ETV Bharat / state

ବଢ଼ିଲା ବବିଙ୍କ ପାଇଁ ଅଡୁଆ, ବିଜେଡି ନେତାଙ୍କ ନାଁରେ ଏତଲା - Pranab Prakash Quarter Demolition

author img

By ETV Bharat Odisha Team

Published : Jul 5, 2024, 4:39 PM IST

Updated : Jul 5, 2024, 6:30 PM IST

Pranab Prakash Quarter Demolition: ଅଡୁଆ ଘେରରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ସରକାରୀ କ୍ବାଟର୍ସ ମାମଲାର ତଦନ୍ତ ପାଇଁ ଦାବି ହୋଇଛି । ଜାଣନ୍ତୁ କିଏ ଦେଇଛି ଏତଲା ।

Quarter Demolition
Quarter Demolition (ETV Bharat Odisha)

ଭୁବନେଶ୍ବର: ସରକାରୀ କ୍ବାଟରରେ ବେଆଇନ କୋଠା ନିର୍ମାଣ ପ୍ରସଙ୍ଗ । ଏହାକୁ ନେଇ ଅଡୁଆ ଘେରରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । କ୍ୟାପିଟାଲ ଥାନାରେ ଏନେଇ ତଦନ୍ତ ପାଇଁ ଏତଲା ଦିଆଯାଇଥିବା ଜଣାପଡ଼ିଛି । ହାଇକୋର୍ଟ ଆଇନଜୀବୀ ସତ୍ୟଶିବ ସୁନ୍ଦର ମହାନ୍ତି ଏନେଇ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଅନୁସାରେ "ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ନିଜ କ୍ବାଟରରେ କରିଥିଲେ ବେଆଇନ କୋଠା ନିର୍ମାଣ । ଏପରିକି ରଙ୍ଗମହଲ ତିଆରି କରି କିଛି ବେଆଇନ କାମ କରୁଥିଲେ ।" ବିଧାୟକ ଥିବା ସମୟରେ ଜିଏ ବିଭାଗର ନିୟମ ବାହାରେ କିଭଳି ବେଆଇନ କାମ କରିଥିଲେ ? ସେନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ସରକାରୀ ବାସଭବନ ଭିତରେ ନିର୍ମାଣ ହୋଇଥିବା ଘର କେଉଁ କାରଣ ପାଇଁ ନିର୍ମାଣ କରାଯାଇଥିଲା ? ଏଥିପାଇଁ ପୋଲିସ ଏହାର ଆଇନଗତ ଦିଗରେ ମାମଲା ରୁଜୁ କରି ତଦନ୍ତ ହେଲେ ସତ ବାହାରକୁ ଆସିବ ବୋଲି ସତ୍ୟଶିବ ସୁନ୍ଦର ମହାନ୍ତି କହିଛନ୍ତି ।

Quarter Demolition (ETV Bharat Odisha)

କହିରଖୁଛୁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାର୍ଟର୍ସ ପଛରେ ଥିବା ଆଲିସାନ ବଙ୍ଗଳା ଭଙ୍ଗାଯିବା ଘଟଣା ଗତ କିଛି ଦିନ ଧରି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ଭୁବନେଶ୍ବର ୟୁନିଟ 6 ସ୍ଥିତ ସରକାରୀ କ୍ବାଟର୍ସ ପରିସରରେ ନିର୍ମିତ ଅଟ୍ଟଳିକାକୁ ଭଙ୍ଗା ଯାଉଥିଲା । ଏହାକୁ ତରବରିଆ ଭାବେ କାହିଁକି ଭଙ୍ଗାଗଲା? ଏଠାରେ କ'ଣ ଚାଲୁଥିବା? ଏଭଳି ଅନେକ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ।

ଏହା ବି ପଢନ୍ତୁ...ଭାଙ୍ଗିଲା ପ୍ରଣବଙ୍କ ସରକାରୀ ବାସଭବନ; କ୍ୱାର୍ଟର ଯେମିତି ଥିଲା ସେମିତି ଫେରାଇବି କହିଲେ ବବି, ବିଜେପି କହିଲା ଚାଲିଥିଲା ଖଟିଆ ସେବା - Demolition Of Govt Quarters

୨୦ରୁ ଅଧିକ ଶ୍ରମିକ ମେସିନ ସାହଯ୍ୟରେ ଏହି ବଙ୍ଗଳା ଭାଙ୍ଗୁଥିବା ଜଣାପଡ଼ିବା ପରେ ଖବର ଚର୍ଚ୍ଚାକୁ ଆସିଥିଲା । ତେବେ ସରକାରୀ କ୍ବାଟର୍ସକୁ କାହିଁକି ଭଙ୍ଗା ଯାଉଛି ଏନେଇ ଅନେକ ପ୍ରଶ୍ନ ଉଠିଥିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଖୋଦ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଥିଲେ ଯେ, ନିୟମ ଅନୁସାରେ, କ୍ବାଟର୍ସ ଯେମିତି ନିଆଯାଇଥାଏ ସେମିତି ଫେରାଯାଏ । GA ବିଭାଗକୁ ସମୟ ଅନୁସାରେ କ୍ବାଟର୍ସ ଫେରାଇବି । ଏବେ କ୍ବାଟର୍ସ ପୋଜେସନରେ ଅଛି । କ୍ବାଟର୍ସକୁ ଅନେକ ଲୋକ ରାଜନୈତିକ ବୈଠକ ପାଇଁ ଆସିଥାନ୍ତି । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସେଠାରେ କିଛି ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛି ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ସେପଟେ ହାଇକୋର୍ଟ ଆଇନଜୀବୀ ସତ୍ୟଶିବ ସୁନ୍ଦର ମହାନ୍ତି ଏହି ବେଆଇନ ଘର ନିର୍ମାଣର ତଦନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 5, 2024, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.