ETV Bharat / state

ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା: ମୁଖ୍ୟମନ୍ତ୍ରୀ - CM REVIEW MEETING

ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରେଳପଥ ନିର୍ମାଣରେ ବିକାଶ ହେବ ଜିଲ୍ଲାର ଶିଳ୍ପ ଭିତ୍ତିଭୂମି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

CM REVIEW MEETING
CM REVIEW MEETING (ETV BHARAT ODISHA)
author img

By ETV Bharat Odisha Team

Published : Dec 15, 2024, 9:46 AM IST

ମାଲକାନଗିରି: ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା । ୪ ହଜାର କୋଟି ଟଙ୍କା ମୂଲ୍ୟରେ ହେବ ନିର୍ମାଣ । ଯଦ୍ୱାରା ଜିଲ୍ଲାର ପ୍ରାୟ ଦୁଇ ହଜାର ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇ ସ୍ବାବଲମ୍ବୀ ହେବେ । ମାଲକାନଗିରି ଜିଲ୍ଲାରେ ଗସ୍ତର ଦ୍ବିତୀୟ ଦିନରେ ଏପରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ:

ମାଲକାନଗିରି ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ବିଭାଗରେ କିଭଳି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ବିକାଶକୁ ନେଇ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ରେଳପଥ ଭିତ୍ତିଭୂମିର ବିକାଶ, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟକାରୀ କରି ପ୍ରକଳ୍ପ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତି:

CM REVIEW MEETING (ETV BHARAT ODISHA)

ଶିକ୍ଷାର ମୂଳଦୁଆ ସୁଦୃଢ କରିବା ପାଇଁ ଅତି କମରେ ଗୋଟିଏ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ସେ ଗୁରୁତ୍ଵାରୋପ କରିଥିଲେ । ଆଗ ଧାଡ଼ିର ଜିଲ୍ଲା ମାନଙ୍କ ସହିତ ସମକକ୍ଷ ହେବା ନିମନ୍ତେ ଜୀବନଜୀବିକା ମିଶନ ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ କହିଥିଲେ ମୁଖ୍ୟମନ୍ତ୍ରୀ । ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ, ଏଥି ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ୧୫ ଦିନରେ ଥରେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ: ମୁଖ୍ୟମନ୍ତ୍ରୀ - CM MALKANGIRI VISITS

ଗମନାଗମନ ଭିତ୍ତିଭୂମି ଉପରେ ଗୁରୁତ୍ବ:

ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଯୋଗାଯୋଗର ସୁବିଧା ହୋଇପାରିଛି। ଏହି ଅଞ୍ଚଳରେ ଆହୁରି ବ୍ରିଜ ନିର୍ମାଣ କରି ଅପହଞ୍ଚ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାର ସୁବିଧା କରାଯିବ । ମାଲକାନଗିରିର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ପାଇଁ ଗମନାଗମନ ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟକୁ ତ୍ଵରାନିତ ହେବ । ରାଜ୍ୟ ସରକାର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ମୋଟୁ- ତିରିଂ ରାସ୍ତା ନିର୍ମାଣର ପରିକଳ୍ପନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରେଳ ପଥର ବିକାଶ ହେଲେ ଶିଳ୍ପ ଭିତ୍ତିଭୂମିର ବିକାଶ ହେବ:

ଜୟପୁର- ମାଲକାନଗିରି ଲିଙ୍କ୍ ପ୍ରକଳ୍ପ ଏବଂ ମାଲକାନଗିରି- ପାଣ୍ଡାରଙ୍ଗାପୁରମ୍ ଭାୟା- ଭଦ୍ରାଚଲମ୍ ଲିଙ୍କ୍ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଏଥିସହ ଜିଲ୍ଲାରେ ରେଳ ପଥର ବିକାଶ ହେଲେ ଶିଳ୍ପ ଭିତ୍ତିଭୂମିର ବିକାଶ ହେବ ବୋଲି କହିଥିଲେ ସିଏ । ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରି ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରାଯାଉଛି । ସବୁ ବର୍ଗର ଯୋଗ୍ୟ ମହିଳା ହିତାଧିକାରୀଙ୍କ ସମେତ ବିଶେଷ ଭାବେ ଏହି ଜିଲ୍ଲାର ଆଦିମ ବଣ୍ଡା ଓ ଦିଦାୟୀ ଜନଜାତି ମହିଳା ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ମାଣ ହେବ ଲେଭଲ ବ୍ରିଜ୍:

ତିନି ବର୍ଷ ମଧ୍ୟରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ପାଙ୍ଗାମ୍, କାଙ୍ଗୁରୁକୋଣ୍ଡା, ଏମଭି -୯୦, ଏମଭି-୯୬ ଠାରେ ୫ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୯. ୭୮ କୋଟି ମଞ୍ଜୁର କରିଛନ୍ତି। ସେହିପରି ଅଁଳାଯୋଡ଼ି, ତମସା, ଏମ ଭି -୧୯ ଏବଂ ମହାରାଜପଲ୍ଲୀ ଠାରେ ୪ ଗୋଟି ହାଇ ଲେଭଲ ବ୍ରିଜ୍ ନିମନ୍ତେ କେନ୍ଦ୍ର ସରକାର ୧୨. ୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଭାଗର କାର୍ଯ୍ଯକୁ ଅଗ୍ରାଧିକାର ଭିତ୍ତିରେ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.