ETV Bharat / state

ବାଦାମ ଚାଷରୁ ଲକ୍ଷ ଲକ୍ଷ ରୋଜଗାର, ଆତ୍ମନିର୍ଭରଶୀଳ ହେଲେ ଆଦିବାସୀ ମହିଳା; କମାଲ କଲା ଜୈବିକ ସାର, ଏକରରୁ ୧୦୦ କ୍ୱିଣ୍ଟାଲ ଉତ୍ପାଦନ - Tribal Women Become Self Reliant - TRIBAL WOMEN BECOME SELF RELIANT

Tribal Women Become Self Reliant: ଅନୁଗୋଳ ଜିଲ୍ଲାର ଆଦିଆଘାଇ ଗ୍ରାମର ଆଦିବାସୀ ମହିଳା ବାଦାମ ଚାଷ ଦ୍ବାରା ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ମହିଳା ସଶକ୍ତୀକରଣର ଉଦାହରଣ ସାଜିଛନ୍ତି ମା' କାଳିଜାଈ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ । ଅଧିକ ପଢନ୍ତୁ

Tribal Women Become Self Reliant
Tribal Women Become Self Reliant (ETV Bharat Odisha)
author img

By ETV Bharat Odisha Team

Published : Aug 26, 2024, 7:55 AM IST

ଅନୁଗୋଳ: ଜୈବିକ ଉପାୟରେ ଚିନା ବାଦାମ ଚାଷ କରି ବେସ ସଫଳତା ପାଇଁ ପାରିଛନ୍ତି ଆଦିବାସୀ ମହିଳା ଗୋଷ୍ଠୀ । ନିଜସ୍ୱ ଉଦ୍ୟମ ଏବଂ ପରିଶ୍ରମ ବଳରେ ପ୍ରାୟ ୨୦ ଏକର ଜମିରେ କରିଛନ୍ତି ବାଦାମ ଚାଷ । ବର୍ଷକୁ ୨ ଥର ଏଭଳି ବାଦାମ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏବେ ଆଉ ସେମାନେ ଘରର ଚାରି କାନ୍ଥି ଭିତରେ ସିମୀତ ନ ରହି ଅର୍ଥ ରୋଜଗାର କରି ପରିବାର ଚଳାଉଛନ୍ତି । ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଆଦିଆଘାଇ ଗାଁରେ ଦେଖିବାକୁ ମିଳିଛି ଆଦିବାସୀ ମହିଳାଙ୍କ ସଫଳତା ।

Tribal Women Become Self Reliant (ETV Bharat Odisha)

ଲାଭବାନ କରିଛି ବାଦାମ:

ଅନୁଗୋଳ ବ୍ଲକର ଆଦିଆଘାଇ ଗାଁରେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ଅଧିକାଂଶ ଲୋକ ନିଜର ଗୁଜୁରାଣ ମେଣ୍ଟେଇବା ପାଇଁ ମୂଲ ମଜୁରୀ କରନ୍ତି । କିଛି ଲୋକ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ଏ ଗାଁର ମା' କାଳିଜାଈ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳାଙ୍କ ନିଆରା ଉଦ୍ୟମ ଏବେ ଗାଁର ଅନ୍ୟ ମହିଳାଙ୍କ ରୋଜଗାର ପାଇଁ ବାଟ ଫିଟାଇ ଦେଇଛି । ଓଡିଶା ଜୀବିକା ମିଶନର କର୍ମଚାରୀମାନେ ଗାଁରେ ପହଞ୍ଚି ସେମାନଙ୍କୁ କିଛି ଲାଭଦାୟକ କାମ କରିବା ପାଇଁ ବୁଝାଇଥିଲେ । ଏହାପରେ ମହିଳାମାନେ ବାଦାମ ଚାଷ କରିବାକୁ ସ୍ଥିର କରିଥିଲେ । ତେଣୁ ବାଦାମ ଚାଷ ସମ୍ପର୍କରେ ଜୀବିକା ମିଶନ ସେମାନଙ୍କୁ ତାଲିମ ପାଇ ଏବେ ବାଦମ ଚାଷ କରି ବେଶ ଲାଭବାନ ହେଉଥିବା କହିଛନ୍ତି ।

ଜୈବିକ ପଦ୍ଧତିରେ ଚାଷ:

ମହିଳାମାନେ ଗାଁର ଅନ୍ୟ ଲୋକଙ୍କ ଅବ୍ୟବହୃତ ହୋଇ ପଡି ରହିଥିବା ପ୍ରାୟ ୨୦ ଏକର ଜମି ନେଇଥିଲେ । ସେହି ଜମିରେ ନିଜେ ହଳ କରି ସମତୁଲ କରିଥିଲେ । ଏହାପରେ ଜମି ପ୍ରସ୍ତୁତ କରି ବାଦାମ ବିହନ ବୁଣିବା ଠାରୁ ନେଇ ଜୈବିକ ସାର, ଔଷଧ ପ୍ରୟୋଗ କରିବା, ଘାସ ବାଛିବା ଆଦି ସବୁ କାମ ନିଜେ କଲେ । ଫଳରେ ସେମାନଙ୍କୁ ଆଉ ଶ୍ରମିକ ମଜୁରୀ ବାବଦ ଅର୍ଥ ଦେବାକୁ ପଡିଲା ନାହିଁ । ଏହା ବ୍ୟତୀତ କୃଷି ମିତ୍ରମାନେ ମଧ୍ୟ ସହାୟତା ଯୋଗାଇ ଦେଇଛନ୍ତି ।

ନିଜେ କରୁଛନ୍ତି ସବୁ କାମ:

ଏନେଇ ମହିଳା ସଂଘର ସଭାନେତ୍ରୀ କୁନ୍ତଲି ଭୋଇ କହିଛନ୍ତି, "ଗାଁର ୧୦ ଜଣ ମହିଳା ଏକାଠି ହୋଇ ଏହି ବାଦମ ଚାଷକୁ କରିଛୁ । ନିଜେ ସବୁ ଚାଷ କରିଛୁ । ରୋଇବା ଠାରୁ ଆରମ୍ଭ କରି ଅମଳ କରି ବିକିବା ପର୍ଯ୍ୟନ୍ତ ସବୁ ଆମେ କରିଛୁ ।" ସେହିପରି ସଂଘର ସମ୍ପାଦିକା ସୁମିତ୍ରା ଭୋଇ କହିଛନ୍ତି, "ଚାଷରୁ ଆମେ ଲାଭ ପାଉଛୁ, ସଙ୍ଘର ସବୁ ମହିଳା ଏକ ମନ ହୋଇ କାମ କରି ସଫଳତା ପାଇଛୁ ।" ସଂଘ ସଦସ୍ୟା ଇତିଶ୍ରୀ ଭୋଇ କହିଛନ୍ତି, "କିଛି ବାଦମ ବେପାରିମାନଙ୍କୁ ବିକ୍ରି କରୁଛୁ । ଆଉ କିଛିକୁ ଆଗାମୀ ବର୍ଷ ପାଇଁ ବିହନ ଭାବେ ରଖୁଛୁ ।"

ନିଜେ ପ୍ରସ୍ତୁତ କରୁଛନ୍ତି ସାର:

ଏନେଇ କୃଷି ମିତ୍ର ସୌଭାଗୀନି ବେହେରା କହିଛନ୍ତି, "ଘରେ ନିଜେ ଗୋମୂତ୍ର, ବିଭିନ୍ନ ଗଛର ପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ସଂଗ୍ରହ କରି ଜୈବିକ ସାର ଓ ଔଷଧ ପ୍ରସ୍ତୁତ କରିଛନ୍ତି । ତେଣୁ ସେମାନଙ୍କୁ ବଜାରରୁ ଆଉ ରାସାୟନିକ ସାର ଔଷଧ କିଣିବାକୁ ପଡିଲା ନାହିଁ । ନିଜେ ନିଜେ ବାଦାମ କ୍ଷେତରେ କୁଡ଼ିଆ କରି ଫସଲ ଜଗିଲେ । ଯେତେବେଳେ କ୍ଷେତରେ ବାଦାମ ଅମଳ ଉପଯୋଗୀ ହେଲା ସେମାନେ ନିଜେ ଗଛ ଉପାଡିବା ଠାରୁ ବାଦାମ ତୋଳିବା ପର୍ଯ୍ୟନ୍ତ ସବୁ କଲେ । ବେପାରୀଙ୍କୁ ଭଲ ଦରରେ ବିକ୍ରି କଲେ । ଭଲ ଦୁଇ ପଇସା ଲାଭ ହେଲା ।"

ବାଦାମ ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର:

ପ୍ରଥମ ବର୍ଷ ମହିଳାମାନେ ଏଭଳି ସଫଳତା ପାଇଲେ । ତେଣୁ ପ୍ରାୟ ୫ ବର୍ଷ ହେଲା ଏମିତି ବାଦାମ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଏ ବାବଦରେ ତାଙ୍କୁ ସହାୟତା ଯୋଗାଇ ଥିବା ଏମବିକେ ବବିତା ସାହୁ କହିଛନ୍ତି, "ଅକ୍ଲାନ୍ତ ପରିଶ୍ରମ କରି ଏହି ମହିଳାମାନେ ବାଦାମ ଉତ୍ପାଦନ କରୁଛନ୍ତି । ଗୋଟିଏ ଏକରରୁ ପ୍ରାୟ ୧୦୦ କୁଇଣ୍ଟାଲ ବାଦାମ ଉତ୍ପାଦନ ହେଉଛି । ବାହାର ବେପାରୀମାନେ ଏଠାକୁ ଆସି ବାଦାମ କିଣି ନେଉଛନ୍ତି । ହାଟ ବଜାରରେ ବିକ୍ରି କରିବାକୁ ଖୁଚୁରା ବେପାରିମାନେ ମଧ୍ୟ ଗାଁକୁ ଆସି କିଣି ନିଅନ୍ତି । ତେଣୁ ବିକ୍ରି ପାଇଁ ସେମାନଙ୍କୁ କୌଣସି ଅସୁବିଧା ହେଉନାହିଁ । ଏଭଳି ବର୍ଷକୁ ସେମାନେ ଦୁଇ ଥର ବାଦାମ ଚାଷ କରନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହି ମହିଳାମାନଙ୍କୁ ଦ୍ୱାରା ଉତ୍ପାଦିତ ବାଦାମର ଭଲ ଚାହିଦା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରାହା ଦେଖାଇଲା ପାନ ଚାଷ, ସ୍ବାବଲମ୍ବୀ ହେଲେ ମହିଳା - Betel Leaf Cultivation

ଆଗକୁ ଆହୁରି ଅଧିକ ଜମିରେ ବାଦାମ ଚାଷ କରିବା ସହ ରାଶି, ବିଭିନ୍ନ ଡାଲି ଜାତୀୟ ଏବଂ ପନିପରିବା ଚାଷ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ମହିଳା । ୧୦ ଜଣ ଆସିବାସୀ ମହିଳାଙ୍କ ସଫଳତା ଦେଖି ଏବେ ଗାଁ ତଥା ଆଖପାଖ ଗାଁରେ ଅନ୍ୟ ମହିଳାମାନେ କିଛି କାମ କରି ଅର୍ଥ ରୋଜଗାର କରିବାକୁ ମନସ୍ଥ କଲେଣି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.