ETV Bharat / state

ନିର୍ବାଚନ ପୂର୍ବରୁ ବଢିଲା କନିଷ୍ଠ ଶିକ୍ଷକ ବେତନ, ମିଳିବ ମାସିକ 20 ହଜାର - 2024 Assembly poll

Junior teacher salary hike to 20 thousand in state just before elections: ନିର୍ବାଚନ ପୂର୍ବରୁ କନିଷ୍ଠ ଶିକ୍ଷକ ବେତନକୁ 20 ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ବଢିଲା କନିଷ୍ଠ ଶିକ୍ଷକ ବେତନ, ମିଳିବ ମାସିକ 20 ହଜାର

author img

By ETV Bharat Odisha Team

Published : Mar 13, 2024, 9:45 PM IST

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଗକୁ ଖୁସି କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ପ୍ରତ୍ୟେକ ଦିନ ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ବିଭିନ୍ନ କର୍ମଚାରୀ ବର୍ଗଙ୍କ ପାଇଁ ବିଭିନ୍ନ ଘୋଷଣାର ଧାରା ଜାରି ରହିଛି । ଏହିକ୍ରମରେ ଆଜି କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେମାନଙ୍କ ମାସିକ ଦରମା 13,800 ଟଙ୍କା ଥିବାବେଳେ ଆଜି ଏହି ରାଶିକୁ 20ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦରମା ଗତବର୍ଷ (2023) ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ ।

ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନାଭିତ୍ତିକ ପଦବୀରେ ୩ବର୍ଷ କାର୍ଯ୍ୟ କରିସାରିଛନ୍ତି ) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ମାସିକ ପାରିଶ୍ରମିକ ୧୩,୮୦୦ ଟଙ୍କା ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି ସରକାର । ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବା ନେଇ ବ୍ୟୟ ଅଟ୍ଟକଳ କରାଯାଇଛି ।

ତେବେ ଗତ ସପ୍ତାହେରୁ ଅଧିକ ସମୟ ଧରି ବିଭିନ୍ନ ଘୋଷଣା ଜାରି ରଖିଥିବା ରାଜ୍ୟ ସରକାର ଆଜି ଏକାଧିକ ନୂତନ ଘୋଷଣା କରିଛନ୍ତି । ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏବେ ମେୟରମାନେ 50 ହଜାର ମାସିକ ପାରିତୋଷିକ ପାଇବେ । ସେହିପରି ଡେପୁଟି ମେୟରଙ୍କ ପାରିତୋଷିକ ମାସିକ 20 ହଜାରକୁ ବୃଦ୍ଧି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ମେୟର, କର୍ପୋରେଟର, କାଉନ୍ସିଲରଙ୍କ ଦରମା

ଅନ୍ୟପଟେ ଆଜି ରାଜ୍ୟରେ ଆଉ 22ଟି ନୂଆ ଏନ୍‌ଏସି ଘୋଷଣା ମଧ୍ୟ କରିଛନ୍ତି ରାଜ୍ୟ ସରକାର । 13ଟି ଜିଲ୍ଲାରେ 22ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ଗଠନ ସହ ଗଞ୍ଜାମର ଭଞ୍ଜନଗର ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ଘୋଷଣା ସହ ରାଜ୍ୟରେ ମୋଟ NAC ସଂଖ୍ୟା ୧୧୩ ରେ ପହଞ୍ଚିଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା ବେଳେ କିଛି ସ୍ଥାନରେ ଏନଏସି ମାନ୍ୟତା ଦାବି ମଧ୍ୟ ତେଜିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.