ETV Bharat / state

ବୌଦ୍ଧରେ କାୟା ମେଲାଉଛି ମ୍ୟାଲେରିଆ; ଡାଇରିଆରେ ଗଲାଣି ଜୀବନ - Malaria and Diarrhea Menace

author img

By ETV Bharat Odisha Team

Published : Jul 12, 2024, 9:37 PM IST

Malaria and Diarrhea Menace in Boudh: ବର୍ଷା ଋତୁ ଆଣିଛି ମ୍ୟାଲେରିଆ ଓ ଡାଇରିଆ ଚିନ୍ତା । ବୌଦ୍ଧରେ ଦୂଷିତ ପାନୀୟଜଳ ବ୍ୟବହାର ସହିତ ଔଷଧ ସିଞ୍ଚନ ମଶାରୀର ବ୍ୟବହାର ନଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

Malaria and Diarrhea Menace in Boudh
Malaria and Diarrhea Menace in Boudh (ETV Bharat Odisha)

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ସହିତ ଡାଇରିଆ ରୋଗ କାୟା ବିସ୍ତାର ଆରମ୍ଭ କରୁଛି । ସମୟ ପୂର୍ବରୁ ଏହାର ପ୍ରତିକାର କରାନଗଲେ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ଅଞ୍ଚଳରେ ଦୂଷିତ ପାନୀୟଜଳ ବ୍ୟବହାର ସହିତ ଔଷଧ ସିଞ୍ଚନ ମଶାରୀର ବ୍ୟବହାର ନଥିବାରୁ ଏନେଇ ଚିନ୍ତା ପ୍ରକାଶ ପାଇଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ବା ଔଷଧ ସିଞ୍ଚନ ମଶାରୀର ଏକାନ୍ତ ଜରୁରୀ ଥିବାବେଳେ ବର୍ତ୍ତମାନ ମଶାରୀ ଓ ଗାମ୍ବୁସିଆ ମାଛର ଅଭାବରୁ ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ରହିଛି । ତେବେ ସରକାରୀସ୍ତରରେ ପୂର୍ବରୁ ମଶାରୀ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଥିବାବେଳେ ବର୍ତ୍ତମାନ ମଶାରୀ ଯୋଗାଣ ହେଉନଥିବା ସୂଚନା ମିଳିଛି ।

ବର୍ଷା ଋତୁ ଆରମ୍ଭରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମ୍ୟାଲେରିଆ ସହିତ ଡାଇରିଆ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବିଗତ କିଛି ବର୍ଷ ହେଲା ମ୍ୟାଲେରିଆ ଭଳି ମହାମାରୀ ନିୟନ୍ତ୍ରଣାଧୀନ ରହିଥିବାବେଳେ ଚଳିତ ବର୍ଷ ବର୍ଷା ଋତୁରେ ପୁଣିଥରେ ମ୍ୟାଲେରିଆ ତାର କାୟା ବିସ୍ତାର କରିବାରେ ଲାଗିଛି । ବିଗତ ବର୍ଷରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏନେଇ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପ୍ରତ୍ୟେକ ପରିବାରଙ୍କୁ ଔଷଧ ସିଞ୍ଚନ ମଶାରୀ ଯୋଗାଣ କରାଯାଇଥିଲା । ଆଉ ଏଭଳି ପଦକ୍ଷେପ ପରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗକୁ ସଫଳତା ମଧ୍ୟ ମିଳିଥିଲା । ବିଗତ କିଛି ବର୍ଷ ହେଲା ଆଉ ମ୍ୟାଲେରିଆର ପ୍ରଭାବ ଦେଖିବାକୁ ମିଳିନଥିଲା । ତେବେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରୁ ପୁଣିଥରେ ମ୍ୟାଲେରିଆ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ଏନେଇ ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିବା ସହିତ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ଡାଇରିଆ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଆମ୍ବଗା ପଞ୍ଚାୟତ ଦେଢେନମାଲ ଗ୍ରାମର ଜଣେ ଅସହାୟ ବ୍ୟକ୍ତିଙ୍କ ଡାଇରିଆ ରୋଗରେ ଆକ୍ରାନ୍ତ ପରେ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାବେଳେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ବର୍ତ୍ତମାନ ମଧ୍ୟ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାଇରିଆ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ଏଭଳି ସମୟରେ ଜଣେ ବୃଦ୍ଧା ଆଶାକର୍ମୀ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସେବା କରୁଥିବାରୁ ଉକ୍ତ ମହିଳାଙ୍କୁ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ବର୍ଷା ଦିନ; ଡାଇରିଆ ପ୍ରତି ସତର୍କ ରୁହନ୍ତୁ, ଜାଣନ୍ତୁ ଲକ୍ଷଣ ଓ ନିରକରଣ - Diarrhea Disease

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.