ETV Bharat / state

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିଚାରଣ, ଗୁରୁ ଦର୍ଶନ ଦିବସ ପାଳିଲେ ସାନ୍ତାଳୀ ସମ୍ପ୍ରଦାୟ - Mayurbhanj

Guru Darshan Divas in Mayurbhanj Rairangpur: ରାଇରଙ୍ଗପୁରର ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରେ ପାଳିତ ହୋଇଛି ଗୁରୁ ଦର୍ଶନ ଦିବସ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ତିରୋଧାନ ଦିବସକୁ ଦୀର୍ଘ ୪୨ ବର୍ଷ ଧରି ଏହି ପର୍ବ ପାଳନ କରି ଆସୁଛନ୍ତି ସାନ୍ତାଳୀ ସମ୍ପ୍ରଦାୟ । ଅଧିକ ପଢନ୍ତୁ,

Guru Darshan Divas
Guru Darshan Divas
author img

By ETV Bharat Odisha Team

Published : Feb 24, 2024, 2:23 PM IST

Updated : Feb 24, 2024, 3:31 PM IST

Guru Darshan Divas

ରାଇରଙ୍ଗପୁର: ଦୀର୍ଘ ୪୨ବର୍ଷ ଧରି ସାନ୍ତାଳୀ ସଂପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଛି ଗୁରୁ ଦର୍ଶନ ଦିବସ । ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ସଦୃଶ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଦିବାସୀ ସଂପ୍ରଦାୟ ତରଫରୁ ପାଳନ କରାଯାଇଛି ଗୁରୁ ଦର୍ଶନ ଦିବସ । ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନରେ ତାଙ୍କ ତିରୋଧାନ ଦିବସକୁ ଗୁରୁ ଦର୍ଶନ ଦିବସ ଭାବେ କାହିଁକି ପାଳନ କରାଯାଉଛି, ସାନ୍ତାଳୀ ସମ୍ପ୍ରଦାୟ ପ୍ରତି କ'ଣ ଅବଦାନ ରହିଛି ଓ କାହିଁକି ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀଙ୍କ ଭଗବାନ ସଦୃଶ୍ୟ ଆସନ୍ତୁ ଜାଣିବା ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର କପିଡୁଙ୍ଗୁରିଠାରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ତିଥି ଉପଲକ୍ଷେ ଗୁରୁ ଦର୍ଶନ ଦିବସ ପାଳିତ ହୋଇଆସୁଛି । ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଭଗବାନ ସଦୃଶ୍ୟ । ତେଣୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୪୨ ତମ ଶ୍ରାଦ୍ଧ ଦିବସ ଅବସରରେ ଦାଣ୍ଡବୋଷ କୋପିତୁଙ୍ଗୁରିଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସାନ୍ତାଳୀ ଶ୍ରଦ୍ଧାଳୁମାନେ ଉପବାସ ରଖି ସମାଧିସ୍ଥଳରେ ସ୍ମୃତି ଚାରଣ ସହ ପୂଜାର୍ଚ୍ଚନା କରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି । ପଣ୍ଡିତଙ୍କ ସମାଧି ପୀଠରେ ଯିଏ ଯାହା ମନାସି ଥାନ୍ତି ତାହା ଅବଶ୍ୟ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ସାନ୍ତାଳୀ ସମ୍ପ୍ରଦାୟର।

ଅଲଚିକି ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁ: ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଶ୍ରଦ୍ଧାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଗୁରୁ ଗୋମକେ ବୋଲି ସମ୍ବୋଧନ କରିଥାନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହା ମଇ ୧୮ ତାରିଖରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ଦାଣ୍ଡବୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ଭାବରେ ବେଶ ଜଣାଶୁଣା। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଯାଇଥିଲା । ସାନ୍ତାଳୀ ଜନ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତେଣୁ ସ୍ବର୍ଗତ ମୁର୍ମୁଙ୍କ ସ୍ମୃତିରେ ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ କଲ୍ୟାଣୀ ବିଶ୍ବ ବିଦ୍ୟାଳୟ ଅଧୀନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଓଡ଼ିଶା ସରକାର ମଧ୍ୟ ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାଁ ରେ ନାମିତ କରିଛନ୍ତି।

ସାନ୍ତାଳୀ ସମାଜର ଉନ୍ନତି ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ତାଙ୍କ ସାରା ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ୧୯୮୨ ମସିହା ମାଘ ସପ୍ତମୀରେ ତାଙ୍କର ତିରୋଧାନ ପରେ ୧୯୮୩ ମସିହା ପାଖରୁ ଦୀର୍ଘ ୪୨ ବର୍ଷ ହେଲା ତାଙ୍କର ଶ୍ରାଦ୍ଧ ଦିବସକୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଦର୍ଶନ ଦିବସ ଭାବରେ ପାଳନ କରି ଆସୁଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାଣ୍ଡବୋଷ ଗ୍ରାମ କପିଡୁଙ୍ଗୁରି ରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କର ସମାଧି ପୀଠରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ତଥା "ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା" ଅନୁଷ୍ଠାନ ସଭାପତି ଭୀମୱାର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସାନ୍ତାଳୀ ପରମ୍ପରା ଅନୁସାରେ ଧାର୍ମିକ କାର୍ଯ୍ୟକ୍ରମ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ- ପଣ୍ଡିତ ରଘୁନାଥ ମୁର୍ମୁ ଓ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀଜୈଲ ସିଂହଙ୍କ ଜୟନ୍ତୀ, ସ୍ମୃତିଚାରଣ କଲେ ରାଷ୍ଟ୍ରପତି ମୁର୍ମୁ

ଗୁରୁ ଦର୍ଶନ ଦିବସ ସାନ୍ତାଳୀ ଭାଷାରେ “ମାଘ ବୋଙ୍ଗା ବୁରୁ କୁନାମି ବୁରୁ ହିରି ବୁରୁ ନେପେଲ୍" ନାମରେ ମଧ୍ୟ ସୁପରିଚିତ । ଏହି ଅବସରରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆସାମ, ପଶ୍ଚିମବଙ୍ଗରୁ ବହୁଳ ସଂଖ୍ୟାରେ ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ସ୍ବର୍ଗତ ମୁର୍ମୁଙ୍କ ସମାଧି ସ୍ଥଳରେ ଆଶିର୍ବାଦ ପ୍ରାପ୍ତି ପାଇଁ ପୂଜା ପାଠ କରି ସ୍ମୃତି ଚାରଣ କରିଥିଲେ । ସାନ୍ତାଳୀ ସମାଜ ପ୍ରତି ତାଙ୍କ ଅତୁଳନୀୟ ତ୍ୟାଗ, ଅବଦାନ ଓ ତାଙ୍କ ମାର୍ଗରେ ଅଗ୍ରସର ହେବା ପାଇଁ ଏହି ଦିନ‌କୁ ମନେ ପକେଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସ୍ମୃତିଚାରଣ କରିବା ପାଇଁ ଛୁଟି ଆସନ୍ତି ତାଙ୍କ ଜନ୍ମ ମାଟିକୁ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Feb 24, 2024, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.