ETV Bharat / state

ଖଣି ମାଲିକଙ୍କ ଅଡ଼ୁଆ ବଢ଼ିଲା; PMLA କୋର୍ଟରେ ସମ୍ପତ୍ତି ତାଲିକା ଦାଖଲ କଲା ED - Kasiabeda Illegal Mining Case

author img

By ETV Bharat Odisha Team

Published : Jul 20, 2024, 9:57 PM IST

Kasiabeda Illegal Mining Case: ମୟୂରଭଞ୍ଜ କାଶିଆବେଡା ବେଆଇନ ଖଣି ଖନନ ମାମଲା । ଖଣି ମାଲିକଙ୍କ ବେଆଇନ ସମ୍ପତ୍ତି ତାଲିକା ଭୁବନେଶ୍ବର PMLA କୋର୍ଟରେ ଦାଖଲ କଲା ଇଡି । ସିଦ୍ଧାର୍ଥ ସ୍ପଞ୍ଜ ଓ ଦାସ ଭାଇ ମିନେରାଲ ମାଲିକଙ୍କ ସହ ଅନ୍ୟ ଖଣି ମାଲିକଙ୍କ ପାଇଁ ବଢିଛି ଅଡୁଆ । ଅଧିକ ପଢ଼ନ୍ତୁ

Kasiabeda Illegal Mining Case
Kasiabeda Illegal Mining Case (ETV Bharat Odisha)

ଭୁବନେଶ୍ବର: ବେଆଇନ ଖଣି ଖନନ କରୁଥିବା ଖଣି ମାଲିକଙ୍କ ଅଡ଼ୁଆ ବଢ଼ିଲା । ମୟୂରଭଞ୍ଜ କାଶିଆବେଡା ବେଆଇନ ଖଣି ଖନନ ମାମଲାରେ ଖଣି ମାଲିକଙ୍କ ବେଆଇନ ସମ୍ପତ୍ତି ତାଲିକା ଦାଖଲ କଲା ଇଡି । ଭୁବନେଶ୍ବର PMLA କୋର୍ଟରେ ଦାଖଲ ପରେ ବିଚାର ପ୍ରକ୍ରିୟା ପାଇଁ ଗ୍ରହଣ କରିଛନ୍ତି କୋର୍ଟ । ଏହାପରେ ସିଦ୍ଧାର୍ଥ ସ୍ପଞ୍ଜ ଓ ଦାସ ଭାଇ ମିନେରାଲ ମାଲିକଙ୍କ ସହ ଅନ୍ୟ ଖଣି ମାଲିକଙ୍କ ପାଇଁ ବଢିଛି ଅଡୁଆ ।

ଇଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୂର୍ବରୁ କାଶିଆବେଡା ଖଣି ଦୁର୍ନୀତିର ଭିଜିଲାନ୍ସ ପକ୍ଷରୁ ହୋଇଥିବା କେସର ତଥ୍ୟ ଆଧାରରେ ବିଭିନ୍ନ ଖଣି ମାଲିକଙ୍କ ଘରେ ରେଡ କରି ଠାବ ହୋଇଥିଲା ବେଆଇନ ସମ୍ପତ୍ତି । ସେମାନଙ୍କଠାରୁ ମିଳିଥିବା ବେଆଇନ ଆର୍ଥିକ ସମ୍ପତ୍ତିର କାରବାର ଓ ତାଲିକା ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଛନ୍ତି ଇଡି ଅଧିକାରୀ । ଯାହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି କୋର୍ଟ । କାରଣ ଏହି ଖଣି ମାଲିକଙ୍କ ମଧ୍ୟରେ ରହିଛି ଏମ୍‌ଏସ୍‌ ଦାସ ଭାଇ ମିନେରାଲସର ମାଲିକ ବସନ୍ତ କୁମାର ଦାସଙ୍କର ୧ କୋଟି ୫୨ ଲକ୍ଷ ଟଙ୍କାର ସମ୍ପତ୍ତି । ସେହିଭଳି ସିଦ୍ଧାର୍ଥ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡର ଆନନ୍ଦ ଅଗ୍ରୱାଲଙ୍କର ମଧ୍ୟ ବେଆଇନ ଆର୍ଥିକ ସମ୍ପତ୍ତିର ହିସାବ ନିକାଶ କୋର୍ଟରେ ଦାଖଲ କରାଯାଇଛି । ଯାହାଫଳରେ ବେଆଇନ ଖଣି ଖନନ କରିଥିବା ଖଣି ମାଲିକଙ୍କ ପାଇଁ ଅଡୁଆ ବଢିଛି ।

କାଶିଆବେଡାରେ ଥିବା ଲୁହାପଥର ଖଣିରେ କ୍ଷମତାଠାରୁ ଅଧିକ ଖଣି ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ଖଣି ଖନନ ପାଇଁ ମିଳିଥିବା ଅନୁମତି ଅଞ୍ଚଳ ଠାରେ ଲୁହାପଥର ଖଣିଜ ପଦାର୍ଥକୁ ଅତ୍ୟଧିକ ଖନନ କରି କୋଟି କୋଟି ଟଙ୍କା ଆୟ ସହ ରାଜସ୍ବ କ୍ଷତି କରାଇଥିଲେ ଅନେକ ଖଣି କମ୍ପାନୀ । ଏନେଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଏହି ଘଟଣାର ତନାଘନା କରାଯାଇଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କେସ କରାଯାଇ ତଦନ୍ତ ଚାଲିଥିଲା । ସେହି ଦୁର୍ନୀତି ଘଟଣାକୁ ଆଧାର କରି ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତନାଘନା କରାଯାଇଥିଲା । ଏପରିକି ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ କେସ ରୁଜୁ ହୋଇ ଘଟଣାର ତଦନ୍ତ ପୂର୍ବରୁ ଚାଲୁ ରଖିଥିଲା ଇଡି‌ । ୨୦୨୩ରେ ଏନେଇ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଏ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସ୍ଥାନରେ ଅସ୍ଥାବର ସମ୍ପତ୍ତିର ହିସାବ ନିକାସ କରିଥିଲା ଇଡି । ପରେ ଏନେଇ 21 କୋଟି ଟଙ୍କାର ସରକାରୀ ଆର୍ଥିକ କ୍ଷତି କରାଇ ବୈଦେଶିକ କାରବାର କରିଥିବା ସିଦ୍ଧାର୍ଥ ସ୍ପଞ୍ଜର କାରନାମା ଜାଣିବାକୁ ପାଇଥିଲା ଇଡି । ଏପରିକି 35 କୋଟି ଟଙ୍କା ବେଆଇନ ଭାବେ କେଉଁଆଡ଼େ ନିବେଶ କରିଥିବା ମଧ୍ୟ ସୁରାକ ମିଳିଥିଲା । ଏନେଇ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆନନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଅନେକ ଥର ଏ ସମ୍ପର୍କରେ ତଥ୍ୟ ରଖିବାକୁ ନୋଟିସ ଜାରି କରାଯାଇଥିଲା । ହେଲେ ନୋଟିସକୁ ବାରମ୍ବାର ପ୍ରତ୍ୟାଖାନ କରିଚାଲିଥିଲେ ସେ । ଶେଷରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢ଼ନ୍ତୁ...ଖଣି ଦୁର୍ନୀତି ମାମଲାରେ EDର ଗିରଫଦାରୀ, ସିଦ୍ଧାର୍ଥ ସ୍ପଞ୍ଜର ନିର୍ଦ୍ଦେଶକ ଆନନ୍ଦ ଅଗ୍ରୱାଲ ଗିରଫ - Anand Agrawal Arrested By ED

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.