ETV Bharat / state

ରାଜକନିକାରେ କଙ୍ଗାରୁ କୋର୍ଟ ! ଭିନ୍ନ ଜାତିରେ ବିବାହ କାରଣରୁ ବାସନ୍ଦ ପରିବାର - Kendrapara News

Kangaroo Court in Kendrapara: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଲୁହାରମହୀ ଗାଁରେ କଙ୍ଗାରୁ କୋର୍ଟ ଅଭିଯୋଗ । 'ସୁନ୍ନି' ନାମକ ମୁସଲମାନ ସମ୍ପ୍ରଦାୟର ଦୁଇ ଭାଇ 'ସିଆ' ନାମକ ମୁସଲମାନ ସମ୍ପ୍ରଦାୟରେ ବିବାହ କରିବାରୁ ବାସନ୍ଦ କରିଦେଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ରାଜକନିକାରେ କଙ୍ଗାରୁ କୋର୍ଟ !
ରାଜକନିକାରେ କଙ୍ଗାରୁ କୋର୍ଟ !
author img

By ETV Bharat Odisha Team

Published : Jan 31, 2024, 10:47 PM IST

ରାଜକନିକାରେ କଙ୍ଗାରୁ କୋର୍ଟ !

କେନ୍ଦ୍ରାପଡ଼ା: କଙ୍ଗାରୁ କୋର୍ଟ ! ତାହା ପୁଣି ଏକବିଂଶ ଶତାବ୍ଦୀରେ । ସମାଜରେ ପ୍ରତିଟି ନାଗରିକର ଜୀବନ ଜିଇଁବା ପାଇଁ ଅଧିକାର ରହିଛି । ଜଣେ ସଂଖ୍ୟାଲଘୁ ହୋଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ବିବାହ କରିଥିବାରୁ ତାଙ୍କୁ ଆକ୍ରୋଶ ମୂଳକ ଭାବେ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଅଡ଼ି ବସିଲେ ଗ୍ରାମବାସୀ । ଆଉ ୧ ଲକ୍ଷ ଟଙ୍କା ନଦେଇ ପାରିବାରୁ ତାଙ୍କୁ ସମସ୍ତ ସୁବିଧାରୁ ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡିତ । କେବଳ ସେତିକି ନୁହେଁ, ଗ୍ରାମରେ ଥିବା ମସଜିଦରେ ନମାଜ ପଢିବା ପାଇଁ ଯିବାରୁ ଧକ୍କା ମାରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଲେ ବୋଲି ମଧ୍ୟ ରାଜକନିକା ଥାନାରେ ଲିଖିତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ତହସିଲ ଅନ୍ତର୍ଗତ ଲୁହାରମହୀ ଗାଁରେ । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ଅମିନ ଶାହାଙ୍କ ପରିବାର ଲୁହାରମହୀ ସାହିରେ 'ସୁନ୍ନି' ନାମକ ମୁସଲମାନ ସମ୍ପ୍ରଦାୟ ଭାବରେ ଦୀର୍ଘ ଦିନ ହେବ ରହିଆସୁଛନ୍ତି । ହେଲେ ତାଙ୍କର ଦୁଇ ପୁଅ 'ସିଆ' ନାମକ ମୁସଲମାନ ସମ୍ପ୍ରଦାୟରେ ଓଳାଭର ଓ ଆଳି ଅଞ୍ଚଳରେ ପ୍ରେମ ବିବାହ କରିଛନ୍ତି । ଅନ୍ୟ ଅଞ୍ଚଳରେ ପିଲାମାନେ ବିବାହ କରିଥିବାରୁ ଜରିମାନା ସ୍ବରୂପ ୧ ଲକ୍ଷ ଟଙ୍କା ଦେଲେ ସମାଜରେ ରହିବ ନଚେତ ସମସ୍ତ ଗାଁ କାର୍ଯ୍ୟରୁ ବାସନ୍ଦ କରାଯିବା ନେଇ ଗ୍ରାମବାସୀ ଅମିନ ଶାହାଙ୍କୁ ଚେତାବନୀ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଡାହାଣୀ ସନ୍ଦେହରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ୧୨ ଘଣ୍ଟା ଧରି ୨ ଜଣକୁୁ ନିର୍ଯାତନା

ଏନେଇ ଅମିନ ଶାହା କହିଛନ୍ତି, "ଆମ ଗାଁରେ ଅନ୍ୟମାନେ ସେହି ସବୁ ଅଞ୍ଚଳରେ ବିବାହ କରିଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି ନିୟମ ନାହିଁ । ହେଲେ ହଠାତ ଆମ ଉପରେ ନିୟମ କଣ ପାଇଁ କହିବାରୁ ଗାଁ ଲୋକେ ଧମକ ଚମକ ଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଏମିତିକି ଗାଁରେ କୌଣସି ଦୋକାନରୁ କିଛି କିଣିବା ପାଇଁ ଦେଉନଥିବା ବେଳେ ଗାଁରେ କାହା ସହିତ କଥା ନହେବା ପାଇଁ ବାରଣ କରାଯାଇଛି ।" ତେବେ ଏହି ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିବାରୁ ସେମାନେ ସମସ୍ତ ଦୈନନ୍ଦିନ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଓ ଶେଷରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଏଭଳି କଙ୍ଗାରୁ କୋର୍ଟକୁ ରାଜକନିକାର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି l

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.