ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି, ନାବାଳକକୁ ବଞ୍ଚାଇବାକୁ ମେଡିକାଲରେ ଝଡାଫୁଙ୍କା - Sorcery To Alive Dead Minor Son

Sorcery To Dead Minor Son: ଆଜିର ବିଜ୍ଞାନ ଯୁଗରେ ମୃତଦେହରେ ଜୀବନ ଭରିବା ପାଇଁ ଝଡା ଫୁଙ୍କା ଭଳି ଅନ୍ଧବିଶ୍ବାସକୁ ଆପଣାଉଛନ୍ତି ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 10, 2024, 6:17 PM IST

SORCERY TO ALIVE DEAD MINOR SON
SORCERY TO ALIVE DEAD MINOR SON (ETV Bharat Odisha)

କେନ୍ଦୁଝର: ଦିନକୁ ଦିନ ମଣିଷ ସମୟ ସହ ତାଳଦେଇ ଆଧୁନିକ ଯୁଗରେ ପହଞ୍ଚିଲାଣି । ବୈଜ୍ଞାନିକ ପଦ୍ଧତିରେ ନିଜକୁ ଗଢ଼ିବା ପାଇଁ ନୂତନ ଆବିଷ୍କାର ମାନ କରିଚାଲିଛି । କିନ୍ତୁ ଏହି ଆଧୁନିକତା ମଧ୍ୟରେ ମଧ୍ୟ ଆଜିବି ଅନ୍ଧବିଶ୍ବାସକୁ ଜାବୁଡି ଧରିଛି ସାଧାରଣ ମଣିଷ । ଏହି ଅନ୍ଧବିଶ୍ବାସର କୁତ୍ସିତ ରୂପ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ । ସେଠାରେ ସାପ କାମୁଡ଼ାରେ ନାବାଳକର ମୃତ୍ୟୁ ପରେ ମୃତକଙ୍କୁ ବଞ୍ଚାଇବା ପାଇଁ ଝଡାଫୁଙ୍କାର ସାହାରା ନିଆଯାଇଛି ।

ମୃତକ ୧୬ ବର୍ଷୀୟ ନାବାଳକ ଜଣକ ସ୍ଥାନୀୟ ପୁଟୁଳିଆ ଗ୍ରାମର ଦଶରଥ ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର ବୋଲି ଜଣାପଡିଛି । ସେ ଗତ ରବିବାର ରାତିରେ ଉଦ୍ୟାନ ବିଭାଗ କୃଷି ଅଫିସରେ ସାଙ୍ଗମାନଙ୍କ ସହ ଶୋଇଥିବା ସମୟରେ ବିଳମ୍ବିତ ରାତ୍ରିରେ ଏକ ବିଷଧର ସାପ କାମୁଡି ଦେଉଥିଲା । ଘର ଲୋକ ବିଳମ୍ବରେ ସୋମବାର ଦିନ ସକାଳ ସମୟରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ସାପ କାମୁଡରେ ନାବାଳିକା ମୃତ, ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ମୃତଦେହ ନେଇ ଫେରାର ହେଲେ ମାଆ

ସେଠାରେ ଚିକିତ୍ସା ସମୟରେ ପଦ୍ମଲୋଚନକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ମୃତ କଥାକୁ ବିଶ୍ବାସ ନ କରି ପରିବାର ବର୍ଗ ପୁଅ ବଞ୍ଚିବା ଆଶାରେ ଡାକ୍ତରଖାନାରେ ଗୁଣିଗାରେଡି ଆରମ୍ଭ କରିଥିଲେ । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବାରଣ ସତ୍ତ୍ବେ ଘର ଲୋକେ ଏକ ସ୍ଥାନୀୟ ଗୁଣିଆ ଡାକି ଝଡ଼ା ଫୁଙ୍କା କରିଥିଲେ । ଯାହା ଫଳରେ ଡାକ୍ତରଖାନା ପରିସରରେ କିଛି ସମୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ ପାଟଣା ଥାନାକୁ ଖବର ଦେଇଥିଲେ । ପାଟଣା ପୋଲିସ ଆସି ହସ୍ତକ୍ଷେପ ଫଳରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏନେଇ ପରିବାର କି ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସେହଭଳି ଗତ ମାର୍ଚ୍ଚ ୧୮ ତାରିଖରେ ରାଉରକେଲା ଅନ୍ତର୍ଗତ ସୋନାପର୍ବତ ନିକଟରେ ଥିବା ବରଟୋଲି ଗାଁରେ ନାବାଳିକାଙ୍କ ସାପକାମୁଡା ଯୋଗୁଁ ଅକସ୍ମାତ ମୃତ୍ୟୁ ହୋଇଥିଲା । କିନ୍ତୁ ଝିଅକୁ ବଞ୍ଚାଇବା ଆଶାରେ ପରିବାରଲୋକ ରାଉରକେଲାର ସରକାରୀ ହସ୍ପିଟାଲରେ ଥିବା ମର୍ଜର ରୁମରୁ ଝିଅର ମୃତଦେହ ନେଇ ଗୁଣିଗାରେଡି କରି ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.