ETV Bharat / state

ମୃତ୍ୟ ପରେ ବି ଅମର ! ପୁଅର କିଡ୍ନୀ ଦାନ କଲେ ପରିବାର, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ - Kidney Donation

Student Donates Kidney: ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡ଼ା ଜିଲ୍ଲା ନୟାକୋଟ ଗ୍ରାମର ଓମ ଶିବୁ। ପୁଅର ଦୁଇ କିଡ୍ନୀକୁ ସ୍ବେଚ୍ଛାକୃତ ଭାବରେ ଦାନ କରିଛନ୍ତି ପରିବାର । ଅଧିକ ପଢନ୍ତୁ

Student Donates Kidney
Student Donates Kidney
author img

By ETV Bharat Odisha Team

Published : Mar 1, 2024, 9:02 PM IST

Student Donates Kidney

କଟକ: ସାନ ସିନା ଦାନ ତା ମହାନ। ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ କେନ୍ଦ୍ରାପଡ଼ା ଜିଲ୍ଲା ନୟାକୋଟ ଗ୍ରାମର ଓମ ଶିବୁ। ଏସସିବିରେ ବ୍ରେନ ଟିୟୁମରରେ ମୃତ୍ୟୁ ହେବା ପରେ ତାଙ୍କର ଦୁଇ କିଡ୍ନୀକୁ ସ୍ବେଚ୍ଛାକୃତ ଭାବରେ ଦାନ କରିଛନ୍ତି ପରିବାର । ଅନ୍ୟପଟେ ପରିବାରର ବଦାନ୍ୟତାକୁ ସାଧୁବାଦ ଜଣାଇବା ସହ ଓମ ଶିବୁଙ୍କ ମର ଶରୀରକୁ ରାଷ୍ଟ୍ରୀୟ ମାର୍ଯ୍ୟାଦା ସହ ତାଙ୍କ ବାସଭବନକୁ ପଠାଇଛନ୍ତି ଏସସିବି କର୍ତ୍ତୃପକ୍ଷ ।

"ଆଗକୁ ମୋର ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ସରିଲା ପରେ ମେଡିକାଲରେ ମତେ ଆଡ଼ମିଟ କରିବ । ମୁଣ୍ଡ ବିନ୍ଧାକୁ ସହ୍ୟ କରିନେବି। ପରୀକ୍ଷା ସରିଲା ପରେ ଭବିଷ୍ୟତରେ ଏନଆଇଟି ପଢି ଦେଶ ପାଇଁ କିଛି କରିବା ପାଇଁ ମୋର ଇଚ୍ଛା ଅଛି ବାପା" ଏତିକି ଥିଲା ଓମ ଶିବୁଙ୍କ ଶେଷ କଥା । ଏହାପରେ ଅତ୍ୟଧିକ ମୁଣ୍ଡ ବିନ୍ଧା ଯୋଗୁ ଜାନୁଆରୀ ମାସରେ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହେଇଥିଲେ ସେ। ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚିକିତ୍ସା କରାଯିବା ପରେ ତାଙ୍କର ସମସ୍ତ ପରୀକ୍ଷା କରାଯାଇଥିଲା । ଓମ ଶିବୁଙ୍କୁ ବ୍ରେନ ଟିୟୁମର ବୋଲି ଜଣାପଡିବା ପରେ ତାଙ୍କର ନ୍ୟୁରୋ ସର୍ଜରୀ ବିଭାଗରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବ୍ରେନଡେଡ୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ...ମୃତ୍ୟୁ ପରେ ବି ଅମର ଦମୟନ୍ତୀ ! ଲିଭର ଦାନ କରି ସାଜିଲେ ଉଦାହରଣ, ଅଜଣା ବ୍ୟକ୍ତି ପାଇବେ ନୂଆ ଜୀବନ

ଓମ ଶିବୁଙ୍କ ବ୍ରେନଡେଥ୍ ପରେ ସ୍ବେଚ୍ଛାକୃତ ଭାବରେ ପୁଅର ଦୁଇ କିଡ୍ନୀକୁ ଦାନ କରିବା ପାଇଁ ଆଗେଇ ଆସିଥିଲେ ଓମ ଶିବୁଙ୍କ ପରିବାରଲୋକେ। ଆଉ ପୁଅର ମୃତ୍ୟୁର ଅସରନ୍ତି କଷ୍ଟ ଆଗରେ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚାଇ ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ଓମ ଶିବୁଙ୍କ ପରିବାର। ବର୍ତ୍ତମାନ ଦୁଇଟି କିଡ୍ନୀରୁ ଗୋଟିଏ ଏସସିବି ମେଡିକାଲ ଓ ଅନ୍ୟଟି ଘରୋଇ ହସ୍ପିଟାଲକୁ ନିଆଯିବା ପାଇଁ ସ୍ଥିର ହୋଇଛି।

"କ୍ରସମ୍ୟାଚ୍ କାର୍ଯ୍ୟ ଶେଷ ହେବା ପରେ କିଡ୍ନୀ ପ୍ରତ୍ୟାରୋପଣ ପାଇଁ ଅସ୍ତ୍ରୋପଚାର କରାଯିବ" ବୋଲି କହିଛନ୍ତି ୟୁରୋଲୋଜି ମୁଖ୍ୟ ଡକ୍ଟର ସମୀର ସ୍ୱାଇଁ । ତେବେ ଓମ ଶିବୁଙ୍କ ମୃତ ଶରୀର ଯଥା ସମ୍ମାନରେ ଏସସିବିରୁ ଯିବା ପରେ କିପରି ରାଷ୍ଟ୍ରୀୟ ମର୍ଯ୍ୟାଦା ଅନୁସାରେ ଶେଷକୃତ୍ୟ କରାଯିବ ସେନେଇ ଜିଲ୍ଲା ପ୍ରଶାସନଙ୍କୁ ଅଗବତ କରାଯାଇଥିବା କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.