ETV Bharat / state

ଜୁଏଲଙ୍କ ଧର୍ମ ପତ୍ନୀଙ୍କ ଦଶାହ କର୍ମ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - jhingia oram Memorial Service

author img

By ETV Bharat Odisha Team

Published : Aug 27, 2024, 11:09 PM IST

jhingia oram Memorial Service: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମ ଦଶାହ କର୍ମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୋକସନ୍ତପ୍ତ ପରିବାରକୁ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

jhingia oram Memorial Service
jhingia oram Memorial Service (ETV Bharat Odisha)

ରାଉରକେଲା: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗତ ଅଗଷ୍ଟ ୧୭ ତାରିଖ ଦିନ ଜୁଏଲ ଓରାମଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଜୁଏଲଙ୍କ ପୈତୃକ ଗାଁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ବ୍ଲକର କେନ୍ଦୁଢ଼ିହି ଗ୍ରାମରେ ଆଜି ଦଶାହ କର୍ମ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଜୁଏଲ ଆଜି ମଧ୍ୟ ପତ୍ନୀଙ୍କୁ ମନେ ପକାଇ ମନ ଦୁଃଖ କରିଛନ୍ତି । ଜୁଏଲ କହିଛନ୍ତି ଯେ ସବୁ କ୍ଷେତ୍ରରେ ତାଙ୍କ ଧର୍ମ ପତ୍ନୀ ତାଙ୍କ ସହ ରହୁଥିଲେ । ସେହିପରି ପୁରା କେନ୍ଦୁଡିହି ଆଜି ଝିଙ୍ଗିୟା ଓରାମଙ୍କୁ ମନେ ପକାଉଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିୟା ଓରାମଙ୍କ ଯେଉଁ ଦୁଃଖଦ ଦେହାନ୍ତ ହେଲା ତାଙ୍କ ପାଇଁ ଆମେ ଦୁଃଖିତ । ତାଙ୍କର ଆତ୍ମାକୁ ସଦଗତି କାମନା କରିବା ସହିତ ଆମେ ତାଙ୍କ ଗାଁକୁ ଆସି ତାଙ୍କ ଦଶାହା କାମରେ ରହି ତାଙ୍କୁ ସମବେଦନା ଜଣାଇଲୁ । ଜୁଏଲ ଭାଇଙ୍କ ଧର୍ମପତ୍ନୀ ଝିଙ୍ଗିୟା ଓରାମ ରାଜନୀତି କାଯ୍ୟରେ ଏବଂ ଜୁଏଲ ଭାଇଙ୍କୁ ସାହସ ଦଉଥିଲେ । "

ସେହିପରି ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ କହିଛନ୍ତି," ମୁଁ ଛାତ୍ର ଥିଲି, ମୁଁ ଜୁଏଲ ଭାଇଙ୍କ ଘରକୁ ଆସିଛି । ତାଙ୍କ ଧର୍ମପତ୍ନୀଙ୍କ ବ୍ୟବହାର ଏବଂ ସ୍ନେହଶୀଳ ଆଉ କମ କଥା କୁହନ୍ତି ଏବଂ ସେ ଭାରି ଆଦରି ଥିଲେ । ଆତିଥ୍ୟ ମୁଁ ପାଇଛି । ମୁ ଅଚାନକ ଖବର ପାଇଲି ରାତି 10:30ରେ ଜୁଏଲ ଭାଇଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହେଲା । ଯାହା ମୋ ପାଇଁ ବିଶ୍ୱାସ ହେଉନଥିଲା । ଜୁଏଲ ଭାଇଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ଏବଂ ତାଙ୍କ ଧର୍ମପତ୍ନୀଙ୍କ ଆତ୍ମକୁ ଭଗବାନ ଶାନ୍ତି ଦିଅନ୍ତୁ ।"

ଏହା ମଧ୍ୟ ପଢନ୍ତୁ .....ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ - Jual Oram wife passes away

ସେହିପରି ଏହି ଘଡ଼ିସନ୍ଦି ମୁହୁର୍ତ୍ତରେ ଜୁଏଲ ଓରାମ କହିଛନ୍ତି," ଦୁର୍ଭାଗ୍ୟର କଥା ଡେଙ୍ଗୁ ରୋଗରୁ ବର୍ତ୍ତି ପାରିଲେ ନାହିଁ ମୋ ଧର୍ମପତ୍ନୀ ,ତାଙ୍କର ଦେହାନ୍ତ ହେଇଗଲା । ଆଜି ଦଶାହ କ୍ରିୟାକ୍ରମ । ତାଙ୍କ ଆତ୍ମା ଶାନ୍ତି ପାଉ । ବହୁତ ଲୋକ ମୋ ଘରକୁ ଆସିଛନ୍ତି ମୋତେ ସମବେଦନା ଜଣାଉଛନ୍ତି , ସମସ୍ତଙ୍କୁ ଧନ୍ୟବାଦ । "

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.