ETV Bharat / state

BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement for Counting

author img

By ETV Bharat Odisha Team

Published : Jun 3, 2024, 6:01 PM IST

Vote Counting In Bhubaneswar: BJB କ୍ୟାମ୍ପସରେ ଷ୍ଟ୍ରଙ୍ଗ ରୁମରେ ହେବ ଭୋଟ ଗଣତି । ନିଆରା ଢଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପାଇଁ କିପରି ରହିଛି ପ୍ରସ୍ତୁତି ଜାଣନ୍ତୁ ।

Vote Counting
Vote Counting (ETV Bharat Odisha)

ଭୁବନେଶ୍ବର: ଏଥର ନିଆରା ଢଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବ । BJB କ୍ୟାମ୍ପସରେ ଷ୍ଟ୍ରଙ୍ଗ ରୁମରେ ହେବ ଭୋଟ ଗଣତି । ଘୋଷଣା ପାଇଁ ଏଥର LED ଏବଂ ଡିଜେ ମାଇକ ଓ ଡିଜେ ବ୍ୟବସ୍ଥା କରାଯିବ । ଏନେଇ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ତଦାରଖ କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି । ପୋଲିସ କମିଶନର କହିଛନ୍ତି, "ବିଜେବି କଲେଜରେ ଭୁବନେଶ୍ୱର ୫ଟି ବିଧାନସଭା କ୍ଷେତ୍ରର ଭୋଟ ଗଣତି ହେବ । ଭୋଟ ଗଣତି ଦିନ‌ ଜନସମାଗମର ସମ୍ଭାବନା ରହିଛି । ଏନେଇ ଲୋକଙ୍କ ପାଇଁ ବିଜେବି କଲେଜ ପଡିଆରେ ୨ଟି ବଡ଼ ବଡ଼ ଏଲଇଡି ଲଗାଯିବ । ଯାହା ଜରିଆରେ ସେମାନେ‌ ଫଳାଫଳ ଦେଖିପାରିବେ । ଭିଡକୁ ଦେଖି କ୍ରାଉଡ୍ କଣ୍ଟ୍ରୋଲ ଓ ସେମାନଙ୍କର ଗାଡି ମୋଟର ରଖିବା ପାଇଁଁ ଟ୍ରାଫିକ ବ୍ୟବସ୍ଥା କରାଯିବ ।"

Vote Counting (ETV Bharat Odisha)

କମିଶନର ଆହୁରି କହିଛନ୍ତି, "ବିଭିନ୍ନ‌ ପାର୍ଟି ଅଫିସରେ ଗହଳି ସମ୍ଭାବନାକୁ ଦୃଷ୍ଟିରେ ରଖି ସେଠାରେ ଫୋର୍ସ ମୁତୟନ କରାଯିବ । ନିର୍ବାଚନୀ ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ପାଳନର ସମ୍ଭାବନା ରହିଛି । ସେନେଇ ବିଭିନ୍ନ ଜାଗାରେ ମଧ୍ୟ ବ୍ୟବସ୍ଥା କରାଯିବ । ଯେପରି କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ବ୍ୟବସ୍ଥା ହୋଇଛି । ଜଣେ ଡିସିପିଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପି , ୧୪ଜଣ ଏସିପିଙ୍କ ସହ ୩୫ ଜଣ ଇନସ୍ପେକ୍ଟର, ୨ଶହ ଜଣ SI ଓ ASI ଅଫିସରଙ୍କ ସହ ୩୮ପ୍ଲାଟୁନ‌ ପୋଲିସ ସହ ୫ କମ୍ପାନୀ ସିଏପିଏଫ ଯବାନ ମଧ୍ୟ ମୁତୟନ ହେବେ ।"

ଏହା ବି ପଢନ୍ତୁ...କାଲି ବରଗଡ଼ ଓ ପଦ୍ମପୁର ରେଜଲ୍ଟ, ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - Bargarh Vote Counting Preparation

"ଏଲଇଡି ଜରିଆରେ ଲୋକ‌େ ସେମାନଙ୍କ ବୁଥର ଷ୍ଟାଟସ୍ ଦେଖିପାରିବେ । ମାଇକ ଜରିଆରେ ଫଳାଫଳ ଘୋଷଣା ହେବ । ଏଥିସହ ମଝିରେ ମଝିରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ‌ ରଖି ଗୀତ ପରିବେଷଣ ହେବା ଦ୍ବାରା ସମସ୍ତଙ୍କ ମନୋରଞ୍ଜନ ହୋଇପାରିବ । ଏହାସହ ପଡ଼ିଆ ଭିତରେ ପୋଲିସ ଛାଉଣି ରହିବ, ଯେପରିକି କର୍ମୀ ଓ‌ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ନହୁଏ, ସେଥି ପାଇଁ ସବୁ ଥାନା ଷ୍ଟ୍ରାଇକିଂ ଫୋର୍ସ ଧରି ବୁଲିବେ । ୫ଟି ବିଧାନସଭା କ୍ଷେତ୍ର ବିଶେଷ କରି ଜୟଦେବ, ଜଟଣୀ, ଉତ୍ତର ଭୁବନେଶ୍ୱର, ମଧ୍ୟ ଭୁବନେଶ୍ୱର, ଏକାମ୍ର ଭୁବନେଶ୍ୱରର ଉଭୟ ଲୋକସଭା ଓ ବିଧାନଭା କ୍ଷେତ୍ରର ଫଳାଫଳ ଘୋଷଣା ହେବ । ତ୍ରିସ୍ତରୀୟ ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛି । ଏହା ଉପରେ ସିସିଟିଭି ସର୍ଭିଲାନ୍ସରେ ସହ ୨୪ ଘଣ୍ଟିଆ ନଜରରେ ରହିଛି" ବୋଲି କହିଛନ୍ତି ପୋଲିସ କମିଶନର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.