ETV Bharat / state

ଶ୍ରାବଣ ଶେଷ ସୋମବାର, ହର ହର ମହାଦେବ ଧ୍ବନିରେ କମ୍ପିଲା ଶୈବପୀଠ - SAWAN LAST MONDAY - SAWAN LAST MONDAY

Last Monday of Sawan Month: ଶ୍ରାବଣ ଶେଷ ସୋମବାରରେ ମନ୍ଦିରରେ କାଉଡିଆଙ୍କ ଭିଡ । ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ରାଜ୍ୟର ପ୍ରମୁଖ ଶୈବ ପୀଠ ଗୁଡିକରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ବୋଲବମ ହର ହର ବମରେ ଫାଟି ପଡୁଛି ଶୈବ ପୀଠ ।

SAWAN MONTH
SAWAN MONTH (Etv Bharat)
author img

By ETV Bharat Odisha Team

Published : Aug 19, 2024, 1:52 PM IST

Updated : Aug 19, 2024, 10:50 PM IST

ଭୁବନେଶ୍ବର: ଆଜି ଶ୍ରାବଣ ଶେଷ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଭକ୍ତଙ୍କ ଭିଡ ଜମିଛି । ଧାଡିରେ ଛିଡା ହୋଇ ଜଳଲାଗି କରୁଛନ୍ତି କାଉଡିଆ । ହର ହର ମହାଦେବ ଧ୍ବନୀରେ କମ୍ପୁଛି ମନ୍ଦିର ପରିସର । ଶେଷ ସୋମବାର ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ପ୍ରମୁଖ ଶୈବ ପୀଠ । ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ନିକଟରେ ସମସ୍ତେ ଜଳଲାଗି କରିଛନ୍ତି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

SAWAN MONTH (Etv Bharat)

ଲଡୁବାବାଙ୍କୁ ଜଳଲାଗି କଲେ କାଉଡିଆ:

ଶାନ୍ତି ଶୃଙ୍ଖଳାରେ କାଉଡ଼ିଆ ଭକ୍ତମାନେ ଲମ୍ବା ଧାଡିରେ ଯାଇ ବାବା ଲଡୁକେଶ ନିକଟରେ ଜଳ ଲାଗି କରି ମନସ୍କାମନା ଜଣାଉଛନ୍ତି । ବିଶେଷ କରି ମହିଳା କାଉଡ଼ିଆ ଭକ୍ତଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଭଳି କୌଣସି କାଉଡ଼ିଆ ବାବା ଲଢୁକେଶଙ୍କ ପାଖକୁ ଆସି ଜଳ ଲାଗି ନକରି ନିରାଶ ହୋଇ ନଫେରନ୍ତି ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ଶ୍ରାବଣ ମାସର ଶେଷ ସୋମବାର ପାଇଁ ରାତି 2ଟାରୁ ଲଡୁବାବାଙ୍କର ସ୍ଵତନ୍ତ୍ର ନୀତିକାନ୍ତ କରାଯାଇ ଭକ୍ତ ପାଇଁ ଦର୍ଶନ ଆରମ୍ଭ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ମହିଳା କାଉଡ଼ିଆ ମାନଙ୍କୁ ଜଳ ଲାଗି କରିବା ପାଇଁ ଅନୁମତି ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-ଶ୍ରାବଣ ଶେଷ ସୋମବାର: ଲିଙ୍ଗରାଜ ମନ୍ଦିରରେ ଦର୍ଶନ କଲେ ରାଜ୍ୟସଭା ଉପାଧ୍ୟକ୍ଷ ଓ ପୋଲିସ ଡିଜି - last monday of sawan

SAWAN MONTH (Etv Bharat)

ବୌଦ୍ଧରେ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଗହଳି:

ଅନ୍ୟପଟେ ଶ୍ରାବଣ ଶେଷ ସୋମବାର ଅବସରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଶ୍ରଦ୍ଧାଳୁ ମାନେ ଜଳାଭିଷେକ କରିଛନ୍ତି । ଜିଲ୍ଲାର ତିନୋଟି ବ୍ଲକରେ ଥିବା ଶୈବପୀଠରେ ଆଜି ପ୍ରତ୍ୟୁଷରୁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ପରେ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଜଳାଭିଷେକ କରିଥିଲେ ରାମେଶ୍ବର ମନ୍ଦିର ଓ ଗନ୍ଧରାଡ଼ିର ଚାରି ଶମ୍ଭୁ ମନ୍ଦିର ସମେତ ଯୋଜନକ ଶୈବପୀଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାଉଡ଼ିଆ ମାନେ ମହାଦେବଙ୍କୁ ମହାନଦୀରୁ ପବିତ୍ର ଜଳ ଆଣି ଜଳାଭିଷେକ କରିଥିଲେ । ଚଳିତ ବର୍ଷ ଦୀର୍ଘ ବର୍ଷ ପରେ ଶ୍ରାବଣ ମାସରେ ପାଞ୍ଚଟି ସୋମବାର ପଡିବା ଶୁଭଙ୍କର ବୋଲି ପଣ୍ଡିତମାନେ ମତ ପ୍ରକାଶ କରିଛନ୍ତି । ସେପଟେ ବୌଦ୍ଧ ରାମେଶ୍ବର ମନ୍ଦିର ପରିସରରେ ଥିବା ରାଜ୍ୟ ର ଏକମାତ୍ର ପ୍ରଜାପିତା ବ୍ରହ୍ମାଙ୍କ ପ୍ରତିମୂର୍ତ୍ତିରେ ଭକ୍ତ ଶ୍ରଦ୍ଧାଳୁ ମାନେ ଭୋଳା ନାଥଙ୍କ ନିକଟରେ ଜଳାଭିଷେକ ପରେ ବ୍ରହ୍ମାଙ୍କ ଦର୍ଶନ କରିଛନ୍ତି । ବିଶ୍ବାସ ରହିଛି ଯେ ରାମେଶ୍ବର ବାବାଙ୍କ ଠାରେ ଜଳାଭିଷେକ ପରେ ପ୍ରଜାପିତା ବ୍ରହ୍ମାଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ଶ୍ରାବଣ ଶେଷ ସୋମବାର (ETV Bharat Odisha)

ଧବଳେଶ୍ବର ପୀଠରେ କାଉଡିଆଙ୍କ ଭିଡ:

ଆଜି ଶ୍ରାବଣ ମାସ ଶେଷ ସୋମବାର ଥିବାରୁ କଟକର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ବର ପୀଠରେ ହଜାର ହଜାର କାଉଡିଆଙ୍କ ସମାଗମ ହୋଇଛି । ବାବା ଧବଳେଶ୍ବରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆ ମାନେ ଜଳଲାଗି କରିଥିଲେ । ବଡ଼ସିଂହାର ବେଶରେ ବାବା ଧବଳେଶ୍ବର ଦର୍ଶନ ଦେଉଥିବା ବେଳେ ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶିବ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପିଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ରଖି କେବଳ ଜଳକଳସ ଧରି ପୀଠ ଭିତରକୁ ପ୍ରବେଶ କରି ବାବା ଧବଳେଶ୍ବରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ଚଳିତ ବର୍ଷ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ କାଉଡ଼ିଆ ଆଣୁଥିବା ପ୍ଲାଷ୍ଟିକ କଳସୀକୁ ପୀଠ ମଧ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି କେବଳ ମାଟି କିମ୍ବା ପିତଳ କିମ୍ବା ତମ୍ବା କଳସରେ ଜଳ ଆଣିବା ପାଇଁ ଆବେଦନ କରାଯାଇଛି। ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଶ୍ରାବଣ ଶେଷ ସୋମବାର (ETV Bharat Odisha)

ବେଦବ୍ୟାସ ମନ୍ଦିରରେ କାଉଡିଆଙ୍କ ଭିଡ:

ଶ୍ରାବଣ ଶେଷ ସୋମବାର ପାଇଁ ରାଉରକେଲା ପ୍ରସିଦ୍ଧ ଶୈବ ପୀଠ ବେଦବ୍ୟାସ ଶିବ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିରହିଛି । ମାଇଲ ମାଇଲ ବାଟ ଚାଲି ଆସି ଭୋଳାବାବାଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ଶ୍ରାବଣ ସୋମବାର ମହାଦେବକୁ ଜଳଲାଗି କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସେହି ବିଶ୍ବାସ ନେଇ ବେଦବ୍ୟାସରେ ଲାଗିଛି କାଉଡିଆଙ୍କ ଗହଳି ।

ଜଣେ ଭକ୍ତ କହିଛନ୍ତି, ଆଜି ପବିତ୍ର ଶ୍ରାବଣ ମାସର ପଞ୍ଚମ ତଥା ଶେଷ ସୋମବାର । ମହାଦେବଙ୍କୁ ଜଳ ଅର୍ପଣ କରିବା, ତାଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ କୋଣ ଅନୁକୋଣରୁ ଛୁଟି ଆସୁଛନ୍ତି ଲୋକେ। ମନସ୍କାମନା ପୂର୍ଣ୍ଣ ଏବଂ ଫଳ ପାଇବା ପାଇଁ ସମସ୍ତ କୋଣ ଅନୁକୋଣରୁ ଲୋକେ ଏକାଠି ହୋଇ ଜଳାଭିଷେକ ସାମିଲ ହୋଇଛୁ। ତ୍ରିବେଣୀ ସଙ୍ଗମ ଏବଂ ବେଦବ୍ୟାସ ଭଳି ମହାଦେବଙ୍କ ପବିତ୍ର ସ୍ଥଳୀରେ ଆମେ ମଧ୍ୟ ପ୍ରତ୍ୟକ ସୋମବାର ଆସି ଏଥରେ ଜଳଲାଗି କରିଛୁ । ଦେବ ଦେବ ମହାଦେବଙ୍କୁ ଜଳଲାଗି କରିଲେ ସମସ୍ତ ମନସ୍କାମନା ପୂର୍ଣ ହୁଏ । ହିନ୍ଦୁ ପୁରାଣରେ ରାଉରକେଲା ବେଦବ୍ୟାସ ପୀଠର ବିଶେଷ ମହତ୍ବ ରହିଛି ତେଣୁ କରି ଦୂରଦୂରାନ୍ତରୁ ଭକ୍ତ ଏବଂ କାଉଡ଼ିଆ ମାନଙ୍କୁ ଏହାର ପବିତ୍ର ତ୍ରିବେଣୀ ସଙ୍ଗମ ବା ବ୍ରାହ୍ମଣୀ ନଦୀର ଜଳରେ ଜଳଲାଗି କରିବା ପାଇଁ ଏବଂ ଏଠାକୁ ଆସିଥାନ୍ତି ଏବଂ ଆମେ ମଧ୍ୟ ଏଠାକୁ ଆସିଛୁ । ତେବେ ବେଦବ୍ୟାସକୁ ଆସି ମନ ଭାରି ଉଲ୍ଲସିତ ଲାଗୁଛି । ’

ଶ୍ରାବଣ ଶେଷ ସୋମବାର (ETV Bharat Odisha)

ଲୋକାରଣ୍ୟ କପିଳାଶ:

ଶ୍ରାବଣ ମାସରେ ଶେଷ ସୋମବାରରେ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାନସିକ ଧାରୀ କାଉଡ଼ିଆ ମାନଙ୍କ ଭିଡ଼ ଲାଗିଥିଲା । ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ରଶେଖରଙ୍କ ମସ୍ତକରେ ହଜାର ହଜାର କାଉଡିଆ ଜଳଲାଗି କରିଥିଲେ । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ ମାନସିକ ପୂରଣ ହେବା ସହ ପୂଣ୍ୟପ୍ରାପ୍ତି ହୁଏ ବୋଲି ବିଶ୍ୱାସ ନେଇ ମାନସିକଧାରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଚଳିତ ଥର ଶେଷ ସୋମବାର ଥିବାରୁ କପିଳାଶରେ ୧୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏପଟେ ଶୃଙ୍ଖଳିତ ଦର୍ଶନ ସହ କାଉଡିଆଙ୍କ ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଟ କରାଯାଇଥିଲା । ଢେଙ୍କାନାଳରୁ କପିଳାଶ ରାସ୍ତାରେ ବିଭିନ୍ନ ସ୍ଥାନରେ କାଉଡ଼ିଆ ମାନସିକ ଧାରୀଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଯାତ୍ରା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ, ନୟାଗଡ, କଟକ, ରାଉରକେଲା, ଢେଙ୍କାନାଳ

Last Updated : Aug 19, 2024, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.