ । ଏନେଇ ଖବର ପାଇବା ପରେ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କ ସହିତ ଅଗ୍ନିଶମ ଟିମ୍‌ ପହଞ୍ଚିଥିଲା । ଏହାପରେ ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ ଟିମ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ନାବାଳକର ମୃତଦେହ ଉଦ୍ଧାର କରିଥିଲେ । ନାବାଳକଙ୍କୁ ଉଦ୍ଧାର ପରେ ଏମ୍.କେ.ସି.ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ନାବାଳକଙ୍କ ଫାଇଲ ଫଟୋ
ମୃତ ନାବାଳକଙ୍କ ଫାଇଲ ଫଟୋ (Etv Bharat)
  • ଡ୍ରେନେଜ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ?

ମୁକୁଳା ଡ୍ରେନ୍‌ରେ ପଡି ନାବାଳକ ଓ ବୟସ୍କଙ୍କ ମୃତ୍ୟୁ ହୋଇଥିବା ଖବର ରାଜଧାନୀ ଭୁବନେଶ୍ବରରେ ବାରମ୍ଭାର ଘଟୁଥିବା ବେଳେ ଏବେ ବ୍ରହ୍ମପୁରରୁ ଏପରି ଖବର ଆସିଛି । ନାବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ସହରର ଡ୍ରେନେଜ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଶିଶୁଟି ଭାସିଯାଇଥିବା ସ୍ଥାନର ଡ୍ରେନରେ ଢାଙ୍କୁଣି ରହିଥିବା ବେଳେ ଅନ୍ୟପଟେ ମୁକୁଳା ରହିଛି । କାହିଁକି ଡ୍ରେନକୁ ବର୍ଷା ଦିନରେ ଏପରି ମୁକୁଳା ଛାଡି ଦିଆଯାଉଛି ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଏହି ଦୁଃଖଦ ଘଟଣା ଘଟିବା ପରେ ମହାନଗର ନିଗମ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ-ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ଡ୍ରେନ୍‌ରେ ପଡି ନାବାଳକର ମୃତ୍ୟୁ ପରେ ଘଟଣାସ୍ଥଳରେ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ସହରର କର୍ପୋରେଟର ଓ ବିଜେପି ଦଳର ବହୁ ନେତୃବୃନ୍ଦ ପହଞ୍ଚିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 22, 2024, 1:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.