ETV Bharat / state

ଦଶହରାରେ ଭୂତ ଦେବତାଙ୍କୁ ଆବାହନ, କେଉଁଠି ଏବଂ କାହିଁକି ହୁଏ ଏହି ନିଆରା ପୂଜା ?

ଶ୍ରୀକ୍ଷେତ୍ରରେ ଅଦ୍ଭୁତ ପରମ୍ପରା । ଶାରଦୀୟ ଦୁର୍ଗା ପୂଜାରେ ହାଡ଼ିଆ ଭୂତଙ୍କୁ କରାଯାଏ ପୂଜା । କିପରି ହୁଏ ଏହି ପୂଜା ଏବଂ କେଉଁ ଭୋଗ ଲାଗି ହୁଏ, ଜାଣନ୍ତୁ ?

author img

By ETV Bharat Odisha Team

Published : 2 hours ago

HADIA GHOST WORSHIP IN PURI
HADIA GHOST WORSHIP IN PURI (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ଅବସରରେ ଚାଲିଛି ଗୋଷାଣୀ ଜାତ । ଏହି ଅବସରରେ ଦେଖିବାକୁ ମିଳିଥାଏ ଏକ ଅନନ୍ୟ ପରମ୍ପରା । ପୂଜା ପାଆନ୍ତି ହାଡିଆ ଭୂତ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସବୁଆଡେ ଶାରଦୀୟ ପୂଜାରେ ଚଣ୍ଡୀପାଠ ଅନୁଷ୍ଠିତ ହେଉଥିବା ବେଳେ ମହାସପ୍ତମୀରୁ ପୁରୀର ହରଚଣ୍ଡୀ ସାହିରେ ମହାଆଡମ୍ବରରେ ପୂଜା ପାଆନ୍ତି ହାଡ଼ିଆ ଭୂତ । ଏହା କେବେ ଆରମ୍ଭ ହେଲା ଏନେଇ କୌଣସି ନିର୍ଦ୍ଦିଷ୍ଟ ଇତିହାସ ନାହିଁ । ତେବେ ସ୍ବର୍ଗତ ବାଉରୀ ବନ୍ଧୁ ସାହୁଙ୍କ ଘରେ ହାଡ଼ିଆ ଭୂତ ପୂଜା ପିଢ଼ି ପରେ ପିଢ଼ି ପାଳନ ହୋଇଆସୁଛି ।

ହାଡ଼ିଆ ଭୂତ ପୂଜା:

ହାଡ଼ିଆ ଭୂତ ପୂଜା କରୁଥିବା ଆଦିତ୍ୟ ନାରାୟଣ ସାହୁ କହିଛନ୍ତି,"ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ସମୟରେ ପୂଜା ପାଆନ୍ତି ନାଗା, ମାଲ୍ଲଙ୍କ ବିଭିନ୍ନ ଚଣ୍ଡୀ ଚାମୁଣ୍ଡା । ସେଥି ମଧ୍ୟରୁ ହାଡ଼ିଆ ଭୂତ ଅନ୍ୟତମ । ହାଡିଆ ଭୂତ ହେଉଛି ପ୍ରଭୁ ଶିବଙ୍କ ଏକ ଅଂଶ । ଯେଉଁ ବ୍ୟକ୍ତି ଏହି ପୂଜା ଆରମ୍ଭ କରିଥିଲେ ଉକ୍ତ ବ୍ୟକ୍ତିଙ୍କ ନାମ ଅନୁଯାଇ ହାଡିଆ ଭୂତକୁ ପୂଜା କରାଯାଉଛି । ସାହି ଲୋକମାନେ ଏହା ନାମକରଣ କରିବା ପରେ ଏହା ହାଡ଼ିଆ ଭୂତ ନାମରେ ପରିଚିତ ହୋଇଛି । ଆମ ପୂର୍ବ ପୁରୁଷ ଜଣେ ଏହା ଆରମ୍ଭ କରିଥିଲେ । ତାଙ୍କ ନାଁ ହାଡ଼ିଆ ଥିବାରୁ ତାଙ୍କ ନାଁରେ ଏହି ପୂଜାଟି ଚାଲୁ ରହିଛି । ତେବେ ସଠିକ୍ ତ ଅନୁମାନ କରିହେବନି ତେବେ ଆମ ପରିବାରର ଗତ ଛଅ ପିଢ଼ି ହେବ ଏହି ପୂଜା ଆୟୋଜନ କରିଆସୁଛନ୍ତି ।"

ଭୂତ ଦେବତାଙ୍କୁ ପୂଜା ?

ସେ ଆହୁରି ମଧ୍ୟ କହିଛନ୍ତି," ଅନ୍ୟାନ୍ୟ ଠାକୁରଙ୍କୁ ବନଦୁର୍ଗା ମନ୍ତ୍ରରେ ଯେଭଳି ପୂଜା କରାଯାଏ ହାଡିଆ ଭୂତକୁ ମଧ୍ୟ ସେହି ପରମ୍ପରା ଅନୁଯାୟୀ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ । ଶୀତଳ ଭୋଗ, ଶଙ୍ଖୁଡ଼ି ଭୋଗ, ପୋଡ଼ା ବଳି ଆଦି ବିଧିରେ ପୂଜା କରାଯାଏ । ସବୁଆଡେ ଆପଣ ଶାରଦୀୟ ଦୁର୍ଗାପୂଜାରେ ଠାକୁରାଣୀ, ପ୍ରଭୁ ଶିବଙ୍କ ସହ ଅନ୍ୟାନ୍ୟ ଦେବୀଙ୍କୁ ପୁଜା କରାଯାଏ । କିନ୍ତୁ ଶ୍ରୀକ୍ଷେତ୍ର ପୁରୀ ହେଉଛି ଏକ ନିଆରା ସ୍ଥାନ ଯେଉଁଠି ଶାରଦୀୟ ଦୁର୍ଗା ପୂଜାରେ ସମ୍ପତ୍ତି ଚଡେଇ, ବୁଢ଼ାବୁଢ଼ି, ମହନ୍ତ ବୁଢ଼ା, ତିଆଡ଼ି ବୁଢ଼ା ସମେତ ମହାଦେବ ବି ଅଛନ୍ତି । ଏଭଳି ଅନନ୍ୟ ପରମ୍ପରା ପୂଜା ପାର୍ବଣ ସମୟରେ କେବଳ ପୁରୀ ସହରରେ ପାଇବେ । ଏହି ଗୋଟିଏ ସ୍ଥାନରେ ରକ୍ଷାସ ରୂପ ହେଉକି ଦେବତା ରୂପ ସମସ୍ତଙ୍କୁ ପୂଜା କରାଯାଏ ।"

ଏହା ମଧ୍ୟ ପଢନ୍ତୁ ....ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା, ମହାନବମୀରେ ବାଜିବନି ଘଣ୍ଟ ଘଣ୍ଟା

ଏହା ମଧ୍ୟ ପଢନ୍ତୁ ....ମହାସପ୍ତମୀ; କାହିଁକି ନବପତ୍ରିକା ପୂଜା କରାଯାଏ, କ'ଣ ରହିଛି ପରମ୍ପରା ?

ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁର କାଳୀବାଡ଼ି ଦୁର୍ଗାପୂଜା, ଜାଣନ୍ତୁ ବଙ୍ଗୀୟ ପରମ୍ପରା ପଛର ଇତିହାସ

କିଏ ଆରମ୍ଭ କରିଥିଲେ ଭୂତ ପୂଜା ?

ଆଦିତ୍ୟ ଏହା ମଧ୍ୟ କହିଛନ୍ତି,"ଆମ ଛଅ ପୀଢ଼ି ହେବ ଏହି ପୂଜା କରିଆସୁଛୁ । ଆମ ଜେଜେଙ୍କ ଜେଜେ ଏହି ହାଡିଆ ଭୂତ ପୂଜା ଆରମ୍ଭ କରିଥିଲେ । ଆମ ପୂର୍ବ ପୁରୁଷ ହାଡୁବନ୍ଧୁ ସାହୁ ଏହି ଭୂତ ପୂଜା ପ୍ରଥମେ ଆରମ୍ଭ କରିଥିଲେ ଏହା ଚଣ୍ଡୀ ପୂଜା । ଲୋକମାନେ ଭୂତ ପୂଜା ପାଉଥିବା ଦେଖି ହାଡ଼ିଆ ଭୂତ ନାମରେ ସମ୍ବୋଧନ କଲେ । ଆମର ଇଷ୍ଟ ଦେବତା ସେ । ଆମେ ଯାହା ଇଛା କରିଛୁ ତାଙ୍କର ଆଶୀର୍ବାଦରୁ ସବୁ ପୂରଣ ହୋଇଛି । ତେବେ ଯେତେ ବାଧାବିଘ୍ନ ଆସୁ ପଛେ ଏହି ପୂଜା ଆମେ ବନ୍ଦ କରିବୁନି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.