ETV Bharat / state

23 ତାରିଖରେ ଶେଷ ହେବ ପ୍ରଚାର, ଭୁବନେଶ୍ୱରରେ ସବୁ ସମ୍ବେଦନ ବୁଥରୁ ହେବ ଓ୍ବେବକାଷ୍ଟିଂ - election preparation - ELECTION PREPARATION

Election Preparation by Police Commissioner: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର ପାଇଁ ପଡିବ ଭୋଟ । ତେବେ ଭୁବନେଶ୍ୱରରେ ସବୁ ସମ୍ବେଦନ ବୁଥରୁ ଓ୍ବେବକାଷ୍ଟିଂ ହେବା ନେଇ କହିଲେ କମିଶନର । ଅଧିକ ପଢନ୍ତୁ

Election Preparation by Police Commissioner
Election Preparation by Police Commissioner (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 12:16 PM IST

Updated : May 22, 2024, 1:06 PM IST

Election Preparation by Police Commissioner (ETV Bharat Odisha)

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ହାତରେ ମାତ୍ର ଆଉ କେଇ ଘଣ୍ଟା ରହିଛି । ଭୁବନେଶ୍ବରରେ ନିର୍ବାଚନ ପାଇଁ 23 ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ 25ରେ ମତଦାନ ହେବ । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏନେଇ ସୁରକ୍ଷା କଡ଼ା କରିଛି କମିଶନରେଟ୍ ପୋଲିସ।

ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ମୋଟ ୧୧୩୨ଟି ବୁଥରେ ମତଦାନ ହେବ । ରାଜଧାନୀରେ 5 ଟି ନିର୍ବାଚନ ମଣ୍ଡଳୀରେ ମୋଟ488 ଟି ସ୍ଥାନରେ 1132 ଟି ପୁଲିଂ ବୁଥ ରହିଛି । ଯେଉଁଥିରେ 152 ଟି ସମ୍ବେଦନଶୀଳ ବୁଥ ରହିଛି । ତେବେ ସବୁ ସମ୍ବେଦନଶୀଳ ବୁଥରୁ ଓ୍ବେବକାଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି । ୫୨୫ ବୁଥରେ ଲାଇଭ ଷ୍ଟ୍ରିମିଂ ହେବ । ଏନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, "ନିର୍ବାଚନ ପାଇଁ ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର । ମୋଟ ୧୧୩୨ ବୁଥରେରେ ପୋଲିସ ଛାଉଣୀରେ ଭୋଟ ଗ୍ରହଣ ହେବ । ଅବାଧ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ସୁରକ୍ଷା କସରତ ହୋଇଛି । ଏହାରି ଭିତରେ ବିଶେଷ କରି ୪୨୧ ଟି ସଖି ବୁଥ କରାଯାଇଛି । ଯେଉଁଥିରେ କେବଳ ମହିଳା କର୍ମଚାରୀ ବୁଥ ପରିଚାଳନା ଦେଖିବାକୁ ମିଳିବ । ପ୍ରିଜାଇଡିଃ ଅଫିସର ଠୁ ଆରମ୍ଭ କରି ପୋଲିଙ୍ଗ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ଏଥି ମଧ୍ୟରୁ 152 ଟି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ ସେସବୁ ବୁଥରୁ ଓ୍ବେବ କ୍ୟାମ ଜରିଆରେ ସିଧା ଚିତ୍ର କଣ୍ଟ୍ରୋଲ ରୁମରୁ ମନିଟର ହେବ ।"

ଭୁବନେଶ୍ୱର ମଧ୍ୟରେ 50 ଟି ସ୍ଥାନରେ 200ଟି ବୁଥ ରହିଛି । ଏଥିରେ ମହିଳା କର୍ମଚାରୀ ନିୟୋଜିତ ହେବେ। ଭୁବନେଶ୍ୱର ଉତ୍ତରରେ 84ଟି ସ୍ଥାନରେ 254 ଟି ପୁଲିଂ ବୁଥ ରହିଛି । ଭୁବନେଶ୍ୱର ଏକାମ୍ରରେ 74 ଟି ସ୍ଥାନରେ 237 ଟି ପୁଲିଂ ବୁଥ ରହିଥିବା ବେଳେ ଜଟଣୀ ରେ 111 ଟି ସ୍ଥାନ ରେ 205 ଟି ପୁଲିଂ ବୁଥ ରହିଛି । 525 ବୁଥ ରେ ୱେବ କାଷ୍ଟିଂ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ନିର୍ବାଚନ ପ୍ରସ୍ତୁତି; ନିୟୋଜିତ ହେବେ 10 କମ୍ପାନୀ ସିଏପିଏଫ୍‌ - Election preparation in Khordha

କେବଳ ସମ୍ବେଦନ ଶିଳ ବୁଥ ନୁହେଁ ଗଣ୍ଡଗୋଳ ଆଶଙ୍କା ବା ସେଭଳି ସ୍ଥିତି ଆଶଙ୍କା କରି ମୋଟ ୫୨୫ ବୁଥର ୱେବ କାଷ୍ଟିଙ୍ଗ ପାଇଁ ଚିହ୍ନଟ କରାଯାଇଛି । ଅର୍ଥାତ ଏସବୁ ବୁଥ ରେସ୍ଥିତି ସିଧା ସଳଖ ଚିତ୍ର ଜିଲ୍ଲାପାଳଙ୍କ ଅଫିସରେ ଦୃଶ୍ୟମାନ ହେବ । ଏହାସହିତ ୧୫ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଗୋଟିଏ ଷ୍ଟାର୍ଟସ୍ଟିକ ସର୍ଭେଲାନ୍ସ ଟିମକୁ ମୁତୟନ କରାଯିବ । ମଧ୍ୟ ନିର୍ବାଚନମଣ୍ଡଳୀର ସମସ୍ତ ୨୦୦ଟି ବୁଥ ସମ୍ପୂର୍ଣ ଭାବରେ ସଖି ବୁଥ ହୋଇଥିବାରୁ କମିଶନରେଟ ପୁଲିସ, ସିଏପିଏଫ ମହିଳା ଫୋର୍ସକୁ ଅଧିକ ମୁତୟନ କରାଯିବ । ନିର୍ବାଚନ ପାଇଁ ରାଜଧାନୀରେ ମୁତୟନ ହେବେ 12 କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ସହ 15 ପ୍ଲାଟୁନ ପୋଲିସ ଫୋର୍ସ । ୨୩ ତାରିଖ ସନ୍ଧ୍ୟା ୫ ଟା ବେଳେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଏନେଇ ଚେକିଂକୁ ଆହୁରି ବଢ଼ାଇ ଦିଆଯାଇଛି । ନାଇଟ ପେଟ୍ରୋଲିଂ ଛକ ଛକରେ ନାକା ସହର ସାରା ଛାଉଣି ହୋଇ ଲାଗିଥିବା ବେଳେ, ଭୁବନେଶ୍ୱର ସହରକୁ ଚାରିପଟୁ ପ୍ରବେଶପଥକୁ ସଶସ୍ତ୍ର ପୋଲିସ ବାହିନୀ ଓ ପୋଲିସର ସ୍ବତନ୍ତ୍ର ଟିମ ଜଗି ରହିଛନ୍ତି । ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା କମିଶନର କହିଛନ୍ତି । ।ଜଣେ ଡିସିପିଙ୍କ ନେତୃତ୍ବରେ 5 ଜଣ ଅତିରିକ୍ତ ଡିସିପି, ୧୩ଜଣ ଏସିପି ସହ ୩୫ଇନସ୍ପେକ୍ଟର‌ ୨୯୩ ଜଣ ଏସ ଆଇ ଓ ଏଏସ ଆଇ ଅଫିସର ,୧୧୨୦ଜଣ କନଷ୍ଟେବଳ, ୫୧୮ହୋମ ଗାର୍ଡ ସହ କ୍ୟୁଆରଟି ଟିମ୍ ମଧ୍ୟ ମୁତୟନ ହେବେ । ତେବେ ଭୁବନେଶ୍ବରରେ ମୋଟ ୫ଟି ନିର୍ବାଚନ ମଣ୍ଡଳୀର ୧୧୩୨ଟି ବୁଥରୁ ୧୪୫ଟି ବୁଥ ସମ୍ବେଦନଶୀଳ ରହିଛି । ଯେଉଁଥିରେ ଜୟଦେବ, ଜଟଣି ସହ ଉତର ମଧ୍ୟମ ଓ ଏକାମ୍ର ନିର୍ବାଚନମଣ୍ଡଳି ରହିଥିବା ସୂଚନା ଦେଇଛନ୍ତି ସଞ୍ଜିବ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2024, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.