ETV Bharat / state

ମାଟିରେ ଲୋଟି ପଡିଛି ଷ୍ଟିଲ ହକି ଷ୍ଟାଚ୍ୟୁ: ବିତିଲାଣି ବର୍ଷେ, ଆଣ୍ଠେଇଛି ରିପୋର୍ଟ - HOCKEY STATUE COLLAPSES

author img

By ETV Bharat Odisha Team

Published : Jun 26, 2024, 7:26 PM IST

Hockey Statue Collapses In Rourkela: ରାଉରକେଲାରେ ଷ୍ଟିଲ ହକି ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ବିତିଗଲାଣି ବର୍ଷେ । ହେଲେ ଏଯାଏଁ ଆସିନି ତଦନ୍ତ ରିପୋର୍ଟ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ? ଅଧିକ ପଢନ୍ତୁ,

ରାଉରକେଲାରେ ଷ୍ଟିଲ ହକି ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ବିତିଗଲାଣି ବର୍ଷେ, କେବେ ଆସିବ ତଦନ୍ତ ରିପୋର୍ଟ ?
ରାଉରକେଲାରେ ଷ୍ଟିଲ ହକି ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ବିତିଗଲାଣି ବର୍ଷେ, କେବେ ଆସିବ ତଦନ୍ତ ରିପୋର୍ଟ ? (ETV Bharat Odisha)

ରାଉରକେଲା: ରାଉରକେଲାରେ ହକି ଷ୍ଟିଲ ଷ୍ଟାଚ୍ୟୁ ଭାଙ୍ଗିବା ଘଟଣାକୁ ଇତି ମଧ୍ୟରେ ବିତିଗଲାଣି ବର୍ଷେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଆସିନାହିଁ ତଦନ୍ତ ରିପୋର୍ଟ ତାକୁ ନେଇ ଉଠିଛି ନାନା ପ୍ରଶ୍ନ । ସେପଟେ ଏହି ହକି ଷ୍ଟିଲ ଷ୍ଟାଚ୍ୟୁ ବା ସ୍ମାରକୀର ପୁନରୁଦ୍ଧାର ହେବ, ନା ଅନ୍ୟ କୌଣସି ସ୍ମାରକୀ ସ୍ଥାନ ପାଇବ କିମ୍ବା ହକିପ୍ରେମୀଙ୍କ ଦାବିକୁ ସମ୍ମାନ ଜଣାଇ ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ ସେନେଇ କୌଣସି ସୂଚନା ନାହିଁ । ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ୨୦୨୩ରେ ରାଉରକେଲା ସହରରେ ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ଵକପକୁ ନେଇ ରାଉରକେଲା ସହରରେ ଆରମ୍ଭ ହୋଇଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଏହି ଷ୍ଟିଲ ହକି ଷ୍ଟାଚ୍ୟୁ ଅନ୍ୟତମ ଥିଲା । ରାଉରକେଲା ମହାନଗର ନିଗମ ପକ୍ଷରୁ ଏଥିପାଇଁ ଟେଣ୍ଡର କରାଯାଇଥିବା ବେଳେ ଭୁବନେଶ୍ବରର ଇମେଜାରୀ ସଂସ୍ଥା ପକ୍ଷରୁ ଶିଳ୍ପୀମାନେ ଏହି ବିଶାଳକାୟ ଷ୍ଟାଚ୍ୟୁକୁ ତିଆରି କରିଥିଲେ ।

୪୦ ଫୁଟର ହକି ଖେଳାଳିଙ୍କ ମୂର୍ତ୍ତି ପାଇଁ ୭୫ଟନର ସ୍କ୍ରପ ଷ୍ଟିଲ ଲାଗିଥିଲା । ସ୍ମାରକୀ ସ୍ଥଳରେ କେବଳ ଏହି ମୂର୍ତ୍ତି ପାଇଁ ୩୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା । ଏହି ମୂର୍ତ୍ତି ସ୍ଥଳକୁ ଲାଗି ସୁନ୍ଦର ଘାସ ଗାଲିଚା, ଚଲାପଥ, ଆକର୍ଷଣୀୟ ଆଲୋକ ସାଜସଜା, ଫାଉଣ୍ଟେନ ପାଇଁ ମୋଟ ବ୍ୟୟ ହୋଇଥିଲା ପ୍ରାୟ ୬୦ଲକ୍ଷ ଟଙ୍କା ଏବଂ ସେହି ସମୟରେ ଏକ ସେଲଫି ପଏଣ୍ଟରେ ଏହାର ପରିଣତ ହୋଇଥିଲା ।

ତେବେ ଗତବର୍ଷ ଜୁନ ୧୧ ତାରିଖରେ ସାମାନ୍ୟ ଝଡ଼ ପବନରେ ଏହି ଷ୍ଟାଚ୍ୟୁ ହଠାତ ଗଳି ପଡିଥିଲା ଏବଂ ଏହି ଷ୍ଟିଲ ଷ୍ଟାଚ୍ୟୁ ଗଳି ପଡିବା ପରେ ଏହାର ନିର୍ମାଣ ନିମ୍ନ ମାନର ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଦୋଷକୁ ଲୁଚାଇବା ପାଇଁ ରାଉରକେଲା ମହାନଗର ନିଗମ ଏହାକୁ କିଛି ଦୁର୍ବୃତ୍ତ ଚୋରି କରିଥିବା କହି ଅଭିଯୋଗ କରି ଥାନାରେ ଏତଲା ହୋଇଥିଲା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ଏହି ମାମଲାରେ ଏକ ଉଚ୍ଚସ୍ତରୀୟ କମିଟି ନିର୍ମାଣ କରି ଏହାର ତଦନ୍ତ କରିଥିଲେ କିନ୍ତୁ ବର୍ତ୍ତମାନ ଏହି ଘଟଣାକୁ ଘଟିବାର ଏକ ବର୍ଷ ବତିଗଲାଣି ତଥାପି ଯାଏ କୌଣସି ରିପୋର୍ଟ ସାର୍ବଜନୀନ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା: ଏଯାଏଁ ଆସିଲାନି ତଦନ୍ତ ରିପୋର୍ଟ, ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ

ତେବେ କ'ଣ ରହିଛି ରିପୋର୍ଟରେ କେଉଁଥି ପାଇଁ ଲୋକଙ୍କ ସମ୍ମୁଖରେ ରଖାଯାଉନାହିଁ ରିପୋର୍ଟ । ଏହାକୁ ନେଇ ବର୍ତ୍ତମାନ ବ୍ୟାପକ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ଏହି ସ୍ମାରକୀର ପୁନରୁଦ୍ଧାର ହେବ, ନା ଅନ୍ୟ କୌଣସି ସ୍ମାରକୀ ସ୍ଥାନ ପାଇବ କିମ୍ବା ହକିପ୍ରେମୀଙ୍କ ଦାବିକୁ ସମ୍ମାନ ଜଣାଇ ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ ତାହା ଜଣାପଡୁନାହିଁ । ସେପଟେ ରାଉରକେଲା ମହାନଗର ନିଗମର କମିଶନର ଆଶୁତୋଷ କୁଲକର୍ଣ୍ଣି ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା କହିଛନ୍ତି । ଏଥିପାଇଁ ମାର୍ଚ୍ଚ ମାସରେ ଟେଣ୍ଡର ହୋଇଛି ଏବଂ VIRTU COMMUNICATIONକୁ ଏହି ଟେଣ୍ଡର ମିଳିଛି ଓ ଏନଆଇଟିର ବୈଷୟିକ ଟିମ ମଧ୍ୟ ଏଥିରେ ସହଯୋଗ କରିବ ଏବଂ ଏଠାରେ କିଛି ନୂଆ ଇନଭେଟିଭ ଭାବରେ ଏହି ସ୍ଥାନକୁ ପୁନଃ ଉଦ୍ଧାର କରାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.