ETV Bharat / state

ମାଲକାନଗିରିରେ ଧସିଲା ପାହାଡ଼, ବୁଡ଼ିଲା ପୋଲ: ୭ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - Malkangiri landslide

author img

By ETV Bharat Odisha Team

Published : Jul 27, 2024, 10:25 PM IST

Landslide In Malkangiri: ଲଗାଣ ବର୍ଷାରେ ମାଲକାନଗିରିରେ ସ୍ଥିତି ସଙ୍ଗୀନ ରହିଛି । ବାୟାପଡା ଘାଟିରେ ଭୂସ୍ଖଳନ ହୋଇଥିବାବେଳେ ପୋଲ ମଧ୍ୟ ବୁଡି ଯାଇଛି । ଫଳରେ ୭ରୁ ଊର୍ଦ୍ଧ୍ବ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପୂରା ଖବର ପଢନ୍ତୁ

Landslide In Malkangiri
Landslide In Malkangiri (ETV Bharat Odisha)

ମାଲକାନଗିରି: ବାୟାପଡା ଘାଟିରେ ଭୂସ୍ଖଳନ । ଯାହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଥିବାବେଳେ ରାସ୍ତା ମରାମତି ପାଇଁ ଦାବି ହୋଇଛି । ମୋବାଇଲରେ ଭିଡିଓ କରି ରାସ୍ତା ମରାମତି କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଆଦିବାସୀ ଯୁବକ । ସେପଟେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି, "ଘଟଣା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ବର୍ଷା କମିଲେ ଯାତାୟତ ସ୍ବାଭାବିକ ହେବ ।"

କେଉଁଠି ହୋଇଛି ଭୂସ୍ଖଳନ ?

ସୂଚନା ଅନୁସାରେ, ମାଲକାନଗିରିର ଜିଲ୍ଲା ନାକାମାମୁଡି ପଞ୍ଚାୟତ ବାୟପଡା ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି । ଖଇରପୁଟ ବ୍ଲକ ଓରଙ୍ଗିଠାରୁ ବାୟାପଡା ନିର୍ମାଣଧୀନ ଘାଟି ରାସ୍ତାଟି ପ୍ରବଳ ବର୍ଷା କାରଣରୁ ଦବି ଯାଇଛି । ଯାହାଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ନାକାମାମୁଡ଼ି ପଞ୍ଚାୟତର ୭ରୁ ଊର୍ଦ୍ଧ୍ବ ଗାଁ । ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଆଜି ପ୍ରବଳ ବର୍ଷା ଯୋଗୁଁ ବାୟାପଡା ଘାଟିରେ ଭୁସ୍ଖଳନ ହୋଇଛି । ଯାତାୟାତ ବନ୍ଦ ହେବା ଫଳରେ ଚିତ୍ରକୁଣ୍ଡା ଜଳଭଣ୍ଡାର ଦେଇ ବୋଟ କିମ୍ବା ଦେଶୀ ଡଙ୍ଗା ସାହାଯ୍ୟରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ।

ଭୁସ୍ଖଳନର ଦୃଶ୍ୟ କଏଦ:

କେତେକ ଆଦିବାସୀ ଯୁବକ ନିଜ ମୋବାଇଲରେ ଭୁସ୍ଖଳନ ସମୟର ଦୃଶ୍ୟ କଏଦ କରିବା ସହ ଜିଲ୍ଲା ପ୍ରଶାସନକୁ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି । "ମାଟି ଅତଡା ଖସିଥିବା ସ୍ଥାନ ପରେ ଯେଉଁ ଗ୍ରାମ ଅଛି ସେହି ଗାଁଗୁଡିକୁ ଯିବା ଆସିବା କରିବା ପାଇଁ ଅନ୍ୟ ରାସ୍ତା ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ବିଡିଓ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେଠାରେ PEO ଓ GRS କ୍ୟାମ୍ପ କରି ରହି ଗାଁ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରୁଛନ୍ତି" ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହା ବି ପଢନ୍ତୁ...ରାସ୍ତା ଉପରେ ପାଣିର ସୁଅ, ମାଲକାନଗିରିକୁ ଯୋଗାଯୋଗ ଠପ୍‌ - Heavy Rainfall At Malkangiri

ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି:
ଗତ ୧୫ ଦିନ ହେଲା ଲଗାତାର ବର୍ଷା ହବା ଫଳରେ ତଳୁଆ ପୋଲ ଗୁଡିକ ଉପରେ ୩ରୁ ୪ଫୁଟ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଫଳରେ ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଡୋଶୀ ଜିଲ୍ଲା କୋରାପୁଟର ଜୟପୁର ସହରକୁ ଯାତାୟତ ବନ୍ଦ ରହିଥିଲା । ଗତକାଲି (ଶୁକ୍ରବାର) ମଧ୍ୟରାତ୍ରରୁ ପାଣି କମିବା ପରେ ବର୍ତ୍ତମାନ ଯାତାୟାତ ସ୍ବାଭାବିକ ରହିଛି । ପ୍ରଶାସନ ପକ୍ଷରୁ ମାଥିଲି ଓ ପଟେରୁଠାରେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି ଜିଲ୍ଲାପାଳ । ଏହାସହ ଜିଲ୍ଲାପାଳ ସଚିନ ପୱାରଙ୍କ କହିବା ଅନୁସାରେ, "ଜିଲ୍ଲାରେ ବର୍ଷା ଯୋଗୁ ୯୫ଟି ଘର ଭାଙ୍ଗିଯାଇଥିବା ରିପୋର୍ଟ ମିଳିଛି । ବର୍ତ୍ତମାନ ମଧ୍ୟ ବର୍ଷା ଲାଗିରହିଛି । ବର୍ଷା କମିଲେ କେଉଁ ଜାଗାରେ କେତେ ଘର ଭାଙ୍ଗିଛି ଏବଂ କେତେ ଚାଷ ଜମି ନଷ୍ଟ ହୋଇଛି ଆକଳନ କରାଯିବ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.