ETV Bharat / state

ହର୍ବାଲ ହୋଲି ଖେଳିବେ ରାଜଧାନୀବାସୀ, ଶାହଜାଦ ଅଲ୍ଲୀ ମୁଖ୍ୟ ଆକର୍ଷଣ

author img

By ETV Bharat Odisha Team

Published : Mar 10, 2024, 8:27 AM IST

Herbal holi to be celebrated in Bhubaneswar: ରାଜଧାନୀରେ ହର୍ବାଲ ଜମିବ ହୋଲିର ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବଲିଉଡ଼ ଗାୟକ ଶାହଜାଦ ଅଲ୍ଲୀଙ୍କ ମନଲୋଭା ଗୀତର ମଜା ନେବେ ଦର୍ଶକ । ତେବେ ଆସନ୍ତା ୨୫ ତାରିଖରେ ପାଳନ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି । ଅଧିକ ପଢ଼ନ୍ତୁ

ରାଜଧାନୀରେ ହର୍ବାଲ ହୋଲିର ଆସର
ରାଜଧାନୀରେ ହର୍ବାଲ ହୋଲିର ଆସର
ରାଜଧାନୀରେ ହର୍ବାଲ ହୋଲିର ଆସର

ଭୁବନେଶ୍ବର: ରାଜଧାନୀରେ ଜମିବ ହର୍ବାଲ ହୋଲିର ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ବଲିଉଡ଼ ଗାୟକ ଶାହଜାଦ ଅଲ୍ଲୀଙ୍କ ମନଲୋଭା ଗୀତର ମଜା ନେବେ ଦର୍ଶକ । ଆସନ୍ତା ୨୫ ତାରିଖରେ ପାଳନ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି । ଏହି ହୋଲିକୁ ରସାୟନ ମୁକ୍ତ କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେଉଛି ହର୍ବାଲ ହୋଲି । ସ୍ବପ୍ନପତି ଫାଉଣ୍ଡେସନ ପକ୍ଷରୁ ମାର୍ଚ୍ଚ ୨୪ରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏ ବର୍ଷ ହୋଟେଲ ସାଣ୍ଡିସ ଟାୱାରରେ ଏହି ହର୍ବାଲ ହୋଲିର ଆୟୋଜନ କରାଯାଇଛି ।

ହୋଲି ହେଉଛି ରଙ୍ଗର ପର୍ବ । ଯାହା ପାରମ୍ପରିକ ଭାବରେ ବିଭିନ୍ନ ରଙ୍ଗ ସହିତ ସମଗ୍ର ଭାରତରେ ପାଳିତ ହୋଇଥାଏ । ସେହି ରଙ୍ଗର ପର୍ବକୁ ପ୍ରାକୃତିକ ରଙ୍ଗ ସହ ସ୍ବପ୍ନପତି ଫାଉଣ୍ଡେସନ ପକ୍ଷରୁ ଧୁମଧାମରେ ପାଳନ କରାଯିବ । ମାର୍ଚ୍ଚ ୨୪ ଅର୍ଥାତ ହୋଲିର ଦିନକ ପୂର୍ବରୁ ଏହି ହର୍ବାଲ ହୋଲି ପାଳନ କରାଯିବ । ଯେଉଁଥିରେ ହଳଦୀ, ମେହେନ୍ଦୀ, ମୁଲତାନ ମିଟି ଭଳି ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇ ହୋଲି ଖେଳା ଯାଇଥାଏ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାଜଧାନୀବାସୀ ହୋଲି ଖେଳିଥାନ୍ତି । ନୃତ୍ୟ ସଂଗୀତ ଡିଜେ ସହ ବିଭିନ୍ନ ଖାଦ୍ୟ ପାନୀୟ ଉପଭୋଗ କରି ଏହି ହର୍ବଲ ହୋଲି ବେଶ ଉତ୍ସାହର ସହ ପାଳନ କରିଥାନ୍ତି ରାଜଧାନୀବାସୀ ।

ଏହା ମଧ୍ୟ ପଢ଼ନ୍ତୁ.... ବ୍ରହ୍ମପୁରରେ ଗଡ଼ିଲା ମୋ ବସ, ଭିଡିଓ କନଫରେନ୍ସରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏଭଳି ହର୍ବାଲ ହୋଲିର ଚାହିଦା ଅନ୍ୟ ସହର ଭଳି ରାଜଧାନୀରେ ଲୋକମାନଙ୍କ ଭିତରେ ବଢିଛି । ଏଥର ମଧ୍ୟ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବାକୁ ପାଥେୟ କରି ରଙ୍ଗର ପର୍ବ ହୋଲିକୁ ପାଳନ ପାଇଁ ଲୋକମାନଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇଛି ସ୍ବପ୍ନପତି ଫାଉଣ୍ଡେସନ । ସ୍ବପ୍ନପତି ଫାଉଣ୍ଡେସନ ମୁଖ୍ୟ ବଲିଓଡ଼ ଅଭିନେତ୍ରୀ ସ୍ୱପ୍ନା ପତି କହିଛନ୍ତି ‘‘ରଙ୍ଗର ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ ଆଉ ହର୍ବାଲ ହୋଲି ପରି ଏକ ସୁରକ୍ଷିତ ହୋଲି ପରିବାର ସହ ଆସି ପାଳନ କରନ୍ତୁ ଓ ଏହାର ମଜା ନିଅନ୍ତୁ ।’’

ସେପଟେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ହର୍ବଲ ହୋଲି ପାଳନ ହେବାକୁ ଥିବାବେଳେ ବଲିଉଡ଼ ଗାୟକ ଶାହଜାଦ ଅଲ୍ଲୀଙ୍କ ସହିତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡିଜେ ସାହେବା, ବଲିଉଡ଼ ସିଙ୍ଗର ସିଭମଙ୍କ ତାଳରେ ଝୁମିବେ ରାଜଧାନୀବାସୀ । ଏହାସହ ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀମାନେ ମଧ୍ୟ ଯୋଗ ଦେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.