ETV Bharat / state

ଏଣିକି ଓଡ଼ିଶାରେ ୟୁରୋପର ମଜା ନେବେ ପର୍ଯ୍ୟଟକ, କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ - Koraput Singapur Road

author img

By ETV Bharat Odisha Team

Published : Sep 1, 2024, 2:16 PM IST

Koraput Singapur road doubling project: ୟୁରୋପ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେବେ ପର୍ଯ୍ୟଟକ। କୋରାପୁଟ-ସିଙ୍ଗାପୁର ରୋଡ୍ ରେଳଲାଇନର ଦୋହରୀକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। କେଉଁ ସବୁ ସୁବିଧା ମିଳିବ ଜାଣନ୍ତୁ ।

road doubling project
road doubling project (ETV Bharat Odisha)

ଭୁବନେଶ୍ବର: ପର୍ଯ୍ୟଟକଙ୍କ ମନମୋହିବ କୋରାପୁଟ-ସିଙ୍ଗାପୁର ରୋଡ୍ ରେଳଲାଇନ। ଦୂର ହେବ ଇଞ୍ଜିନିୟରିଂ ସମସ୍ୟା। ୟୁରୋପ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ନେବେ ପର୍ଯ୍ୟଟକ। ଏଥିପାଇଁ ଦୋହରୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚଲିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫ କିଲୋମିଟର ଦୈର୍ଘ୍ୟରେ ଚାଲୁ ରହିଛି ଦୋହରୀକରଣ କାର୍ଯ୍ୟ । ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ପ୍ରକଳ୍ପଟି ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ।

ଟନେଲ ପାଇଁ ଟେଣ୍ଡର ଆହ୍ୱାନ:
"ଏହି ପ୍ରକଳ୍ପର ୨୨.୯୪ କିଲୋମିଟର ଦୈର୍ଘ୍ୟ ଲକ୍ଷ୍ମୀପୁର ଏବଂ ଟିକିରି ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏକ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ଟନେଲ ଏବଂ ସେତୁ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ଆହ୍ୱାନ କରାଯାଇଛି। ଲକ୍ଷ୍ମୀପୁର ରୋଡ୍ ଏବଂ ବାଇଗୁଡା ମଧ୍ୟରେ ୨୭.୮୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି "ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ଅଧିକାରୀ।

ଇଞ୍ଜିନିୟରିଂ କାର୍ଯ୍ୟକୁ ଆହ୍ୱାନ:କୋରାପୁଟ- ରାୟଗଡା ରେଳ ମାର୍ଗରେ ଭୂସ୍ଖଳନ ଆଶଙ୍କା ଥିବା ଅନେକ ଅଞ୍ଚଳ ରହିଛି। ବିଶେଷକରି ଟିକିରି- ଭାଲୁମାସ୍କା ରେଳ ସେକ୍ସନ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଅବସ୍ଥିତ। ବର୍ତ୍ତମାନ କୋରାପୁଟ- ରାୟଗଡା ରେଳ ମାର୍ଗରେ ୩୬ ଟି ଟନେଲ୍ ଥିବାବେଳେ ଦୋହରୀକରଣ କାର୍ଯ୍ୟରେ ୩୨ ଟି ଟନେଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ସେଥିମଧ୍ୟରେ ଟିକିରି ଏବଂ ଭାଲୁମାସ୍କା ମଧ୍ୟରେ ୧୯ଟି, ଭାଲୁମାସ୍କା ଏବଂ ସିଙ୍ଗାପୁର ରୋଡ୍ ମଧ୍ୟରେ ୯ଟି ଏବଂ ବାଇଗୁଡା ଏବଂ ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ ୪ ଗୋଟି ଟନେଲ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟରେ ଉଚ୍ଚ ପର୍ବତ ଶୃଙ୍ଗ ସହିତ ଖାଇ ଅନ୍ତର୍ଭୁକ୍ତ । ଗୋଟିଏ ପାର୍ଶ୍ୱରେ ପାହାଡ ଦ୍ୱାରା ସୀମାନ୍ତ ଥିବାବେଳେ ଅନ୍ୟ ପାର୍ଶ୍ୱରେ ୧୦୦ ମିଟରରୁ ଅଧିକ ଖାଇ ଅବସ୍ଥିତ ଓ ଗଭୀର ଉପତ୍ୟକା ଅବସ୍ଥିତ ଥିବା ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ ଉଭୟ ଏକ ବଡ଼ ଆହ୍ୱାନ ଏବଂ ବିପଜ୍ଜନକ ଅଟେ। ଏହି ପ୍ରକଳ୍ପର ଦୀର୍ଘତମ ଟନେଲ ୨ କିଲୋମିଟର ଦୈର୍ଘ୍ୟ ଯାହା ଆବଶ୍ୟକ ଇଞ୍ଜିନିୟରିଂର ମାପକାଠି ପ୍ରଦର୍ଶନ କରିବ। ଏହି ରେଳ ଲାଇନ ପ୍ରକଳ୍ପ ଏକ ଘାଟ ସେକ୍ସନ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଦେଇ ଅତିକ୍ରମ କରୁଥିବାରୁ ପରିବେଶର ପ୍ରଭାବକୁ କମ୍ କରିବାକୁ ଯତ୍ନଶୀଳ ଯୋଜନା ଏବଂ କାର୍ଯ୍ୟକାରିତା ଆବଶ୍ୟକ କରୁଛି ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ।

ଏହା ବି ପଢନ୍ତୁ...ସମ୍ବଲପୁର ପୁରୁଣା ଅଯୋଧ୍ୟା ସାଗର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ସ୍ୱାଗତ କଲେ ଅଞ୍ଚଳବାସୀ - Mahanadi River Develpoment

ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି:"କୋରାପୁଟ- ସିଙ୍ଗାପୁର ରୋଡ୍ ରେଳ ଲାଇନ ମାର୍ଗ ଏହାର ଚମତ୍କାର ଦୃଶ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଯାହା ୟୁରୋପୀୟ ଦେଶମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଏ। ଏହି ରେଳ ଲାଇନର ଦୋହରୀକରଣ ହେବା କେବଳ ରେଳ ପରିବହନର ଦକ୍ଷତା ଏବଂ କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଏହି ଅଞ୍ଚଳରେ ପର୍ଯ୍ୟଟନ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ଉନ୍ନତ ରେଳ ସଂଯୋଗ ଏହି ଅଞ୍ଚଳକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ଯାହା ଦ୍ୱାରା ପର୍ଯ୍ୟଟକମାନେ ଏଠାକାର ପର୍ଯ୍ୟଟନ, ସଂସ୍କୃତିକୁ ଉପଭୋଗ କରିବେ। ସ୍ଥାନୀୟ ଅର୍ଥନୀତିକୁ ଆହୁରି ବୃଦ୍ଧି କରିବା ଏବଂ ନିରନ୍ତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ସହାୟକ ହେବ । ଭିତ୍ତିଭୂମିରେ ଉନ୍ନତି:"କୋରାପୁଟ- ସିଙ୍ଗାପୁର ରୋଡ ରେଳ ଲାଇନର ଦୋହରୀକରଣ ହେବା ଦ୍ୱାରା ଏହି ଅଞ୍ଚଳର ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବ। ଏହି ପ୍ରକଳ୍ପଟି ଶେଷ ହେବା ପରେ ରେଳ ପରିବହନର କ୍ଷମତା ଏବଂ ଦକ୍ଷତା ବୃଦ୍ଧି ପାଇବା ସହିତ ଯାତ୍ରୀ ଏବଂ ପଣ୍ୟ ପରିବହନ କାର୍ଯ୍ୟ ମଧ୍ୟ ଲାଭଦାୟକ ହେବ। କୋରାପୁଟ-ରାୟଗଡା ରେଳ ପ୍ରକଳ୍ପରେ କାର୍ଯ୍ୟରତ ଟିମ୍ ଧାର୍ଯ୍ୟ ସମୟ ପୂର୍ବରୁ କାମ ସାରିବା ସହ ନିରାପତ୍ତା ସୁନିଶ୍ଚିତ କରିଛନ୍ତି" ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.