ETV Bharat / state

ଭୁବନେଶ୍ବରରେ ବର୍ବରକାଣ୍ଡ; ଋଣ ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ - Murder in Bhubaneswar

author img

By ETV Bharat Odisha Team

Published : Jul 3, 2024, 12:55 PM IST

Updated : Jul 3, 2024, 7:13 PM IST

Murder in Bhubaneswar: ଉଚ୍ଚଶିକ୍ଷିତ ପୁଅର ବର୍ବରକାଣ୍ଡ । ନିଜ ବାପାକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରଫେସର ପୁଅ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ପଢନ୍ତୁ ପୁରା ଖବର

ଭୁବନେଶ୍ବରରେ ବର୍ବରକାଣ୍ଡ; ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ
ଭୁବନେଶ୍ବରରେ ବର୍ବରକାଣ୍ଡ; ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ଉଚ୍ଚଶିକ୍ଷିତ ପୁଅ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଜଘନ୍ୟକାଣ୍ଡ । ହତ୍ୟାକାରୀ ପୁଅର ନାମ ଅନିରୁଦ୍ଧ ଚୌଧୁରୀ, ସେ ଜଣେ ଘରୋଇ ଲ' କଲେଜର ପ୍ରଫେସର । କାଲି ରାତିଅଧରେ ସେ ନିଜର ୬୮ ବର୍ଷୀୟ ବୃଦ୍ଧ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଥିଲେ । ତେବେ ଋଣ ବୋଝ ଯୋଗୁଁ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡିଛି ।

ଭୁବନେଶ୍ବରରେ ବର୍ବରକାଣ୍ଡ; ଋଣ ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ (ETV Bharat Odisha)

ସୂଚନା ଅନୁଯାୟୀ, ରଙ୍ଗମାଟିଆ ଅଞ୍ଚଳର DHPL ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ସୁନୀଲ ଚୌଧୁରୀ ନିଜର ପୁଅ ଅନିରୁଦ୍ଧ ଏବଂ କେୟାରଟେକର ସହ ଆପାର୍ଟମେଣ୍ଟରେ ରହୁଥିଲେ । କାଲି ରାତିରେ ପୁଅ ସୁନୀଲ ଚୌଧୁରୀଙ୍କୁ ଛୁରାମାଡ କରିଥିଲେ । ଏଥିରେ ସେ ଗୁରୁତର ହୋଇପଡିଥିବା ବେଳେ ତାଙ୍କର କେୟାରଟେକର ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - BABY GIRL RAPED IN BHUBANESWAR

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳରୁ ଛୁରୀ, ରକ୍ତଲଗା କପଡା ଜବତ କରିଛି ପୋଲିସ । ଏଥିସହ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାପଡିଛି । ତେବେ ରାଜଧାନୀରେ ଜଣେ ଉଚ୍ଚଶିକ୍ଷିତ ପୁଅର ଏଭଳି ଜଘନ୍ୟକାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଋଣଗ୍ରସ୍ତ ହୋଇ ପୁଅ ଅନିରୁଦ୍ଧ ଚୋଧୁରୀ ତାଙ୍କର ୬୮ ବର୍ଷୀୟ ବୃଦ୍ଧ ବାପାକୁ ହତ୍ୟା କରିଛନ୍ତି । ଅନିରୁଦ୍ଧ ଲକ୍ଷାଧିକ ଟଙ୍କାର ଋଣବୋଝ ତଳେ ଦବିଥିଲେ । ଋଣ ଟଙ୍କା ସୁଝିବା ପାଇଁ ବାପାଙ୍କୁ ଟଙ୍କା ମାଗୁଥିଲେ । ସେ ନଦେବାରୁ ଗତକାଲି ରାତିରେ ଘରର ପରିବା କଟା ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା । କେୟାରଟେକ ଗୁରୁତର ଅବସ୍ଥାରେ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ନୂଆ ଆଇନ BNS ୧୦୩ରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ପୋଲିସ ଘଟଣାସ୍ଥଳରୁ ପାରିପାର୍ଶ୍ବିକ ପ୍ରମାଣ ସଂଗ୍ରହ ସହ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛି ।

ମାଆ ଆଖି ଆଗରେ ବାପାକୁ ହତ୍ୟା:

ଆପାର୍ଟମେଣ୍ଟର ୧୦୮ ନଂ ଫ୍ଲାଟରେ ସୁନୀଲ ଚୌଧୁରୀ କେବଳ ନିଜ ପତ୍ନୀ ସହ ରହୁଥିଲେ । ଦୁଇ ଦିନ ହେବ ପୁଅ ଅନିରୁଦ୍ଧ ଆସି ତାଙ୍କ ପାଖରେ ରହୁଥିଲେ । ଋଣ ସୁଝିବାକୁ ଟଙ୍କା ଦରକାର ଥିବାରୁ ବାପାଙ୍କୁ ମାଗିବାକୁ ଆସିଥିଲେ । ହତ୍ୟା ଦିନ ରାତିରେ ବାପ-ପୁଅ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା‌ । ଏଥିରେ ଅନିରୁଦ୍ଧ ହିତାହତ ଜ୍ଞାନ ହରାଇ ମାଆ ଆଖି ଆଗରେ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ମାଆ ବିରୋଧ କରିବାକୁ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ । ଏହାପରେ ମାଆ ନିଜର କେୟାରଟେକରକୁ କଲ୍ କରିବା ପରେ ସେ ଆସି ସୁନୀଲଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ।

ମୃତକ ସୁନିଲ ଚୋଧୁରୀ ନାଲକୋର ଜଣେ ରିଚାର୍ଡ ଉଚ୍ଚପଦସ୍ଥ ଅଧିକାରୀ ଥିଲେ‌ । ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ଥିଲା । ତାଙ୍କର ପୁଅବୋହୂ ଅଲଗା ରହୁଥିଲେ । ପଡୋଶୀଙ୍କ କହିବା ଅନୁସାରେ ବା ପୁଅ ସମ୍ପର୍କ ଅତି ନିବିଡ଼ ଥିଲା । ହେଲେ ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଯେଉଁ କାରଣରୁ ବାପାଙ୍କ ପଟିଆରେ ଆପାର୍ଟମେଣ୍ଟ ଥାଇ ବି ଅନିରୁଦ୍ଧ ଭଡ଼ାରେ ବାପାଙ୍କ ଆପାର୍ଟମେଣ୍ଟଠାରୁ ୧୦୦ ମିଟର‌ ଦୂରରେ ଅନ୍ୟ ଏକ ଫ୍ଲାଟରେ ରହୁଥିଲେ ।

ଟଙ୍କା ନଦେବାରୁ ଛୁରୀ ଭୁସିଲେ:

ଅନିରୁଦ୍ଧ ଲକ୍ଷାଧିକ ଟଙ୍କାର ଋଣଗ୍ରସ୍ତ ଥିଲେ । ଗୋଟିଏ ପଟେ ଋଣ ଚିନ୍ତା ଏବଂ ଅନ୍ୟପଟେ ପାରିବାରିକ ଅଶାନ୍ତି ରହିଥିଲା । ସେ ପତ୍ନୀଙ୍କ ଠାରୁ ଡିଭୋର୍ସ ଫାଇଲ କରିଥିଲେ । ଏମିତିକି ଦୁଇ ଦିନ ତଳେ ସେ ଚାକିରିରୁ ଇସ୍ତଫା ଦେଇଆସିଥିଲେ । ଏମିତି ସମୟରେ ବାପାଙ୍କୁ ଟଙ୍କା ମାଗିବା ପରେ ସେ ନଦେବାରୁ ରାଗରେ ହତ୍ୟା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2024, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.