ETV Bharat / state

ସ୍ବାସ୍ଥ୍ୟ ମିଶନ କର୍ମଚାରୀଙ୍କୁ ଉପେକ୍ଷା, ଭୋଟ ବର୍ଜନ ଚେତାବନୀ ଦେଲା ସଙ୍ଘ - Ayush Employees Non Cooperation

Health mission Employees declares Non Cooperation: ସ୍ବାସ୍ଥ୍ୟ ମିଶନ (ଆୟୁଷ) କର୍ମଚାରୀଙ୍କୁ ସରକାର ଉପେକ୍ଷା କରିଥିବା ଅଭିଯୋଗ । ସରକାରୀ କାର୍ଯ୍ୟରେ ଅସହଯୋଗ ଘୋଷଣା କରିବା ସହ ଭୋଟ ବର୍ଜନ ଚେତାବନୀ ଦେଲା ସଙ୍ଘ । ଅଧିକ ପଢ଼ନ୍ତୁ

Health mission Employees declares Non Cooperation

author img

By ETV Bharat Odisha Team

Published : Mar 19, 2024, 7:22 PM IST

Health mission Employees declares Non Cooperation

ବ୍ରହ୍ମପୁର: ରାଜ୍ୟରେ ଦୀର୍ଘ ୧୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସ୍ବାସ୍ଥ୍ୟ ମିଶନ (ଆୟୁଷ) କର୍ମଚାରୀଙ୍କୁ ସରକାର ଉପେକ୍ଷା କରିଥିବା ଅଭିଯୋଗ । ଆଜିଠାରୁ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକୁ ବର୍ଜନ କରିବାକୁ ଘୋଷଣା କରାଯାଇଛି । ଏପରିକି ଆବଶ୍ୟକ ପଡ଼ିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସଙ୍ଘର ସମସ୍ତ କର୍ମକର୍ତ୍ତା । ଗତ ୧୮ ବର୍ଷ ଧରି ଏହି କର୍ମଚାରୀମାନେ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟ କରି ଆସୁଛନ୍ତି । ରାଜ୍ୟ ସରକାର ଠିକା ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଏମାନେ ଦାବି କରିଆସୁଥିବାବେଳେ ସରକାରଙ୍କ ପକ୍ଷରୁ କେବଳ ଅନେକ ପ୍ରତିଶ୍ରୁତି ମିଳିଥିବା ଅଭିଯୋଗ ହୋଇଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଅଧୀନରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଏବେ ବି ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଥିବାବେଳେ ଦୀର୍ଘ ବର୍ଷର ଦାବି ପୂରଣ ହୋଇନଥିବାରୁ ଓଡ଼ିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀ ସଂଘ (ଗଞ୍ଜାମ ଶାଖା) ଭୋଟ ବର୍ଜନ ସହ ସ୍ବାସ୍ଥ୍ୟ ସ୍କିମ୍ କାର୍ଯ୍ୟକାରୀ ଦିଗରେ ଅସହଯୋଗ ଘୋଷଣା କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ଜରିଆରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ବର୍ଗର କର୍ମଚାରୀ ମାନଙ୍କ ଗୁରୁତ୍ବପୂର୍ଣ୍ଣ ୧୮ ବର୍ଷ ସମୟ ଠିକା କର୍ମଚାରୀ ଭାବେ ବହୁ କମ୍ ଦରମାରେ କାର୍ଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ଜିଆର୍‌ଏସ୍ ଓ ଆଇସିଡିଏସ୍ ସୁପରଭାଇଜରଙ୍କ ନିଯୁକ୍ତିକୁ ସରକାର ନିୟମିତ କରିଥିଲେ ବି ଏନ୍ଏଚ୍ଏମ୍ କର୍ମଚାରୀଙ୍କ ପ୍ରତି ଅଣଦେଖା କରାଯାଇଥିବା ଏମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ପୂରଣ ହେଲାନି ଦାବି, ୨୦ରୁ ଅସହଯୋଗ କରିବେ ଆୟୁଷ ଡାକ୍ତର

ବାରମ୍ବାର ଆଲୋଚନା ଓ ନିବେଦନ ସତ୍ତ୍ବେ ଦାବି ପୂରଣ ହୋଇନଥିବାରୁ ସଂଘ ପକ୍ଷରୁ ଭୋଟ ବର୍ଜନ ଏବଂ ସ୍ବାସ୍ଥ୍ୟ ସ୍କିମ୍ ପରିଚାଳାନରେ ଅସହଯୋଗ ଘୋଷଣା କରିଛନ୍ତି । ରାଜ୍ୟ ମହାସଂଘର ଏଭଳି ନିଷ୍ପତ୍ତି ପରେ ବ୍ରହ୍ମପୁରରେ ସଂଘର କର୍ମକର୍ତ୍ତା ମାନେ ସମସ୍ୟାର ସମାଧାନ ସରକାରଙ୍କ ପକ୍ଷରୁ ନହେବା ପର୍ଯ୍ୟନ୍ତ ନିଆଯାଇଥିବା ନିଷ୍ପତ୍ତି ବଳବତ୍ତର ରହିବ ବୋଲି କୁହାଯାଇଛି । ଏନେଇ ବ୍ରହ୍ମପୁରଠାରେ ସ୍ବାସ୍ଥ୍ୟ ମିଶନ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.