ETV Bharat / state

ଦୁର୍ଗାପୂଜାରେ ରଥଯାତ୍ରା ଭଳି ସୁରକ୍ଷା, ଟ୍ବିନ ସିଟିରେ କେନ୍ଦ୍ରୀୟ ଫୋର୍ସ - PUJA SECURITY IN TWIN CITY

କଟକ-ଭୁବନେଶ୍ବର ଟ୍ବିନ ସିଟିରେ ଦୁର୍ଗା ପୂଜା ପୂଜା ପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା । ୩୫୩ ମଣ୍ଡପରେ କଡ଼ା ସୁରକ୍ଷା ସହ ଟ୍ରାଫିକ କଟକଣା ।

ପୁଜା ପାଇଁ ରଥଯାତ୍ରା ଭଳି ସୁରକ୍ଷା ପ୍ରସ୍ତୁତି, ଟ୍ବିନସିଟିରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ
ପୁଜା ପାଇଁ ରଥଯାତ୍ରା ଭଳି ସୁରକ୍ଷା ପ୍ରସ୍ତୁତି, ଟ୍ବିନସିଟିରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ (ETV Bharat Odisha)
author img

By ETV Bharat Odisha Team

Published : Oct 9, 2024, 10:06 AM IST

ଭୁବନେଶ୍ବର: ଚଳିତବର୍ଷ ଦୁର୍ଗା ପୁଜା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତି ଶେଷ ହୋଇଛି । ଏନେଇ‌ ଉଭୟ କଟକ ଓ ଭୁବନେଶ୍ୱର ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ ହୋଇଛି । ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ଆୟୋଜନ ଭଳି ଟ୍ବିନିସଟିରେ ମୁତୟନ ହେବେ ଫୋର୍ସ । ପୋଲିସ ଫୋର୍ସ ସହ କେନ୍ଦ୍ରୀୟ ଫୋର୍ସ ମଧ୍ୟ ନିୟୋଜିତ ପାଇଁ ବ୍ୟବସ୍ଥା କରାଯାଇଛି ।

ରାଜଧାନୀରେ ୧୮୭ ମଣ୍ଡପ

କେବଳ ଭୁବନେଶ୍ୱର ପାଇଁ ୧୮୭ଟି ପୂଜା ମଣ୍ଡପ ଅନୁମତି ନେଇଛନ୍ତି । ରାଜଧାନୀରେ ପୂଜା ସୁରୁଖୁରୁରେ ଶେଷ କରିବା ପାଇଁ ୩୮ ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ତା’ ସହିତ ୨ଟି ବୋମା ନିଷ୍କ୍ରୟକାରୀ ଟିମ୍‌ ସହ ୨ଟି ଓଡ୍ରାଫ ଟିମ୍‌ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ସାଦା ପୋଷାକରେ ପୋଲିସ ମୁତୟନ ପାଇଁ ବ୍ୟବସ୍ଥା ସହ ଟ୍ରାଫିକ କଟକଣା ଓ ଅପରାଧ ଉପରେ ନଜର ରଖିବାକୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ୧୦ ଅତିରିକ୍ତ ଡିସିପି ଓ ଅତିରିକ୍ତ ଏସପି ରାଙ୍କର ଅଫିସରଙ୍କ ସହ ୨୨ଜଣ ଡିଏସପି ଓ ୪୫ ଇନସ୍ପେକ୍ଟର ଓ ୨୦୦ ଏସଆଇ ଓ ଏଏସଆଇ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ସ୍ପେଶାଲ ଟାକ୍ଟିକାଲ ୟୁନିଟ ସହ ସବୁ ପୂଜା ମଣ୍ଡପରେ ସୁରକ୍ଷା ପାଇଁ ଭଲ୍ୟୁଣ୍ଟର ବ୍ୟବସ୍ଥା କରିବାକୁ ସମସ୍ତ ମଣ୍ଡପର କାର୍ଯ୍ୟକର୍ତ୍ତାଙ୍କ ସହ ପୋଲିସ ଆଲୋଚନା କରିଛି ।

ପୁଜା ପାଇଁ ରଥଯାତ୍ରା ଭଳି ସୁରକ୍ଷା ପ୍ରସ୍ତୁତି, ଟ୍ବିନସିଟିରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ (ETV Bharat Odisha)
  • ଭୁବନେଶ୍ୱରରେ ୧୮୭ ପୂଜା ମଣ୍ଡପ
  • ୩୮ ପ୍ଲାଟୁନ ଫୋର୍ସ ମୁତୟନ
  • ୨ ବୋମା ନିଷ୍କ୍ରୟକାରୀ ଟିମ୍ ଓ ୨ ଓଡ୍ରାଫ ଟିମ୍‌
  • ସାଧା ପୋଷାକରେ ପୋଲିସ ମୁତୟନ
  • ଟ୍ରାଫିକ କଟକଣା ଓ ଅପରାଧ ଉପରେ କଡ଼ା ନଜର
  • ୧୦ ଅତିରିକ୍ତ ଡିସିପି ଓ ଅତିରିକ୍ତ ଏସପି ନିୟୋଜିତ
  • ୨୨ ଡିଏସପି, ୪୫ ଇନସ୍ପେକ୍ଟର, ୨୦୦ ଏସଆଇ ଓ ଏଏସଆଇ ମୁତୟନ
  • ସ୍ପେଶାଲ ଟାକ୍ଟିକାଲ ୟୁନିଟ ସହ ସବୁ ପୂଜା ମଣ୍ଡପରେ ସୁରକ୍ଷା ପାଇଁ ଭଲ୍ୟୁଣ୍ଟର ବ୍ୟବସ୍ଥା
ପୁଜା ପାଇଁ ରଥଯାତ୍ରା ଭଳି ସୁରକ୍ଷା ପ୍ରସ୍ତୁତି, ଟ୍ବିନସିଟିରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ
ପୁଜା ପାଇଁ ରଥଯାତ୍ରା ଭଳି ସୁରକ୍ଷା ପ୍ରସ୍ତୁତି, ଟ୍ବିନସିଟିରେ ନିୟୋଜିତ ହେବେ କେନ୍ଦ୍ରୀୟ ଫୋର୍ସ (ETV Bharat Odisha)

କଟକ ପାଇଁ ଦୁଇଗୁଣା ଫୋର୍ସ

ସିଲିଭର ସିଟି କଟକ ପାଇଁ ଏଥର ୧୬୬ଟି ପୂଜା ମଣ୍ଡପରେ ସୁରକ୍ଷା ଦୃଷ୍ଟିରୁ ଜଣେ ଏସପିଙ୍କ ନେତୃତ୍ୱରେ ୭ ଜଣ ଅତିରିକ୍ତ ଏସପି ଦାୟିତ୍ବରେ ରହିବେ । ସେହିପରି ୩୯ ଡିଏସପି, ୬୦ ଇନସ୍ପେକ୍ଟର, ୩୫୦ ଏସଆଇ ଓ ଏଏସଆଇ ମଧ୍ୟ ନିୟୋଜିତ‌ ରହିବେ । ୬୪ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ‘ସିଆରପିଏଫ’ର ୬ ପ୍ଲାଟୁନ୍‌, ରାପିଡ ଆକ୍ସନ ଫୋର୍ସର 3 ପ୍ଲାଟୁନ ଓ ଆଣ୍ଟି-ଟେରର ସ୍କ୍ୱାଡ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ପୂଜା ମଣ୍ଡପଗୁଡିକର ସୁରକ୍ଷାକୁ ଦୃଷ୍ଟିରେ‌ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

  • କଟକରେ ଏଥର ୧୬୬ ପୂଜା ମଣ୍ଡପ
  • ଜଣେ ଏସପିଙ୍କ ନେତୃତ୍ୱରେ ୭ ଜଣ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ
  • ୩୯ ଡିଏସପି, ୬୦ ଇନସ୍ପେକ୍ଟର, ୩୫୦ ଏସଆଇ ଓ ଏଏସଆଇ ନିୟୋଜିତ‌
  • ୬୪ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ‘ସିଆରପିଏଫ’ର ୬ ପ୍ଲାଟୁନ୍‌
  • ରାପିଡ ଆକ୍ସନ ଫୋର୍ସ 3 ପ୍ଲାଟୁନ ଓ ଆଣ୍ଟି-ଟେରର ସ୍କ୍ୱାଡ ୧ ପ୍ଲାଟୁନ ଫୋର୍ସ ମୁତୟନ

ଟ୍ରାଫିକ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ

‘ଓଡିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩’ ଧାରା-୨୮ (ଓଡ଼ିଶା ଆକ୍ଟ-୨୦୦୭ର ଧାରା ୮ ), ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର-୨୦୦୮ ଧାରା ୩୬ ଅନୁସାରେ ସହରରେ ପୂଜା ସମୟରେ ଭାରିଯାନ‌ ପ୍ରବେଶ ଓ ରାସ୍ତାରେ ଡାଇଭର୍ସନ ପାଇଁ ମଧ୍ୟ ଆଡଭାଇଜିରୀ ଜାରି କରାଯାଇଛି । ଯେଉଁଥିରେ ପୂଜା ସମୟରେ ଅପରାହ୍ନ ୪ ଘଟିକାଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଲାଗୁ ହେବ ।

ଭାରିଯାନ ଉପରେ‌ କଟକଣା

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଆବଶ୍ୟକ ପଡିଲେ ଖୋର୍ଦ୍ଧା ପଟୁ ଭୁବନେଶ୍ବର ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରିଯାନକୁ ଭୁବନେଶ୍ବର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ିଗୁଡ଼ିକ ପିତାପଲି ଛକଠାରୁ ବାମପଟ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦାଠାରେ ଜାତୀୟ ରାଜପଥ–୧୬ରେ ପହଞ୍ଚିବେ ।

ଏହା ମଧ୍ୟ ପଢ଼ନ୍ତୁ:ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ଏହା ମଧ୍ୟ ପଢ଼ନ୍ତୁ:ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢ଼ନ୍ତୁ:ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

ଜମିବ ରାବଣ ପୋଡି

ରାବଣପୋଡି ସମୟରେ କଟକ ପଟୁ ଆସୁଥିବା ସମସ୍ତ ଗାଡିଗୁଡିକ ଜୟଦେବ ବିହାରଠାରୁ ବାମପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ-୮, ଡ଼ିଏଭି ସ୍କୁଲ ଛକଦେଇ ସିଆରପି ଛକରେ ବାହାରିବେ ।

ବସ୍‌ ଯାତାୟତ ପାଇଁ ବ୍ୟବସ୍ଥା

ପୁରୀ ପଟୁ ବରମୁଣ୍ଡା ଆଡକୁ ଆସୁଥିବା ବସଗୁଡିକ ଲିଙ୍ଗିପୁର ଛକଠାରୁ ସମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ସୁର କମ୍ପାନି, ଗଙ୍ଗନଗର ଏବଂ ଫାୟାର ଟ୍ରେନିଂ ସ୍କୁଲ ଛକଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ପ୍ରବେଶ କରିପାରିବ । ସେହିପରି ବରମୁଣ୍ଡାରୁ ପୁରୀ ଅଭିମୁଖେ ଯିବାକୁ ଚାହୁଁଥିବା ଗାଡିଗୁଡିକ ଏଇଭଳି ସମାନ ମାର୍ଗ ଅନୁସରଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.