ETV Bharat / state

ଟଙ୍କା ପାଇଁ ଅପହରଣ ନାଟକ; ବାପାକୁ ପୁଅ ପଠାଇଥିଲା ମିଛ ଭିଡିଓ, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ - Nuapada fake kidnapping case

author img

By ETV Bharat Odisha Team

Published : Jul 13, 2024, 2:18 PM IST

Nuapada fake kidnapping case: ବାପାଠୁ ଟଙ୍କା ବସୁଲି ପାଇଁ ପୁଅ ରଚିଥିଲା ମିଛ ଅପହରଣ ନାଟକ । ଉଦ୍ଧାର ପରେ ସତ ସାମ୍ନାକୁ ଆସିଲା । ଅଧିକ ପଢନ୍ତୁ

NUAPADA FAKE KIDNAPPING CASE
NUAPADA FAKE KIDNAPPING CASE (ETV BHARAT ODISHA)

ନୂଆପଡା: ଟଙ୍କା ପାଇଁ ନିଜ ଅପହରଣ ନାଟକ ରଚିଥିଲେ ଯୁବକ । ବାପାଙ୍କ ଠାରୁ 3ଲକ୍ଷ ଟଙ୍କା ପାଇବା ପାଇଁ ପୁଅ ରଚିଥିଲା ମିଥ୍ୟା ଅପହରଣ କାହାଣୀ । ନିଜର ଏକ ହାତ ଗୋଡ ବନ୍ଧା ଭିଡିଓ ସମ୍ପର୍କୀୟଙ୍କୁ ପଠାଇ ଟଙ୍କା ଦାବି କରିଥିଲା । ଉଦ୍ଧାର ହେବା ପରେ ସତ ସାମ୍ନାକୁ ଆସିଲା । ଏହା ଏକ ମିଥ୍ୟା ଅପହରଣ ବୋଲି ପୋଲିସ କହିଛି । ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା ଜୋଙ୍କ ଥାନା ବୁଏରଭାଡ଼ି ଗାଁରେ । ଅପହରଣ କାହାଣୀ ରଚିଥିବା ଯୁବ ହେଉଛନ୍ତି ବୈକୁଣ୍ଠ ନାଏକ।

ଘଟଣାଟି ଥିଲା ଏମିତି...

ବୁଏରଭାଡ଼ି ଗ୍ରାମରେ ରୁହନ୍ତି ଜୟରାମ ନାଏକ । ତାଙ୍କର ବଡ ପୁଅ ବୈକୁଣ୍ଠ ନାଏକ ଓ ସାନପୁଅ ପବିତ୍ର ନାଏକ । ବାପା ଜୟରାମ ନାଏକ ଚାଷ ବାସ କରି ପରିବାର ଚାଲାଉଥିଲେ । ବୈକୁଣ୍ଠ ନାଏକ ଅନ୍ୟ ସମ୍ପ୍ରଦାୟର ଝିଅକୁ ପ୍ରେମ ବିବାହ କରିଥିବା କାରଣରୁ ପରିବାରରୁ ବାସନ୍ଦ ହୋଇ ଅନ୍ୟ ସ୍ଥାନରେ ରହୁଥିଲେ । ସାନ ପୁଅ ପବିତ୍ର ବାପା ସହିତ ରହୁଥିବା ବେଳେ ସେ ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଲଗାଇ ଶର୍ବଶାନ୍ତ କରୁଥିଲେ । ଅନଲାଇନ ଗେମରେ ହାରିଯିବା ପରେ ଋଣ ଟଙ୍କା ଅସୁଲି ପାଇଁ ସାନପୁଅ ପଵିତ୍ରକୁ ଋଣ ଦେଇଥିବା ଲୋକେ ହଇରାଣ କରୁଥିଲେ । ସାନପୁଅର ଖରାପ ଅବସ୍ଥା ଦେଖି ବାପା ଜୟରାମ ଚାଷଜମି ବିକ୍ରିକରି ଋଣ ଟଙ୍କା ସୁଝିଥିଲା ।

ଏହା ମଧ୍ୟ ପଢନ୍ତୁ-ଅପହରଣ ନାଟକ ରଚି ପରିବାର ଲୋକଙ୍କୁ ମାଗୁଥିଲେ ଟଙ୍କା, ଧରିଲା ପୋଲିସ

ଟଙ୍କା ପାଇଁ ମିଛ ଅପହରଣ: ସାନପୁଅକୁ ଟଙ୍କା ଦେବା ଜାଣି ବଡ଼ପୁଅ ବୈକୁଣ୍ଠ ବାପାଠାରୁ ଟଙ୍କା ପାଇବା ଆଶାରେ ଚଳିତ ମାସ 2 ତାରିଖ ଦିନ ନିଜକୁ ନିଜେ ଅପହରଣ ନାଟକ କରି ନିଜ 4ଜଣ ସାଙ୍ଗ ରହୁଥିବା ସୁଦୂର ମଦରାଇ ସହରକୁ ଚାଲିଯାଇଥିଲେ । ସେଠାରେ 4 ଜଣ ସାଙ୍ଗ ସହିତ ମିଥ୍ୟା ଅପହରଣ କାହାଣୀ ରଚିଲେ । ସାଙ୍ଗ ମାନଙ୍କୁ କହି ନିଜ ହାତ ଗୋଡ ବାନ୍ଧି ଦେବା ପରେ ତାଙ୍କୁ ମାଡ ମାରିବାକୁ କହିଥିଲେ । ଏହାପରେ ଏହାର ଭିଡିଓ ସୁଟ କରି କରି ବାପା ଓ ସମ୍ପର୍କୀୟ ମାନଙ୍କ ପାଖକୁ ପଠାଇଥିଲେ ବୈକୁଣ୍ଠ । 3 ଲକ୍ଷ ଟଙ୍କା ପଠାଅ ନଚେତ ପୁଅକୁ ଜୀବନରେ ମାରିଦେବା ମିଥ୍ୟା ଭିଡିଓ ଜାରି କରାଯାଇଥିଲା । ବାପା ଜୟରାମ ନାଏକ ଭୟବିତ ହୋଇ ଜୋଙ୍କ ଥାନାରେ ଅପହରଣ ଅଭିଯୋଗ କରିଥିଲେ ।

ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିଲା: ପୋଲିସ ଅପହରଣ ମାମଲା ରୁଜୁ କରିବା ପରେ ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇ ରାୟପୁର, ମଦରାଇ ଓ ନୂଆପଡା ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲା । ଶେଷରେ ବୈକୁଣ୍ଠ ନାଏକଙ୍କୁ ରାୟପୁର ରେଲ ଷ୍ଟେସନରୁ ଉଦ୍ଧାର କରିବା ପରେ ଘଟଣା ଟି ମିଥ୍ୟା ବୋଲି ଜଣାପଡିଛି । ବାପା ସାନ ପୁଅକୁ ଟଙ୍କା ଦେବା ଦେଖି ନିଜେ ମଧ୍ୟ କିପରି ଟଙ୍କା ପାଇବ ସେଥିପାଇଁ ବଡ ପୁଅ ଅପହରଣ ଡ୍ରାମା ରଚିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନୂଆପଡା ଏସପି ଜି.ରାଘବେନ୍ଦ୍ର ରେଡି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.