ETV Bharat / state

ପୋକରା ଚାଉଳକୁ ଭଲ କହିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ - infested rice

author img

By ETV Bharat Odisha Team

Published : Jul 1, 2024, 4:49 PM IST

Infested rice: ଦଳେଇ ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଛି ପୋକ ଲାଗିଥିବା ଚାଉଳର ଭାତ । ମାନ ଯାଞ୍ଚ ପରେ ପୋକରା ଚାଉଳକୁ ଭଲ କହିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

INFESTED RICE
INFESTED RICE (ETV BHARAT ODISHA)

ନବରଙ୍ଗପୁର: ସ୍କୁଲରେ ପୋକରା ଚାଉଳକୁ ନେଇ ତେଜିଲା ରାଜନୀତି । ଦଳେଇ ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମାନ ଯାଞ୍ଚ ପାଇଁ ଚାଉଳ ସଂଗ୍ରହ କଲା ରାଜ୍ୟ କଂଗ୍ରେସର ଏକ ପାଞ୍ଚ ଜଣିଆ କମିଟି । ନନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନୁର୍ଜୟ ମାଝୀ ଚାଉଳର ମାନ ଯାଞ୍ଚ କରି ପୋକରା ଚାଉଳକୁ କିପରି ଭଲ ଚାଉଳ ବୋଲି କହିଲେ ସେନେଇ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ମାନେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି କରିଛି । କଂଗ୍ରେସର ପାଞ୍ଚ ଜଣିଆ କମିଟିରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମୁନା ତ୍ରିପାଠୀ, ସମ୍ପାଦିକା ହାରାବତି ଗଣ୍ଡ,ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଧନମଣି ପାତ୍ର, ଜିଲ୍ଲା କଂଗ୍ରେସ ମଣ୍ଡଳ ସଭାପତି ନବ ଜୀବନ ମନ୍ଦାର ଓ ନନ୍ଦାହାଣ୍ଡି ବ୍ଲକ କଂଗ୍ରେସର ଉପସଭାପତି କମୁଳୁ ବାଙ୍କିଆ ।

INFESTED RICE (ETV BHARAT ODISHA)

ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଆସିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଏହି ବିଷୟରେ ପଚାରିବାରୁ, ଚାଉଳ ଯୋଗେଇ ଥିବା ବ୍ୟକ୍ତି ଓ ଯୋଗାଣ ବିଭାଗର ଅଧିକାରୀ ଏଥି ପାଇଁ ଦାୟୀ ରହିବେ । ତେଣୁ ଗୋଟିଏ ସ୍କ୍ୱାର୍ଡ ପଠେଇ ସଠିକ ଯାଞ୍ଚ କରିବା ପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-'ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ' ପ୍ରହସନ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଛି ପୋକରା ଚାଉଳ ଭାତ - Poor Quality Midday Meal

ଏ ବାବଦରେ ଶିକ୍ଷା ବିଭାଗକୁ କୌଣସି ନିର୍ଦ୍ଦେଶ ମିଳିନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶରେ ନନ୍ଦାହାଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନୁର୍ଜୟ ମାଝୀ ଯାଇ ଚାଉଳର ମାନ ଯାଞ୍ଚ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଗ୍ରାମବାସୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, କଂଗ୍ରେସର ପାଞ୍ଚ ଜଣିଆ ଟିମ ଉପସ୍ଥିତିରେ ପୋକରା ଚାଉଳକୁ ଭଲ ଚାଉଳ ବୋଲି କହିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏ ବାବଦରେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ମାନେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିବା ସହ ଉଚ୍ଚସ୍ତରୀୟ ଯାଞ୍ଚ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ।

ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରିବାର ଚେଷ୍ଟା କରାଯାଇ ଥିଲେ ସୁଦ୍ଧା ସେ କୌଣସି ଉତ୍ତର ଦେଇ ନଥିଲେ । ପୋକରା ଚାଉଳକୁ ଭଲ ଚାଉଳ କହିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଏହି ସ୍କୁଲ ଦାୟିତ୍ଵ ରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମୌନତା ର କଣ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ତାଗିଦ କରି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ମୁନା ତ୍ରିପାଠୀ । ଜିଲ୍ଲା ପ୍ରଶାସନ କେବେ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.