ETV Bharat / state

ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼; ଜାଣନ୍ତୁ କାହାକୁ ମିଳିବ, କାହାର କଟିବ ? ଜାଲି ହିତାଧିକାରୀ ଛାନିଆ - Ration card holders in fear

author img

By ETV Bharat Odisha Team

Published : Jul 30, 2024, 5:08 PM IST

Many Ration card holders in fear: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାସନକାର୍ଡ ଧରପଗଡ଼ । ଯାହାକୁ ନେଇ ଏବେ ଛାନିଆ ଅଯୋଗ୍ୟ ହିତାଧିକାରୀ । କାରଣ ଘରଦ୍ବାର ସହ ଏହିସବୁ ଗାଡିମୋଟର ଥିଲେ କଟିଯିବ କାର୍ଡ । ଜାଣନ୍ତୁ ଆଉ କାହାର ରହିବ ଓ କାହାର କଟିବ ?

ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼; ଜାଣନ୍ତୁ କାହାକୁ ମିଳିବ, କାହାର କଟିବ ?
ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼; ଜାଣନ୍ତୁ କାହାକୁ ମିଳିବ, କାହାର କଟିବ ? (ETV Bharat Odisha)

ଭୁବନେଶ୍ବର: ସରକାର ବଦଳିବା ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାସନକାର୍ଡ ଧରପଗଡ଼ । ଏନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହିତାଧିକାରୀ ଚୟନର ମାନଦଣ୍ଡ ପ୍ରସ୍ତୁତ ହୋଇଥିବା ଜାଲି ବା ଭୁତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯିବ । ଯେଉଁଥିପାଇଁ ଏବେ ଜାଲି ହିତାଧିକାରୀଙ୍କ ମନରେ ପଶିଛି ଛନକା । ତାଲିକାରୁ ତୁରନ୍ତ ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ଦାବି ହେଉଛି ।

କାର ଥିଲେ ତାଲିକାରୁ ପଡିବେ ବାଦ୍:-
ରାଜ୍ୟରେ ଲକ୍ଷାଧିକ ଭୂତ କାର୍ଡ ଯୋଗେ ଚାଉଳ ଉଠାଣର ଅଭିଯୋଗ ଆସିଛି । ତେଣୁ ରାଜ୍ୟ ସରକାର ଏବେ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ରାସନକାର୍ଡଧାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ହେବ । ଏହାଦ୍ୱାରା ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇପାରିବେ । ଏହା ସହିତ ଯେଉଁମାନେ ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି ସେମାନେ ବାଦ୍ ପଡିବେ । ଚାରିଚକିଆ ଯାନ ରଖିଥିବା ବ୍ୟକ୍ତି ସବୁଠାରୁ ଆଗରେ ରାସନକାର୍ଡ ତାଲିକାରୁ ବାଦ ପଡିବେ । ସରକାରୀ ମାନଦଣ୍ଡରେ ଏହା ସବୁଠାରେ ଆଗରେ ରହିଛି । ଋଣ କରି ଚାରି ଚକିଆ ଯାନ ରଖିଥିବା ରାସନ କାର୍ଡଧାରୀ ମଧ୍ୟ ବାଦ୍ ପଡିବେ । ତେଣୁ ଏହି ବର୍ଗ ଏବେ ଛାନିଆ । ତିନି ଚକିଆ କ୍ଷେତ୍ରରେ ଏହି ସୀମା ଦୁଇଟି ରହିଛି । ଏହା ଛଡା ଭାରିଯାନ ଟ୍ରଲର କିମ୍ବା ଦୁଇ ବା ତାହାଠାରୁ ଅଧିକ ମୋଟର ବୋଟର ମାଲିକ ହୋଇଥିଲେ ତାଲିକାରୁ ବାଦ୍ ପଡିବେ ।

ଓଡ଼ିଶାରେ ପ୍ରାୟ 95 ଲକ୍ଷ ପରିବାର ରାସନକାର୍ଡଧାରୀ :-

ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟର ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନା ରହିଛି । ଏହି ଦୁଇ ଯୋଜନାରେ ଓଡ଼ିଶାରେ ପ୍ରାୟ 95 ଲକ୍ଷ ପରିବାର ରାସନକାର୍ଡ ଜରିଆରେ ଚାଉଳ ପାଉଛନ୍ତି । ପୂର୍ବରୁ ଯେଉଁମାନେ କାର୍ଡ ପାଇଥିଲେ ସେମାନଙ୍କର ଆର୍ଥିକ ସ୍ଥିତିରେ ଏବେ ସୁଧାର ଆସିଛି । ଏହା ସହିତ ସେମାନେ ଚାରି ଚକିଆ ଓ ଭାରିଯାନର ମାଲିକ ହୋଇସାରିଲେଣି । ଆଉ କେତେକ ବ୍ୟକ୍ତି ପେଟ ପୋଷିବା ପାଇଁ ଋଣ କରି ଚାରି ଚକିଆ ଯାନ କିଣିଛନ୍ତି । ଏମାନେ ଏବେ ରାସନକାର୍ଡ ହରାଇବା ଆଶଙ୍କା ରହିଛି ।

ତାଲିକାରୁ କଟିବ ପକ୍କା ଘର ଓ ଟିକସ କର୍ତ୍ତାଙ୍କ ନାଁ :-

ତିନି ବଖୁରିଆ ପକ୍କା ଘର ଥିବା ପରିବାର ମଧ୍ୟ ରାସନକାର୍ଡ ତାଲିକାରୁ ବାଦ୍ ପଡିବେ । ଅନେକ ରାସନକାର୍ଡଧାରୀଙ୍କର ଏବେ ଘରର କଳେବର ବୃଦ୍ଧି ପାଇଛି । କିଛି ନୂଆ ପକ୍କା ଘର ନିର୍ମାଣ କରିଛନ୍ତି । ଆଉ କିଛି ଇନ୍ଦିରା ଆବାସ ଘରର କାୟା ବୃଦ୍ଧି ପାଇଛି । ନୂଆ ମାନଦଣ୍ଡ ଆଧାରରେ ଅନେକ ରାସନକାର୍ଡଧାରୀ ଘର ଆଧାରର ବାଦ୍ ପଡିବେ । ଟିକସ ଦେଉଥିବା ବ୍ୟକ୍ତି, ସହରାଞ୍ଚଳରେ ମାସିକ 15 ହଜାର ଓ ଗ୍ରାମାଞ୍ଚଳରେ ମାସିକ 10 ହଜାର ଆୟ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ତାଲିକାରୁ କଟିବ । 2 କିଲୋୱାଟ କିମ୍ବା ଅଧିକ କ୍ଷମତାର ବିଜୁଳି ସଂଯୋଗ ନେଇଥିଲେ ମଧ୍ୟ ରାସନକାର୍ଡ ତାଲିକାରୁ ବାଦ ପଡିବେ ।

ଏହା ମଧ୍ୟ ପଢନ୍ତୁ: ମାସକ ଭିତରେ ଆସିବ ରାସନ କାର୍ଡର ଚୂଡାନ୍ତ ତାଲିକା: ମନ୍ତ୍ରୀ - New Ration Card

ଜାଲିଙ୍କୁ ବାଦ ଦେଇ ଯୋଗ୍ୟଙ୍କୁ କରାଯାଉ ସାମିଲ:-

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ବିଜେପି ସରକାର ଆସିବା ପରେ ଭୂତ ରାସନକାର୍ଡଧାରୀଙ୍କୁ ଧରିବା ପାଇଁ ଦାବି ଜୋର ଧରିଛି । ରାଜ୍ୟରେ ଲକ୍ଷାଧିକ ଭୂତ ବା ଜାଲି କାର୍ଡଧାରୀ ଥିବା ସରକାର ମଧ୍ୟ କହୁଛନ୍ତି । ତେଣୁ ଯାଞ୍ଚ ପ୍ରକ୍ରିୟା ଜୋରଦାର ହେବାର ଆବଶ୍ୟକତା ରହିଛି । ଜାଲି ରାସନକାର୍ଡଧାରୀଙ୍କୁ ତାଲିକାରୁ ନିହାତି ବାଦ୍ ଦେବା ଦରକାର । ଯେତିକି ଜାଲି ରାସନ କାର୍ଡଧାରୀ ଅଛନ୍ତି ଆଉ ସେତିକି ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହୋଇନାହାନ୍ତି । ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମୀକ୍ଷା କରି ଜାଲିଙ୍କୁ ବାଦ୍ ଦେଇ ବର୍ଷ ବର୍ଷ ହେଲା ଅପେକ୍ଷାରେ ଥିବା ହିତାଧିକାରୀଙ୍କୁ ସାମିଲ କରାଯାଉ । ସରକାରଙ୍କୁ ମିଳିଥିବା ଦରଖାସ୍ତକୁ ପ୍ରଥମେ ସମାଧାନ କରାଯିବା ଦରକାର । ଓଡିଶାବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସୁବିଧା ମିଳିବା ଦରକାର । ତୁରନ୍ତ ଏନେଇ ପଦକ୍ଷେପ ନିଅନ୍ତୁ ସରକାର । ଫଳରେ ସରକାର ଧନ୍ୟବାଦର ପାତ୍ର ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.