ETV Bharat / state

ନୂଆପଡାରେ କାଳବୈଶାଖୀ ତାଣ୍ଡିବ; ଭାଙ୍ଗିଲା ଗଛ, ଉଡିଲା ଘର ଛାତ - HEAVY RAIN IN NUAPADA

author img

By ETV Bharat Odisha Team

Published : Jun 2, 2024, 2:22 PM IST

Heavy Rainfall in Nuapada ନୂଆପଡାରେ କାଳବୈଶାଖି ପ୍ରଭାବରେ ପବନ ସହ ତୁହାକୁ ତୁହା ବର୍ଷା । ଭାଙ୍ଗିଲା ଗଛ, ଉଡିଲା ଘରର ଛାତ । ହନ୍ତସନ୍ତ ଲୋକେ । ଅଧିକ ପଢନ୍ତୁ

RAIN IN NUAPADA
RAIN IN NUAPADA (ETV BHARAT ODISHA)

ନୂଆପଡା: ନୂଆପଡାରେ କାଳବୈଶାଖୀ ତାଣ୍ଡବ । ଘୂର୍ଣ୍ଣିଝଡ ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘୂର୍ଣ୍ଣିଝଡରେ ଗଛ ଭାଙ୍ଗି ରାସ୍ତା ବନ୍ଦ ହୋଇଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ରହିଛି । କିଛି ସ୍ଥାନରେ ଘର ଭାଙ୍ଗି ଯାଇଥିବା ଖବର ହସ୍ତଗତ ହୋଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

RAIN IN NUAPADA (ETV BHARAT ODISHA)

ଶନିବାର ଅପରାହ୍ନରେ ହଠାତ ନୂଆପଡା ଜିଲ୍ଲାରେ ପ୍ରଥମେ ଘୂର୍ଣ୍ଣିଝଡ ପରେ ବର୍ଷା ହୋଇଥିଲା । ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ଆଦି ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡି ରାସ୍ତା ବନ୍ଦ ହୋଇଥିଲା । ବିଶେଷ କରି ଖଡ଼ିଆଳ ସହର ସ୍ଥିତ ୱାର୍ଡ ନମ୍ବର 11 ସାପ୍ତାହିକ ବଜାର ପଡା, ପୁଟୁପଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ସାପ୍ତାହିକ ବଜାର ପଡ଼ାରେ ରହୁଥିବା ନିରୀହ ଆଦିବାସୀ ଲୋକଙ୍କ ଧନଜୀବନ ବ୍ୟାପକ ମାତ୍ରାରେ କ୍ଷତି ହୋଇଛି । ଝୁମ୍ପୁଡି ଘର ଛାତ ଉଡିଯାଇଥିବା ବେଳେ କେତେକ ଘରର ଆଜବେଷ୍ଟ ଉଡି ଯାଇଥିବା ଦେଖାଦେଇଛି । ଏବେ ବେସାହାର ଅବସ୍ଥାରେ ଖୋଲା ଆକାଶ ତଳେ ସେମାନେ ଜୀବନ କାଟୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସୁବର୍ଣ୍ଣପୁରରେ ନିଆଁ ବର୍ଷା; ଗରମ ଗୁଳୁଗୁଳିରେ କଲବଲ ଜନଜୀବନ - Heavy Heatwave in Subarnapur

କାଳବୈଶାଖୀ ପ୍ରଭାବ ବିଶେଷ କରି ଖଡ଼ିଆଳ ଏନଏସିରେ ସାହିପଡାରେ ଦେଖିବାକୁ ମିଳିଥିଲା । ୱାର୍ଡ ନମ୍ବର 11 ପୁଟୁପଡା ସ୍ଥିତ ଓଡିଶା ସରକାରଙ୍କ FCI ଗୋଦାମ ଘର ଛାତ ଆଜବେଷ୍ଟର ଉଡିଯାଇଛି । ଫଳରେ ବ୍ୟାପକ ମାତ୍ରାରେ ଗଚ୍ଛିତ ଚାଉଳ ପାଣିରେ ଭିଜି ନଷ୍ଟ ହୋଇଛି । ସେହିଭଳି ଖଡ଼ିଆଳ ସାପ୍ତାହିକ ବଜାର ପଡାବାସୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ସରକାରଙ୍କ ଜାଗା ମିଶନ ଯୋଜନାରେ ନିରୀହ ଗରିବ ହିତାଧିକାରୀମାନଙ୍କୁ ଘରଡିହ ସହିତ ଆବାସ ଗୃହ ମିଳିଛି । ପରିତାପର ବିଷୟ ଏହି ଘର ନିଜେ ହିତାଧିକାରୀ ନିର୍ମାଣ ଦାୟିତ୍ୱ ନେବା ବଦଳରେ ଠିକାଦାର ଦାୟିତ୍ୱ ନେଇଛନ୍ତି । ଆଜକୁ ଦୁଇବର୍ଷ ହେଲା ଏହି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଠିକାଦାରଙ୍କ ଅବହେଳା କାରଣରୁ ଏ ଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଏପଟେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ କାଳବୈଶାଖୀ ତାଣ୍ଡବରେ ବେହାଲ ବସ୍ତି ବାସିନ୍ଦା । କାଳବୈଶାଖୀରେ କ୍ଷୟକ୍ଷତି ହୋଇଥିବା ଗରିବଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଠିକାଦାର ତୁରନ୍ତ ଆବାସ ଗୃହ ନିର୍ମାଣ କରନ୍ତୁ ବୋଲି ବସ୍ତି ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.