ETV Bharat / state

ଖାଲି ହେଉଛି ହାତମୁଠା ! କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ - ନିହାର ରଞ୍ଜନ ମହାନନ୍ଦ

Nihar Ranjan Mahanand Quits Congress: କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ‌ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ନିହାର । ଅଧିକ ପଢ଼ନ୍ତୁ

ନିହାର ରଞ୍ଜନ ମହାନନ୍ଦ
ନିହାର ରଞ୍ଜନ ମହାନନ୍ଦ
author img

By ETV Bharat Odisha Team

Published : Feb 12, 2024, 9:26 PM IST

ନିହାର ରଞ୍ଜନ ମହାନନ୍ଦ

ବରଗଡ଼: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ଦଳର ହାତ ଛାଡିଲେ ପୂର୍ବତନ ବିଧାୟକ ତଥା ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ । କଂଗ୍ରେସ‌ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ନିହାର ମହାନନ୍ଦ । କଂଗ୍ରେସ ଦଳର ସଭାପତି ମଲ୍ଲିକାଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ନିହାର । ଏହାସହ ଇସ୍ତଫା ପତ୍ରର ନକଲ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ମଧ୍ୟ ପଠାଇଛନ୍ତି ନିହାର ।

ଆଜି ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟରେ ୧୩ ଟି ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଗଲା ପରେ ଆଜି ନିହାର ତାଙ୍କ ଇସ୍ତଫା ଦେଇଛନ୍ତି । ତେବେ ବରଗଡ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଗତ କିଛି ବର୍ଷ ହେଲା ନିହାର ମହାନନ୍ଦ ଦଳ ପାଇଁ କାର୍ଯ୍ୟ ତୁଲାଇ ଆସୁଥିଲେ । କିନ୍ତୁ ଗତକାଲି (ରବିବାର) କଂଗ୍ରେସ ନିହାରଙ୍କୁ ଜିଲ୍ଲା ସଭାପତି ପଦବୀରୁ ହଟାଇ ତାଙ୍କ ସ୍ଥାନରେ ହରଦୀପ ସିଂଙ୍କୁ ନୂତନ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦେଇଥିଲା । ଜିଲ୍ଲା ସହାପତି ଭାବରେ ହରଦୀପଙ୍କ ନାମ ଘୋଷଣା ହେବାର ଦିନକ ପରେ ନିହାର ମହାନନ୍ଦ ନିଜର ଇସ୍ତଫାପତ୍ର ଦଳର ମୁଖ୍ୟଙ୍କୁ ପଠାଇଛନ୍ତି ।

ଏନେଇ ନିହାର କହିଛନ୍ତି, "ଦଳ ଛାଡିବା ନେଇ ମଲ୍ଲିକାଜୁନ ଖଡଗେଙ୍କୁ ଇସ୍ତଫା ପତ୍ର ଦେଇଛି । ଏହାର ଏକ କପି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଦେଇଛି । 15 ବର୍ଷ ଧରି କଂଗ୍ରେସରେ କାମ କରୁଥିଲି । ଦଳକୁ ମଜଭୁତ କରିବା ପାଇଁ ଆଗକୁ ଆସିଥିଲୁ । କିନ୍ତୁ ବର୍ଷେ ହେବ ଦେଖା ଦେଉଛି ଯେ, ଦଳ ମଜଭୁତ ହେବା ଅପେକ୍ଷା ଭାଙ୍ଗିବାକୁ ଯାଉଛି । ସେସବୁକୁ ଦୃଷ୍ଟିରେ ରଖି ଦଳରୁ ଇସ୍ତଫା ଦେଉଛି ।"

ଏହା ମଧ୍ୟ ପଢ଼ନ୍ତୁ.....YSR କଂଗ୍ରେସ ଛାଡିଲେ ରାୟୁଡୁ, କିଛି ଦିନ ତଳେ ରାଜନୀତିରେ କରିଥିଲେ ଏଣ୍ଟ୍ରି

ତେବେ ଗତ କିଛି ଦିନ ତଳେ ରାହୁଲ ଗାନ୍ଧୀ ଝାରସୁଗୁଡା ଜିଲ୍ଲାକୁ ଆସି ଫେରିଥିବା ବେଳେ ନିହାର ମହାନନ୍ଦ ମଧ୍ୟ ଝାରସୁଗୁଡାକୁ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ମାତ୍ର ରାହୁଲ ଗାନ୍ଧୀଙ୍କ ଫେରିବା ପରେ ହଠାତ ନିହାରଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯାଇଥିଲା । ତେବେ ବିନା କୌଣସି ସୂଚନାରେ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯାଇଥିବା କାରଣରୁ ନିହାର ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ୨୦୦୯ ମସିହାରେ କଂଗ୍ରେସ ଦଳରୁ ଲଢ଼ି ବିଧାୟକ ହୋଇଥିଲେ ନିହାର ରଞ୍ଜନ ମହାନନ୍ଦ । ନିହାର ଅତାବିରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ ଏବଂ ୨୦୧୯ ମସିହା ଠାରୁ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଇସ୍ତଫା ଦେବାପରେ ବର୍ତମାନ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନାହାନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.