ETV Bharat / state

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି

author img

By ETV Bharat Odisha Team

Published : Jan 30, 2024, 7:57 PM IST

Updated : Jan 30, 2024, 9:01 PM IST

Meenakshi Bahinipati appointed as president of Odisha Pradesh Mahila Congress: ମିନାକ୍ଷୀ ବାହିନୀପତିଙ୍କୁ ପୁରସ୍କାର । ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ମିଳିଲା ଗୁରୁଦାୟିତ୍ବ । କୋରାପୁଟ ଜିଲ୍ଲା ସଭାପତି ପଦ ହାତରୁ ଯିବା ପରେ ଅସନ୍ତୁଷ୍ଟ ଥିବା ମିନାକ୍ଷୀଙ୍କୁ ମନାଇବା ପାଇଁ ଦଳ ଦେଇଛି ମହିଳା ମୋର୍ଚ୍ଚା ଦାୟିତ୍ବ । ଏନେଇ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ମହିଳା କଂଗ୍ରେସ ସଭାନେତ୍ରୀ ହେଲେ  ମିନାକ୍ଷୀ ବାହିନୀପତି
ମହିଳା କଂଗ୍ରେସ ସଭାନେମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତିତ୍ରୀ ହେଲେ ମିନାକ୍ଷୀ ବାହିନୀପତି

ଭୁବନେଶ୍ବର: ମିନାକ୍ଷୀ ବାହିନୀପତିଙ୍କୁ ପୁରସ୍କାର । ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ମିଳିଲା ଗୁରୁଦାୟିତ୍ବ । କୋରାପୁଟ ଜିଲ୍ଲା ସଭାପତି ପଦ ହାତରୁ ଯିବା ପରେ ଅସନ୍ତୁଷ୍ଟ ଥିବା ମିନାକ୍ଷୀଙ୍କୁ ମନାଇବା ପାଇଁ ଦଳ ଦେଇଛି ମହିଳା ମୋର୍ଚ୍ଚା ଦାୟିତ୍ବ । ଏନେଇ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମିନାକ୍ଷୀ ବାହିନୀପତି ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ଅଛନ୍ତି ।

ମହିଳା କଂଗ୍ରେସ ସଭାନେତ୍ରୀ ହେଲେ  ମିନାକ୍ଷୀ ବାହିନୀପତି
ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି

ନୂଆ ପ୍ରଭାରୀ ଭାବେ ଅଜୟ କୁମାର ଦାୟିତ୍ବ ନେବା ପରେ କ୍ରିୟାଶୀଳ ହୋଇଛି ପ୍ରଦେଶ କଂଗ୍ରେସ । ଆକ୍ଟିଭ ମୋଡ଼କୁ ଆସିଛି କଂଗ୍ରେସ ସଂଗଠନ । ପ୍ରଥମେ କଂଗ୍ରେସର ମିଡ଼ିଆ ସେଲକୁ ପୁନଃଗଠିତ କରିଥିଲେ ଅଜୟ । ଆଉ ଏବେ ବଦଳିଛନ୍ତି ଦଳର ମହିଳା ନେତୃତ୍ବ । ବନ୍ଦିତା ପରିଡାଙ୍କ ବଦଳରେ ମିନାକ୍ଷୀ ବାହିନୀପତିଙ୍କୁ ମିଳିଛି ନୂଆ ଦାୟିତ୍ବ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗସ୍ତ ପରେ ସକ୍ରିୟ ହୋଇଥିବା କଂଗ୍ରେସର ମହିଳା ଦଳକୁ ମିଳିଛି ନୂଆ ନେତୃତ୍ବ ।

ଅଧିକ ପଢନ୍ତୁ- ହାତ ଛାଡିବେ କି ମିନାକ୍ଷୀ ? ଦିଲ୍ଲୀ ଗସ୍ତରେ ତାରା

ଗତ ଜୁନ 9 ତାରିଖରେ ଏଆଇସିସି 10 ଟି ଜିଲ୍ଲାର ଜିଲ୍ଲା ସଭାପତି ପରିବର୍ତ୍ତନ କରିଥିଲା । ଯେଉଁଥିରେ କୋରାପୁଟ ଜିଲ୍ଲା ମଧ୍ୟ ଥିଲା । କୋରାପୁଟ ଜିଲ୍ଲା କଂଗ୍ରେସର କମାଣ ଥିଲା ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ହାତରେ । ହେଲେ ଏଆଇସିସି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ବିଶ୍ବସ୍ତ ଦୁର୍ଗା ଶଙ୍କର ସାହୁ (ବୁଲୁ)ଙ୍କୁ ଜିଲ୍ଲା କଂଗ୍ରେସ ସଭାପତି କରିଥିଲା । ଯାହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ ତାରା । ଏପରିକି ଏଆଇସିସିର ଏହି ନିଷ୍ପତ୍ତିକୁ ବିରୋଧ କରି ଭୁବନେଶ୍ବର ଆସି ପିସିସି ଓ ନୂଆଦିଲ୍ଲୀ ଯାଇ ଏଆଇସିସି ନିକଟରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ସେତେବେଳେ ବାହିନୀପତି ଦମ୍ପତ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଲା । ଦିଲ୍ଲୀ ଗସ୍ତ ଅବସରରେ ଏଆଇସିସି ତାରା ବାହିନୀପତି ଓ ମିନାକ୍ଷୀ ବାହାନିପତିଙ୍କୁ ଉଚିତ ସମ୍ମାନ ସହ ପଦ ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ମଧ୍ୟ ଚର୍ଚ୍ଚା ହେଲା ।

ଏନେଇ ସେତେବେଳେ ମିନାକ୍ଷୀ ବାହିନୀପତି କହିଥିଲେ, ‘‘ସାଂସଦ କୋରାପୁଟରେ କଂଗ୍ରେସକୁ ମୂଳପୋଛ କରିବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ଦଳ ଓ କର୍ମୀଙ୍କ ସହ ସେ ନାହାନ୍ତି। ମୁଁ କର୍ମୀଙ୍କ ସହ ରହିଛି ରହିବି । କର୍ମୀମାନଙ୍କ ପରାମର୍ଶ ଓ ନିଷ୍ପତ୍ତି ପରେ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ଚିନ୍ତା କରିବି ।’’ ମିନାକ୍ଷୀ ଆହୁରି କହିଥିଲେ ଯେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ବହୁ ଦିନ ଧରି ସଭାପତି ପରିବର୍ତ୍ତନ ପାଇଁ ଉଦ୍ୟମ କରି ଆସୁଥିଲେ। ଏବେ ସଫଳ ହୋଇଛନ୍ତି ।

ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମିନାକ୍ଷୀ ବାହିନୀପତି ଯିବା ପଛରେ ସାଂସଦ ସପ୍ତଗିରିଙ୍କ ହାତ ଥିବା ଚର୍ଚ୍ଚା ହୋଇଥିଲା । ସାଂସଦ ନିଜ ବିଶ୍ବସ୍ତ ସହଯୋଗୀଙ୍କୁ ଜିଲ୍ଲା କଂଗ୍ରେସର କମାଣ ଦେବାରେ ସଫଳ ହେଲେ ବୋଲି ମଧ୍ୟ ଆଲୋଚନା ଚାଲିଲା । ଏହାକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ । ଉଭୟ ସାଂସଦ ଓ ବିଧାୟକଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଆହୁରି ବଢିବାରେ ଲାଗିଲା । ହେଲେ ଗତ କିଛି ଦିନ ହେଲା ତାରା ନୀରବ ରହିଥିଲେ । ଆଜି ଏଆଇସିସି ମିନାକ୍ଷୀ ବାହିନୀପତିଙ୍କୁ ଓଡିଶା ଶାଖା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2024, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.