ETV Bharat / state

ପୁରୀରେ ନନ୍ଦନକାନନ ଏକ୍ସପ୍ରେସ, ଭଦ୍ରକରେ ଗୁଳିମାଡ଼ ଘଟଣାର ତଦନ୍ତ ଜାରି - NANDAN KANAN EXPRESS FIRING

ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ପରେ ପୁରୀ ରେଳ ଷ୍ଟେସନରେ ସୁରକ୍ଷିତ ଭାବେ ପହଞ୍ଚିଛି ନନ୍ଦନକାନନ ଏକ୍ସପ୍ରେସ । ଏହି ଘଟଣାକୁ ନେଇ ଏମିତି କହିଲା ଜିଆରପି ।

NANDAN KANAN EXPRESS FIRING
NANDAN KANAN EXPRESS FIRING (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 7:38 PM IST

ପୁରୀ/ଭଦ୍ରକ: ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ ଘଟଣା । ପୁରୀରେ ସୁରକ୍ଷିତ ଭାବେ ପହଞ୍ଚିଲା ନନ୍ଦନକାନନ ଏକ୍ସପ୍ରେସ । ଟ୍ରେନକୁ ଗୁଳିମାଡ ହୋଇଛି କି ନାହିଁ ତାହା ତଦନ୍ତ କରୁଛି ଜିଆରପି ଓ ଆରପିଏଫ । ଗୁଳିମାଡ଼ରେ ଭାଙ୍ଗିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ ।

NANDAN KANAN EXPRESS FIRING (ETV Bharat Odisha)

ଏହି ଘଟଣାର ତଦନ୍ତ କରିବେ 4 ଟିମ୍:

ପୁରୀ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି କହିଛନ୍ତି,"ପୁରୀ ରେଳୱେ ଷ୍ଟେସନରେ ନନ୍ଦନ କାନନ ଏକ୍ସପ୍ରେସ ପହଞ୍ଚିବା ପରେ ଘଟଣାକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ହିଁ ଏହା ଗୁଳିମାଡ କି ନାହିଁ ତାହା ସ୍ପଷ୍ଟ ହେବ । ଘଟଣାର ତଦନ୍ତ 4 ଟିମ କରୁଛନ୍ତି । ସାଇଣ୍ଟିଫିକାଲ ଟିମ, ଜିଆରପି, ଆରପିଏଫ ଓ ରେଲୱେ ମେକାନିକାଲ ଟିମ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି । ଟ୍ରେନ ଭିତରେ ଥିବା ଗାର୍ଡ ମାନଙ୍କ ବୟାନକୁ ରେକର୍ଡ କରାଯାଇ ତର୍ଜମା କରାଯାଉଛି । ତେବେ ତଦନ୍ତ ଚାଲିଥିବାରୁ ସବୁ କିଛି ସାର୍ବଜନୀନ କରିବା ଠିକ ନୁହେଁ ।"

NANDAN KANAN EXPRESS FIRING
NANDAN KANAN EXPRESS FIRING (ETV Bharat Odisha)

ଟ୍ରେନ ଉପରକୁ ଗୁଳିମାଡ ଘଟଣା:

ପ୍ରକାଶ ଯୋଗ୍ୟ, ଭଦ୍ରକ ଜିଲ୍ଲା ନିକଟସ୍ଥ କିଛି ଦୂରରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ହେଇଥିବା କୁହାଯାଉଛି । ଭଦ୍ରକ ଅନ୍ତର୍ଗତ ଚରମ୍ପା ରେଳ ଷ୍ଟେସନର 119 ନମ୍ବର ଗେଟ ନିକଟରେ ହୋଇଛି ଗୁଳିମାଡ଼ । ଆଜି ସକାଳ 9ଟା 15 ମିନିଟ ସମୟରେ ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ପୁରୀ ଅଭିମୁଖେ ଯାଉଥିଲା ।

ଏହା ମଧ୍ୟ ପଢନ୍ତୁ ...ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼: ଭାଙ୍ଗିଲା କାଚ, ଗାର୍ଡ ସୁରକ୍ଷିତ

ଏହା ମଧ୍ୟ ପଢନ୍ତୁ ...ଟ୍ରେନ୍‌ ସିଟ ତଳେ ଥିଲା 15 ପ୍ୟାକେଟ୍‌ ଗୁଳି, ପୁରୀ ରେଳ ଷ୍ଟେସନରୁ ଜବତ କଲା ପୋଲିସ

ହଠାତ ଷ୍ଟେସନର କିଛି ଦୂରରେ କୌଣସି ଦୁର୍ବୃତ୍ତ ଟ୍ରେନ ଉପରକୁ ଗୁଳିମାଡ଼ କରିଥିଲା । ତେବେ ଏହି ଗୁଳିମାଡ଼ ଫଳରେ ଟ୍ରେନର ଗାର୍ଡ କୋଚର ଝରକା ଭାଙ୍ଗି ଯାଇଥିବାବେଳେ ଟ୍ରେନର ଗାର୍ଡ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳିମାଡ଼ କଲା, ତାହା ଅସ୍ପଷ୍ଟ ରହିଛି । ଏନେଇ ଅଧିକ ତଦନ୍ତ କରୁଛି ଜିଆରପି । ତେବେ ଟ୍ରେନଟି ପୁରୀ ଷ୍ଟେସନରେ ପହଞ୍ଚିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.