ETV Bharat / state

ହୀରାକୁଦରେ ଖୋଲିଲା 20 ଗେଟ୍, ବନ୍ୟା ସ୍ଥିତି ନେଇ ଏମିତି କହିଲେ ମୁଖ୍ୟଯନ୍ତ୍ରୀ - Hirakud releases floodwater

author img

By ETV Bharat Odisha Team

Published : Jul 28, 2024, 10:32 AM IST

Updated : Jul 28, 2024, 3:47 PM IST

Hirakud dam gate open: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ । ଏବେ ସୁଦ୍ଧା 20ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ହେଉଛି । ପଢନ୍ତୁ ପୁରା ଖବର

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ଆଜି ଖୋଲିବ 20 ଗେଟ୍
ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ଆଜି ଖୋଲିବ 20 ଗେଟ୍ (ETV Bharat Odisha)

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । ଆଜି (ରବିବାର) ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ସକାଳ 9ଟାରେ ପ୍ରଥମେ ପରମ୍ପରା ମୁତାବକ ପୂଜାର୍ଚ୍ଚନା ପରେ 7ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ପ୍ରଥମେ 7 ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଏହାପରେ ପର୍ଯ୍ୟାୟ କ୍ରମରେ ମୋଟ 20ଟି ଗେଟ ଖୋଲା ଯାଇଛି ।

ଖୋଲିଲା ହୀରାକୁଦର 20 ଗେଟ୍:

ପରମ୍ପରା ମୁତାବକ, ଆଜି ସକାଳୁ ପୂଜାର୍ଚ୍ଚନା ପରେ ପ୍ରଥମ ହୀରାକୁଦର 7 ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା । ଏହାପରେ 6ଟି ଗେଟ୍ ଖୋଲିଥିଲା । ପୂର୍ବାହ୍ନରେ ଆଉ 7ଟି ଏବଂ ପର୍ଯ୍ୟାୟ କ୍ରମେ ମୋଟ 20ଟି ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି ।

ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା:

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ଆଜି ସକାଳ 8ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର 617.29 ଫୁଟ ରହିଥିଲା l ଏହି ସମୟରେ ଡ୍ୟାମର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହାରାହାରି 2 ଲକ୍ଷ 78 ହଜାର 24 କ୍ୟୁସେକ ଜଳ ପ୍ରବେଶ କରୁଛି l ଗୋଟିଏ ସ୍ଲୁଇସ ଗେଟରୁ ସେକେଣ୍ଡ ପ୍ରତି 15 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି l ସେହିଭଳି ଭାବରେ ଦିନ 12ଟା ସୁଦ୍ଧା ଜଳ ଭଣ୍ଡାରରୁ ମହାନଦୀକୁ ସେକେଣ୍ଡ ପ୍ରତି 2 ଲକ୍ଷ 52 ହଜାର 800 କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଡ୍ୟାମ୍ କର୍ତ୍ତୃପକ୍ଷ ହୀରାକୁଦ ଜଳଭଣ୍ଡାରର 20ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

ଏହା ମଧ୍ୟ ପଢନ୍ତୁ: ମାଲକାନଗିରିରେ ଧସିଲା ପାହାଡ଼, ବୁଡ଼ିଲା ପୋଲ: ୭ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - Malkangiri landslide

9 ଜିଲ୍ଲାକୁ ସତର୍କ କରାଇଲେ ଏସଆରସି:

ହୀରାକୁଦ ଗେଟ୍ ଖୋଲିବା ପରେ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ବତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ 9 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

ମହାନଦୀରେ ବନ୍ୟା ଆଶଙ୍କା ନାହିଁ:

ଏନେଇ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ଧୀରେ ଧୀରେ ହୀରାକୁଦ ଜଳସ୍ତର ବଢୁଛି । ହୀରାକୁଦକୁ 2 ଲକ୍ଷ 90 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ତଳ ମୁଣ୍ଡରେ ବର୍ଷା ହୋଇନାହିଁ । କାଲି ସକାଳୁ ଖଇରମାଳରେ ସାଢେ 4 ଲକ୍ଷ ଓ 30 ତାରିଖ 11ଟା ସୁଦ୍ଧା ମୁଣ୍ଡଳୀରେ ପିକ ଫ୍ଲୋ ପ୍ରାୟ 5 ଲକ୍ଷ କ୍ୟୁସେକ ଜଳ ପ୍ରଭାହିତ ହେବ । ଏନେଇ ନଦୀ କୂଳିଆ ଲୋକଙ୍କୁ ସତର୍କ କରାଯାଇଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ହୀରାକୁଦକୁ ଇନ ଫ୍ଲୋ କମୁଛି । ତେଣୁ ଆଗକୁ ବର୍ଷା ହେଲେ ବି ଏବେ ବନ୍ୟାର ଆଶଙ୍କା ନାହିଁ । ସବୁ ଜଳଭଣ୍ଡାରର ଜଳସ୍ତର ବଢୁଛି । ବୈତରଣୀରେ ଆଖୁଆପଦାରେ 17.1 କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବୈତରଣୀ ଉପରେ ନଜର ରଖାଯାଇଛି । ବ୍ରାହ୍ମଣୀ ଅବବାହିକା ବରୀ ମାଟିଆପଡାରେ ବନ୍ଧ ଦୁର୍ବଳ ଅଛି । ଏହା ଉପରେ ନଜର ରଖାଯାଇଛି ।

'ବନ୍ୟା ପରିସ୍ଥିତି ଉପୁଜିବ ନାହିଁ '':

ସେହିପରି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି, " ଆଜି ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟଜଳ ନିଷ୍କାସନ କରାଯାଇଛି l ଏଥିପାଇଁ ସକାଳ 7 ଟାରୁ ପୂଜାର୍ଚ୍ଚନା କରାଯାଇ ପରେ ପ୍ରଥମେ ବାମ ପାର୍ଶ୍ଵ ସ୍ପିଲୱେର 7 ନମ୍ବର ସ୍ଲୁଇସ ଗେଟ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା l ସକାଳ 9ଟା ସୁଦ୍ଧା ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵ ସ୍ପିଲୱେ ପଟୁ 5ଟି ଓ ଡାହାଣ ପଟ ସ୍ପିଲୱେ ପଟେ 2ଟି ଗେଟ ଖୋଲାଯାଇଥିଲା l

ଦିନ 12ଟା ସୁଦ୍ଧା ପୁଣି ବାମ ପାର୍ଶ୍ଵ ସ୍ପିଲ ୱେ ପଟୁ 5ଟି ଓ ଡାହାଣ ପଟ ସ୍ପିଲୱେ ପଟୁ 2ଟି ଗେଟ ଖୋଲାଗଲା l ପରେ 2ଟା ପରେ ବାମ ପାର୍ଶ୍ଵ ସ୍ପିଲୱେ ପଟୁ 4ଟି ଓ ଡାହାଣ ପଟୁ 2ଟି ଗେଟ ଖୋଲାଯାଇଛି । ତେବେ ଏହା ଦ୍ୱାରା ହୀରାକୁଦର ତଳ ମୁଣ୍ଡରେ କୌଣସି ବନ୍ୟା ହେବାର ସମ୍ଭାବନା ନାହିଁ l ବର୍ତ୍ତମାନ ମୁଣ୍ଡୁଲିରେ 2 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି l ହୀରାକୁଦର 3 ଲକ୍ଷ କ୍ୟୁସେକ ଜଳ 36 ଘଣ୍ଟାରେ ମୁଣ୍ଡୁଲିରେ ପହଞ୍ଚିବ l ଏହି 3 ଲକ୍ଷ ଜଳ ମିଶିକି ମୁଣ୍ଡୁଲିରେ 5 ଲକ୍ଷ ଜଳ ପ୍ରବାହିତ ହେବ l ତେବେ ଏହା ଦ୍ୱାରା ବନ୍ୟା ପରିସ୍ଥିତି ଉପୁଜିବ ନାହିଁ l "

ଇଟିଭି ଭାରତ, ସମ୍ବଲପୁର

Last Updated : Jul 28, 2024, 3:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.