ETV Bharat / state

କିନ୍ନର ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଲା ସ୍ବାମୀ, ଥାନାରେ ଅଭିଯୋଗ - Dowry Torture Allegations - DOWRY TORTURE ALLEGATIONS

Dowry Torture Allegations: କିନ୍ନର ସ୍ତ୍ରୀକୁ ଯୌତୁକ ନିର୍ଯାତନା ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ କିନ୍ନର ଜଣଙ୍କ । ଅଧିକ ପଢନ୍ତୁ

Dowry Torture Allegations
Dowry Torture Allegations
author img

By ETV Bharat Odisha Team

Published : Mar 30, 2024, 5:15 PM IST

Dowry Torture Allegations

ବଲାଙ୍ଗୀର: ଯୌତୁକ ପାଇଁ କିନ୍ନର ସ୍ତ୍ରୀକୁ ନିର୍ଯାତନା ଅଭିଯୋଗ । ସ୍ବାମୀ ବିରୋଧରେ ଏପରି ଅଭିଯୋଗ ଆଣିଲେ କିନ୍ନର ଜଣଙ୍କ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଟାଉନ ଥାନା ଅଞ୍ଚଳରୁ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ନରଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଏତଲାରେ ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଯୌତୁକ ପାଇଁ ନବବଧୂ ହତ୍ୟା ମାମଲା; ଏସପିଙ୍କୁ ଫେରାଦ ହେଲେ ପରିବାରବର୍ଗ

ସମ୍ବଲପୁର ଜିଲ୍ଲାର ଜଣେ କିନ୍ନର ଓ ବଲାଙ୍ଗୀରର ଯୁବକ ପ୍ରଫୁଲ୍ଲ ଓରଫ ପେଟୁ ପାତ୍ର ପରସ୍ପରକୁ ଭଲ ପାଉଥିଲେ । 2013 ମସିହାରେ ସମ୍ବଲପୁର ସମଲେଇ ମନ୍ଦିରରେ ବୈଦିକ ରୀତି ନୀତିରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ଦୁଇ ଜଣ ସ୍ବାମୀ ସ୍ତ୍ରୀ ଭାବରେ ବଲାଙ୍ଗୀରରେ ଆସି ରହୁଥିଲେ। ତେବେ ବିବାହର ଗୋଟିଏ ବର୍ଷ ପରେ କିନ୍ନରଙ୍କ ସ୍ବାମୀ ଯୌତୁକ ଟଙ୍କା ଆଣିବାକୁ କହିଥିଲେ । ପରେ କିନ୍ନର ଜଣଙ୍କ ସ୍ବାମୀଙ୍କୁ ଦଶ ଲକ୍ଷ ଟଙ୍କା ସହ ଏକ ମୋଟର ସାଇକଲ ମଧ୍ୟ ଯୌତୁକ ଦେଇଥିଲେ। ପରେ କୌଣସି ଏକ ଅପରାଧରେ ତାଙ୍କ ସ୍ଵାମୀ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ବେଲରେ ଆସିବା ପରେ ଅନେକ ସମୟରେ ସେ କିନ୍ନର ସ୍ତ୍ରୀଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାରପିଟ କରୁଥିଲେ । ଏନେଇ ସେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିବା ପରେ ସବୁକିଛି ଠିକଠାକ ହୋଇଯାଇଥିଲା । ହେଲେ ପୁଣି ଏବେ ପ୍ରଫୁଲ୍ଲ କିନ୍ନର ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବାସହ ଘରୁ ତଡି ଦେଇଥିବାର ସେ ଅଭିଯୋଗ ଆଣିଛନ୍ତି।

ଏହା ମଧ୍ୟ ପଢନ୍ତୁ- ପୁଣି ସମ୍ନାକୁ ଆସିଲା ଯୌତୁକ ନିର୍ଯାତନା ଘଟଣା, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ବଲାଙ୍ଗୀର ଟାଉନ ଥାନାରେ ଏନେଇ କିନ୍ନର ଜଣଙ୍କ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଯୌତୁକ ସାମଗ୍ରୀ ଓ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି। ଏପରି ଅଭିଯୋଗ ପରେ ସଂପୃକ୍ତ ସ୍ୱାମୀର ପ୍ରତିକ୍ରିୟା ମିଳି ପାରି ନାହିଁ। ଅନ୍ୟପଟେ ବଲାଙ୍ଗୀର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.