ETV Bharat / state

ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ, ଆରମ୍ଭ ହେବ PhD କୋର୍ସ - Medical PhD Course In Odisha

author img

By ETV Bharat Odisha Team

Published : 2 hours ago

PhD Course For Medical Students: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତ କରିବା ପାଇଁ ପ୍ରୟାସ । ଆରମ୍ଭ ହେବ ମେଡିକାଲ କଲେଜରେ PhD । ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଅଧିକ ପଢ଼ନ୍ତୁ

Medical College To Set Up In All District Headquarters
Medical College To Set Up In All District Headquarters (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଆସିବ ଉନ୍ନତି । ସମସ୍ୟାରେ ସମ୍ମୁଖୀନ ହେବେ ନାହିଁ ରୋଗୀ । ଡାକ୍ତରଖାନାରେ ଖାଲିଥିବା ପଦବୀ ହେବ ପୂରଣ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଫଳରେ ରାଜ୍ୟରେ ଅଧିକ ଡାକ୍ତର ବାହାରିପାରିବେ । ଏହାସହ ରାଜ୍ୟରେ ପ୍ରଥମ ଥର ପାଇଁ ମେଡିକାଲ କଲେଜରେ ପିଏଚଡି କୋର୍ସ ଆରମ୍ଭ ହେବ ।

ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଡାକ୍ତରଖାନା ହେବ:

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ଏନେଇ ଆଗାମୀ ୫ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର କାର୍ଯ୍ୟ ଖସଡ଼ା । ୨୦୨୪ ସୁଦ୍ଧା ଏହା ପୂରଣ କରାଯିବ । ୨୦୧୪ ପରେ ରାଜ୍ୟରେ ଥିବା ମେଡ଼ିକାଲ କଲେଜ ଅନୁଦାନ ଅନୁପାତ ୬୦: ୪୦ ରହିଛି । ତେଣୁ ୧୧ ମେଡ଼ିକାଲ କଲେଜ ଏବେ କାମ କରୁଛି । ପରବର୍ତ୍ତୀ ସମୟରେ ତାଳଚେର ଓ କନ୍ଧମାଳରେ ୨ଟି ମେଡ଼ିକାଲ କଲେଜ ପାଇଁ ପାଇପଲାଇନରେ ରହିଛି ।"

ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ୬ ବିଶ୍ବବିଦ୍ୟାଲୟ ସହ ଚୁକ୍ତିନାମା:

ସ୍ବାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ୬ଟି ବିଶ୍ୱବିଦ୍ୟାଳୟର ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଓଡିଶାରେ ମେଡ଼ିକାଲ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ଏହା ସରକାରଙ୍କର ଏକ ଆଭିମୁଖ୍ୟ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମସ୍ତ ବିଶ୍ଵ ବିଦ୍ୟାଳୟ ସହ ୟୁଜି, ପିଜି ଡାକ୍ତରୀ, ଆୟୁର୍ବେଦ ଓ ହୋମିଓପ୍ୟାଥିକ ଡାକ୍ତରମାନଙ୍କ ସହ ଆଲୋଚନା ଅଧିକ ଭାବରେ ହୋଇପାରିବ । ବିଜ୍ଞାନ, ଗବେଷଣା, ମ୍ୟାନେଜମେଣ୍ଟ କ୍ଷେତ୍ରରେ ସମସ୍ତେ ଆଗକୁ ବଢିବ ।"

ଅବସର ପ୍ରାପ୍ତ ପ୍ରଫେସରଙ୍କୁ ପୁଣିଥରେ ନିଯୁକ୍ତି ପାଇଁ ଯୋଜନା:

ସେହିପରି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ବଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ କହିଛନ୍ତି, "ଆମ ରାଜ୍ୟରେ ସ୍ୱାସ୍ଥ୍ୟକୁ ଗବେଷଣା ଓ ମେଡିକାଲ କଲେଜରେ ବଢାଇ ପାରିବା ତେବେ ରୋଗୀ ସେବା ମଧ୍ୟ ଅଧିକ ଉପକାର ପାଇବେ । ଯେଉଁ ସମସ୍ତ ପ୍ରଫେସରମାନେ ରହିଛନ୍ତି ସେମାନଙ୍କର ଚାକିରିକାଳ ସରିଯାଇଛି ଓ ସେମାନେ କାର୍ଯ୍ୟକ୍ଷମ । ସେମାନେ ସେମାନଙ୍କର ପୁଣି ଥରେ ପାଠ ପଢାଇବା ଆରମ୍ଭ କରିପାରିବେ । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହାଦ୍ଵାରା ପ୍ରଫେସରମାନେ ଅଧିକ ଭାବରେ ନିଯୁକ୍ତି ପାଇବେ । ଭଲ ଡାକ୍ତର ନିଯୁକ୍ତି ହେବେ ତେବେ ସେହି ଅନୁପାତରେ ରୋଗୀମାନେ ମଧ୍ୟ ଉଚିତ ସ୍ୱାସ୍ଥ୍ୟ ସେବା ପାଇପାରିବେ ।"

ଓଡିଶା ସ୍ୱାସ୍ଥ୍ୟ କ୍ଷେତରେ ଆରମ୍ଭ ହେବ PHd:

ପ୍ରଫେସର ମାନସ ରଞ୍ଜନ କହିଛନ୍ତି, "ରାଜ୍ୟରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପିଏଚଡ଼ିର ଶୁଭାରମ୍ଭ ହେବ । ସ୍ଵାଧୀନତା ପରେ ମେଡିକାଲ ବିଜ୍ଞାନରେ ପିଏଚଡ଼ି ଆରମ୍ଭ ହୋଇନଥିଲା । ଯାହା ଏକ ସ୍ଵତନ୍ତ୍ର ପଦକ୍ଷେପ । ଏନେଇ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜରେ ଭଲ ସ୍ୱାସ୍ଥ୍ୟ ସେବା ଭଲ ଡାକ୍ତର ଓ ପ୍ରଫେସରମାନେ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯିବ । ସେହି ମେଡିକାଲ କଲେଜରେ ଗବେଷଣା ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ।"

କ୍ୟାପିଟାଲ ହସ୍ପିଟାଲରେ ୫୯ ଡାକ୍ତର ପଦବୀ ଖାଲି:

ଏପଟେ କ୍ୟାପିଟାଲ ହସପିଟାଲର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "୫୦୦୦ ରୋଗୀ ପ୍ରତ୍ୟେକ ଦିନ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ୪୦୦ ରୋଗୀ ଦିନକୁ ହସ୍ପିଟାଲରେ ଆଡମିସନ କରୁଛନ୍ତି । ବର୍ତ୍ତମାନ ଯେତିକି ହସ୍ପିଟାଲରେ ଡାକ୍ତର ରହିଛନ୍ତି, ସେମାନଙ୍କୁ ନେଇ ରୋଗୀ ସେବା ସମ୍ଭବ କରାଯାଉଛି । କିନ୍ତୁ ଅମାର ୫୯ ଡାକ୍ତର ପଦବୀ ଖାଲି ରହିଛି । ଡାକ୍ତର ଅଭାବ ପୂରଣ ପ୍ରତ୍ୟେକ ମାସରେ ସରକାରଙ୍କୁ ଚିଠି କରାଯାଉଛି । ସରକାର ନିଶ୍ଚୟ ଚିନ୍ତା କରିବେ ଯେ, କିଭଳି ଏହି ପୋଷ୍ଟ ପୂରଣ ହେବ ଓ ରୋଗୀ ସେବା ସୁରୁଖୁରରେ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ...ମେଗା ସ୍ବାସ୍ଥ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ମାଗଣାରେ ହେଲା ଚକ୍ଷୁ ପରୀକ୍ଷା, ହଜାର ହଜାର ଲୋକ ଉପକୃତ - Mega health fair
ଏହା ମଧ୍ୟ ପଢ଼ନ୍ତୁ...କଟକ SCB ମେଡିକାଲରେ ଦ୍ବିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ, ସ୍ବାମୀ ଦେହରେ ସ୍ତ୍ରୀ ଯକୃତ - Liver Transplant In SCB

ଏହା ମଧ୍ୟ ପଢ଼ନ୍ତୁ...ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଗାଇଡଲାଇନ୍‌, ସମସ୍ତ କର୍ମଚାରୀ ପିନ୍ଧିବେ ଆଇଡି କାର୍ଡ ଓ ସ୍ବତନ୍ତ୍ର ଡ୍ରେସକୋଡ - guidelines for healthcare personnel

ଏହା ମଧ୍ୟ ପଢ଼ନ୍ତୁ...Bird Flu: 'ମଣିଷକୁ ହୋଇନାହିଁ ବାର୍ଡ ଫ୍ଲୁ' ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ, ମରାଗଲାଣି 30 ହଜାର କୁକୁଡା - NO HUMAN DETECTED BIRD FLU

ସରକାରୀ ତଥ୍ୟ ଆଧାରରେ ସୂଚନା:

ରାଜ୍ୟରେ ମୋଟ୍‍ ୧୫୭୭୪ଟି ଏଲୋପାଥିକ ଡାକ୍ତର ପଦବୀ ଥିବାବେଳେ ଏଥିରୁ ୯୨୬୮ଟି ପଦବୀ ଖାଲି ପଡିଛି । ଏହିସବୁ ଡାକ୍ତର ପଦବୀ ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନା ସମେତ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ ରାଉରକେଲା ଓ ଜେଲ୍‍ ଡାକ୍ତରଖାନା ଆଦିରେ ରହିଛି । ରାଜ୍ୟରେ ଏବେ ମୋଟ୍‍ ୧୬୭୫ଟି ବିଭିନ୍ନ କିସମର ଡାକ୍ତରଖାନା ରହିଛି । ଏଥି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହାବାଦ୍‍ ୫୬୨ଟି ହୋମିଓପାଥିକ୍‍, ୬୨୦ଟି ଆୟୁର୍ବେଦ ଡାକ୍ତରଖାନା ରହିଛି । ଡାକ୍ତରଖାନା ଗୁଡିକରେ ମୋଟ୍‍ ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । ଏହି ସବୁ ପଦବୀରେ ୬୫୦୬ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ୮୯୧୨ଟି ଡାକ୍ତର ପଦବୀ ଖାଲି ପଡିଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ୫୯ଟି ଡାକ୍ତର ପଦବୀ ଖାଲି ପଡିଛି । ଆରଜିଏସ୍‍ ରାଉରକେଲାରେ ୬୦ଟି ଡାକ୍ତର ପଦବୀ ଖାଲି ଅଛି ।

କେଉଁଠି କେତେ ପଦବୀ ଖାଲି:

ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦୮୨ଟି ଡାକ୍ତର ପଦବୀ ଥିବାବେଳେ ଏଠାରେ ୭୪୭ ଡାକ୍ତର ପଦବୀ ଖାଲି ରହିଛି । ଝାରସୁଗୁଡା ଜିଲ୍ଲାରେ ୨୬୮ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୫୩ଟି ପଦବୀ ଖାଲି ଥିବା ବିଧାନସଭାରେ ପଚରା ଯାଇଥିବା ପ୍ରଶ୍ନରେ ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ । ଖାଲି ପଡିଥିବା ଡାକ୍ତର ପଦବୀଗୁଡିକୁ ଓପିଏସସି ଓ ଚୁକ୍ତିଭିତ୍ତିକ ଚୟନ ମାଧ୍ୟମରେ ପୂରଣ କରିବାପାଇଁ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ସମୁଦାୟ ୨୬୯୮ ମଞ୍ଜୁରୀପ୍ରାପ୍ତ ଫାର୍ମାସୀ ଅଫିସର, ୧୪୪୫ ଲାବୋରଟାରୀ ଟେକ୍ନିସିଆନ ଓ ୬୫୫ଟି ମଞ୍ଜୁରୀପ୍ରାପ୍ତ ରେଡିଓଗ୍ରାଫର ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରୁ ୩୩୮ଟି ରେଡିଓଗ୍ରାଫର ପଦବୀ ଓ ୨୦୬ ଗୋଟି ଫର୍ମାସୀ ଅଫିସର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ପ୍ରଶ୍ନ ଉତ୍ତରରେ ଏଭଳି ତଥ୍ୟ ଦର୍ଶାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.