ETV Bharat / state

ବାଲେଶ୍ବରରେ କିଏ ମାରିଲା ବାଜି ? କାହାକୁ ଲକ୍ଷ୍ୟ କରି ଭୋଟ ଦେଲେ ଜନତା - Balasore Election Result 2024

author img

By ETV Bharat Odisha Team

Published : Jun 6, 2024, 2:12 PM IST

Balasore Election Result 2024: ବାଲେଶ୍ୱର ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ 4 ଟି ବିଜେପି ଏବଂ 4 ଟି ଖାତାକୁ ଯାଇଛି । ତେବେ ନଜର ପକାନ୍ତୁ କଣ କେଉଁ ଦଳ କେଉଁ କାର୍ଡ ଖେଳିଥିଲା...

Balasore Election Result 2024
Balasore Election Result 2024 (ETV Bharat Odisha)

ବାଲେଶ୍ବର: ଚଳିତ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କେଉଁଠି ଦଳ ତ କେଉଁଠି ପ୍ରାର୍ଥୀଙ୍କୁ ଦେଖି ଲୋକମାନେ ସେମାନଙ୍କ ମତ ସାଵସ୍ତ୍ୟ କରିଛନ୍ତି । ଏହାରି ଭିତରେ ବାଲେଶ୍ୱର ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ 4 ଟି ବିଜେପି ଏବଂ 4 ଟି ବିଜେଡି ଦଖଲ କରିଛି । ବିଜେଡି ଗଡରେ ବାଜି ମାରିଲା ବିଜେପି । କେଉଁଠି ନା କେଉଁଠି ସାଧାରଣ ଜନତା ଏଥର ସଚେତନମୂଳକ ଭାବେ ପ୍ରାର୍ଥୀ ଚୟନ କରିଥିବା ଆଲୋଚନା ହେଉଛି । ତେବେ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସିମୁଳିଆରେ ଦଳୀୟ ଅସନ୍ତୋଷ: ପ୍ରଥମତଃ ବାଲେଶ୍ୱର ଜିଲ୍ଲାର ସିମୁଳିଆ, ରେମୁଣା ଏବଂ ବସ୍ତାରେ ବିଜେଡି ମହିଳା କାର୍ଡ ଖେଳିଥିଲା। ବିଜେଡି ପାଖରେ ମହିଳା ଭୋଟ ସବୁ ନିର୍ବାଚନରେ ନିର୍ଣ୍ଣାୟକ ହେଉଥିବା ବେଳେ ଏଥର କିନ୍ତୁ ବିଜେଡି ପାଖରୁ ମୁହଁ ଫେରାଇ ନେଲେ ମହିଳା। ମହିଳାଙ୍କ ପାଇଁ ଅନେକ ଯୋଜନା ସାଙ୍ଗକୁ ମହିଳା ସଶକ୍ତିକରଣ, ମିଶନ ଶକ୍ତି ଭଳି ଯୋଜନା ମହିଳା ମାନଙ୍କୁ ବିଜେଡି ସହ ବାନ୍ଧି ହୋଇ ରହିବା ପାଇଁ ବାଧ୍ୟ କରୁଥିଲା। ମାତ୍ର ଏଥର ଅନେକ ମହିଳା ଭୋଟ ବିଜେପି ଖାତାକୁ ଯାଇଥିବା ଜଣାପଡ଼ିଛି। ସିମୁଳିଆର ମହିଳା ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେଠାରେ ପୁରୁଣା ନେତା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ ନ କରିବା, ସେ ଦଳ ଛାଡିବା ଏବଂ ତାଙ୍କୁ ଦଳର ଜିଲ୍ଲା ସଭାପତି ଭବଏ ଦାଇତ୍ୱ ଦେବା ସ୍ପଷ୍ଟ କରୁଛି ଯେ ବିଜେଡି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି। ଦଳର ଅନେକ ବରିଷ୍ଠ ନେତା ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ସମର୍ଥନ କରିଥିବା ବେଳେ ପଦ୍ମଲୋଚନ ସମୁଦାୟ 90676 ଖଣ୍ଡ ଭୋଟ ପାଇ 13 ହଜାର 183 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁଙ୍କୁ ପରାସ୍ତ କରିଛନ୍ତି।

ସୋରରେ ହୋଇଥିବା କଡା ଟକ୍କର: ସେହିପରି ସୋରରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ପୂର୍ବରୁ ବିଜେପିର ପରାଧ୍ୟକ୍ଷ ଥିବା ବେଳେ ସେ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିଲେ। ଏହି କାରଣରୁ ବିଜେଡିର ବିଧାୟକ ଥିବା ପର୍ଶୁରାମ ଧଡ଼ା ବିଜେପିରେ ମିଶି ଶେଷ ମୁହୂର୍ତ୍ତରେ ଟିକଟ ହାତେଇଥିଲେ ମଧ୍ୟ ଦଳର ଅସନ୍ତୋଷ କର୍ମୀମାନଙ୍କୁ ମନେଇ ନ ପାରିବାରୁ ସେ ପରାଜୟ ବରଣ କରିଛନ୍ତି। ହେଲେ ସବୁଠୁ ବଡ଼କଥା ହେଲା ବିଜେଡି ପ୍ରାର୍ଥୀ ମାତ୍ର 802 ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେଉଁଠି ନା କେଉଁଠି ପରିବର୍ତ୍ତନ ପାଇଁ ସାଧାରଣ ଲୋକ ମନ ବଳାଇଥିଲେ। ଅନ୍ୟପଟେ ଏ ଦଳରୁ ସେ ଦଳକୁ ଡିଆଁ ମାରୁଥିବା ନୀଳଗିରି ବିଜେଡି ପ୍ରାର୍ଥୀ ସୁକାନ୍ତ ନାୟକ ଏଥର କିନ୍ତୁ ପରାଜୟର ସ୍ୱାଦ ଚାଖିଛନ୍ତି। ନୀଳଗିରିରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ପାଇଁ ଦାବିଦାର ଥିବା ବେଳେ ସୁକାନ୍ତ ଦଳ ଡେଇଁ ଟିକଟ ହାତେଇ ନେଇଥିଲେ।ଅସନ୍ତୋଷର ବହ୍ନିରେ ଜଳି ଶେଷରେ ସନ୍ତୋଷ ବିଜେପିରୁ ଟିକଟ ନେଇ ନିର୍ବାଚନ ଲଢ଼ିଥିଲେ। ଜନମତ ମଧ୍ୟ ସନ୍ତୋଷଙ୍କ ସପକ୍ଷରେ ଯାଇଥିଲା। ସୁକାନ୍ତଙ୍କୁ ସନ୍ତୋଷ 19 ହଜାର 839 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେଡି କେଉଁଠି ନା କେଉଁଠି ପ୍ରାର୍ଥୀ ଦେବାରେ ଭୁଲ ନିଷ୍ପତ୍ତି ନେଇଥିଲା।

ଏହା ମଧ୍ୟ ପଢନ୍ତୁ: ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜୟୀ - BJP Candidate won from Remuna

ରେମୁଣାକୁ ବିଜେଡିର ଗଡ଼ କୁହାଯାଉଥିବା ବେଳେ ସେଠାରେ ମହିଳା କାର୍ଡ ଖେଳିଥିଲା ବିଜେଡି । ହେଲେ ବିଜେଡିରୁ ବହିଷ୍କାର ହୋଇଥିବା ବିଧାୟକ ସୁଧାଂଶୁ ପରିଡା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ପାଇଁ ମୈଦାନକୁ ଓହ୍ଲାଇଥିଲେ । ହେଲେ ପୁଣି ପରବର୍ତ୍ତୀ ସମୟରେ ବିଜେଡି ତାଙ୍କୁ ଦଳକୁ ଆଣି ପ୍ରାର୍ଥୀଙ୍କ ସହ ରହିବାକୁ ପରାମର୍ଶ ଦେଇଥିଲା। ଏମିତି ବାଦ ବିବାଦ ଯୋଗୁଁ ଶେଷରେ ଦଳ ରେମୁଣା ନିର୍ବାଚନ ମଣ୍ଡଳୀ ମଧ୍ୟ ହରାଇଛି। ଯେଉଁଠି ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜେଡି ପ୍ରାର୍ଥୀନୀ ବିଦ୍ୟାସ୍ମିତା ମହାଳିକଙ୍କୁ 24 ହଜାର 168 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ଜଳେଶ୍ବରରେ କମ୍ ବ୍ୟବଧାନରେ ବିଜୟୀ: ଅନ୍ୟପଟେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଅବଶ୍ୟ ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ବିଜୟୀ ହୋଇଛନ୍ତି ମାତ୍ର ବ୍ୟବଧାନ 319 ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ସେହିପରି ସଦର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ବେଳେ ବିଧାୟକ ହୋଇଥିବା ସ୍ୱରୂପ ଦାସଙ୍କୁ 28 ହଜାର 626 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ମାନସ ଦତ୍ତ। ଯେଉଁଥିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ମାତ୍ର ଏଥର ବିଜେଡି ପ୍ରାର୍ଥୀଙ୍କୁ ହରାଇବା ପାଇଁ ସେହି ବିଜେଡିର କିଛି ନେତା ଏବଂ କର୍ମୀ କୁଆଡ଼େ ଜୋରସୋରରେ ଲାଗି ପଡ଼ିଥିଲେ ବୋଲି ଆଲୋଚନା ହେଉଛି । ଏଠି ସ୍ପଷ୍ଟ ହେଉଛି ଯେ ଦଳୀୟ କନ୍ଦଳ ବିଜେଡିରେ ବୃଦ୍ଧି ପାଇବା କାରଣରୁ ସଦର ଆସନ ମଧ୍ୟ ବିଜେପି ଅକ୍ତିଆର କରିଛି।

ହାରିଗଲେ ଲେଖାଶ୍ରୀ: ସେହିପରି ଲୋକସଭା ଆସନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବହୁ ବିଳମ୍ବରେ ବିଜେଡି ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଆଣି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦଳର ଟାଣୁଆ ନେତା କୁହାଯାଉଥିବା ଶ୍ରୀକାନ୍ତ ଜେନା ମଧ୍ୟ ପ୍ରାର୍ଥୀ ହୋଇଥିଲେ। ମାତ୍ର ଲେଖାଶ୍ରୀ ବିଜେପିରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଲୋକମାନେ ସହଜରେ ଗ୍ରହଣ କରି ପାରି ନଥିବା ବେଳେ ଶ୍ରୀକାନ୍ତ ମଧ୍ୟ ଦୁଇବର୍ଷ ବ୍ୟବଧାନରେ ବାଲେଶ୍ୱର ଆସିବାକୁ ଭୋଟରମାନେ ଗ୍ରହଣ କରି ପାରି ନଥିଲେ। ଯେଉଁଥିପାଇଁ ପୁନଶ୍ଚ ପ୍ରତାପ ବହୁଳ ବ୍ୟବଧାନରେ ବିଜୟ ମୁକୁଟ ପିନ୍ଧିଥିଲେ। ତେବେ ବିଜେଡିର ଏମିତି ପରିସ୍ଥିତି ପାଇଁ ରାଜିନୀତି ସମୀକ୍ଷକମାନେ 5ଟି ସଚିବ ଭି କେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଯୋଗୁଁ ହୋଇଥିବା କଥା କହୁଥିବା ବେଳେ ପ୍ରାର୍ଥୀ ଚୟନରେ ବ୍ୟତିକ୍ରମ ପାଇଁ ମଧ୍ୟ ହୋଇଥିବା କଥା ପ୍ରତିକ୍ରିୟା ଦେଇଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.