ETV Bharat / state

ଗୁପ୍ତେଶ୍ଵର ଜଙ୍ଗଲକୁ 'ଜୈବ ବିବିଧତା ଐତିହ୍ୟ କେନ୍ଦ୍ର'ର ମାନ୍ୟତା - Forest In Gupteswar

Biodiversity Hotspot Declaration: ଗୁପ୍ତେଶ୍ଵର ଗୁମ୍ଫାକୁ ଘେରି ରହିଥିବା ଜଙ୍ଗଲକୁ ମିଳିଲା ମାନ୍ୟତା । 'ଜୈବ ବିବିଧତା ଐତିହ୍ୟ କେନ୍ଦ୍ର' ଭାବେ ସରକାର ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ

Biodiversity Hotspot
Biodiversity Hotspot
author img

By ETV Bharat Odisha Team

Published : Feb 11, 2024, 10:41 AM IST

Biodiversity Hotspot

କୋରାପୁଟ: ଗୁପ୍ତେଶ୍ଵର ଗୁମ୍ଫାକୁ ଘେରି ରହିଥିବା ଜଙ୍ଗଲକୁ ରାଜ୍ୟ ସରକାର 'ଜୈବ ବିବିଧତା ଐତିହ୍ୟ କେନ୍ଦ୍ର' ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । 350 ହେକ୍ଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହିଆସୁଛନ୍ତି । ଶୈବପୀଠ ଗୁପ୍ତେଶ୍ଵରରେ ଭକ୍ତଙ୍କୁ ଗୁମ୍ଫା ଭିତରେ ବିଶାଳ ଶିବ ଲିଙ୍ଗ ଦର୍ଶନର ଅନୁଭୂତି କାହିଁ କେଉଁ କାଳରୁ ହୋଇଆସୁଛି । ଶତାଧିକ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ଅନେକ ପ୍ରକାରର ପକ୍ଷୀ, ବିଭିନ୍ନ ପ୍ରକାରର ମାଛ ତଥା ହଜାର ହଜାର ପ୍ରକାରର ଜୀବଜନ୍ତୁଙ୍କୁ ନେଇ କୋରାପୁଟ ତା'ର ସ୍ୱତନ୍ତ୍ର ପରିଚୟ ପାଇଛି । ତେବେ ଅଞ୍ଚଳର ଅସ୍ଥିତ୍ୱକୁ ନେଇ ଦିନକୁ ଦିନ ଚିନ୍ତା ବଢିଚାଲିଛି ।

କୋରାପୁଟରେ ପାହାଡ଼ ପର୍ବତର ଜୈବ ବିବିଧତାକୁ ସମ୍ମାନ ତଥା ସୁରକ୍ଷା ଯୋଗାଇ ଦେବା ନେଇ ଦାବି ହୋଇଆସୁଥିଲା । ଏନେଇ ଗବେଷକ ଡକ୍ଟର ପରେଶ ରଥ କହିଛନ୍ତି, "ବିଳମ୍ବରେ ସରକାରଙ୍କ ତରଫରୁ ଏହି ଅଞ୍ଚଳକୁ ଜୈବ ବିବିଧତାର ଐତିହ୍ୟ କେନ୍ଦ୍ର ଭାବେ ମାନ୍ୟତା ଦିଆଯାଇଛି ।" ସେପଟେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ମୁଖ୍ୟ ପ୍ରଫେସର ଶରତ କୁମାର ପାଲିତା କହିଛନ୍ତି, "ଜୈବ ବିବିଧତାକୁ ନଷ୍ଟ ନ କରି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।"

ପ୍ରତିଦିନ ଏଠାରେ ବିଭିନ୍ନ ରାଜ୍ୟରୁ ଭକ୍ତଙ୍କ ଭିଡ ଜମିଥାଏ । ବିଶେଷ କରି ମହାଶିବରାତ୍ରୀ, କାର୍ତ୍ତିକ ସୋମବାର ଓ ଶ୍ରାବଣ ସୋମବାର ଦିନ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପୁରି ଉଠେ ଗୁପ୍ତେଶ୍ଵରର ପରିବେଶ । ଏହି ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଗୁଜାଣ ମେଣ୍ଟାଇଥାନ୍ତି । ମହାଶିବରାତ୍ରିର ବହୁଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଏହି ଆଦିବାସୀ ଜନଜାତିର ଲୋକେ ଝୁଣା, ପାଳୁଅ, ହରିଡ଼ା, ବାହାଡ଼ା, ଅଁଳା ଓ ବିଭିନ୍ନ ଔଷଧୀୟ ଗୁଣରେ ଭରି ରହିଥିବା କନ୍ଦା, ଚେରମୂଳ ସଂଗ୍ରହ କରିଥାନ୍ତି । ଏହି ସମସ୍ତ ସୁଦ୍ଧ ଜଙ୍ଗଲଜାତ ଦ୍ରବ୍ୟ କିଣି ନେଇଥାନ୍ତି ପର୍ଯ୍ୟଟକ ।

ଏହା ମଧ୍ୟ ପଢନ୍ତୁ...ରୂପାନ୍ତରିତ ହେବ ଗୁପ୍ତେଶ୍ୱର ପୀଠ, ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଏଠାକୁ ଲକ୍ଷାଧିକ ପର୍ଯ୍ୟଟକ ଆସୁଥିବାବେଳେ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ମଧ୍ୟ ବଢିଥାଏ । ଯାହାକି ଏହି ଅଞ୍ଚଳର ଜୈବ ବିବିଧତାକୁ ନଷ୍ଟ କରିଦେଉଥିବା ଯୋଗୁଁ ଗ୍ରୀନ ଟ୍ରିବୁନାଲ କିଛି ବର୍ଷ ପୂର୍ବେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇଥିଲେ । ହେଲେ ଏପର୍ଯ୍ୟନ୍ତ ସେ ଦିଗରେ ଉଚିତ ପଦକ୍ଷେପ ନିଆଯାଇ ପାରିନଥିବା ଘଟଣାକୁ ନାପସନ୍ଦ କରିଛନ୍ତି ଗବେଷକ । ଗୁପ୍ତେଶ୍ଵରର ଜୈବ ବିବିଧତାର ପୁନରୁଦ୍ଧାର କରିବା ସହିତ ସୁରକ୍ଷା ପ୍ରଦାନ କରାଯିବା ପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି ।

ଅପରପକ୍ଷେ ଜଙ୍ଗଲ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପରିବେଶବିତଙ୍କ ପ୍ରୟାସ ତଥା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ତରଫରୁ କରାଯାଇଥିବା ଗବେଷଣାର ଫଳସ୍ୱରୂପ ଗୁପ୍ତେଶ୍ଵରକୁ ମିଳିଛି ନୂଆ ପରିଚୟ । 'ଜୈବ ବିବିଧତା ଐତିହ୍ୟ କେନ୍ଦ୍ର'ର ମାନ୍ୟତା ପରେ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଜୟପୁର ବନ ଖଣ୍ଡ ଅଧିକାରୀ ପ୍ରତାପ କୁମାର ବେହେରା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.