ETV Bharat / state

ବିଦ୍ୟୁତ ଖୁଣ୍ଟରେ ଉଡିଗଲା କର୍ମଚାରୀଙ୍କ ପ୍ରାଣବାୟୁ, ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି - ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

Electric Department Employee Died: ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ସମୟରେ ଚାଲିଗଲା ଜୀବନ । କ୍ଷତିପୂରଣ ଦାବିରେ ପରିବାର ଲୋକେ ମୃତଦେହକୁ ବିଦ୍ୟୁତ ଅଫିସ ଫାଟକ ସମ୍ନାରେ ରଖି ୬୦ ନମ୍ବର ରାଜ ପଥର ଅବରୋଧ କରିଥିଲେ । ପରେ ବିଭାଗର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । ଅଧିକ ପଢନ୍ତୁ

ବିଦ୍ୟୁତ କର୍ମଚାରୀଙ୍କ ଗଲା ଜୀବନ, ରାସ୍ତରେ ମୃତଦେହ ରଖି କ୍ଷତିପୂରଣ ଦାବି

author img

By ETV Bharat Odisha Team

Published : Jan 25, 2024, 11:45 AM IST

ବିଦ୍ୟୁତ କର୍ମଚାରୀଙ୍କ ଗଲା ଜୀବନ, ରାସ୍ତରେ ମୃତଦେହ ରଖି କ୍ଷତିପୂରଣ ଦାବି

ନିଆଳି: ବିଦ୍ୟୁତ ଖୁଣ୍ଟରେ ଜଗି ଯମ ବସିଥିଲା ଆଉ ନେଇଗଲା ପ୍ରାଣ ! ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ବିଦ୍ୟୁତ କର୍ମଚାରୀ । ଏପରି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ । ମୃତକ ହେଲେ କଣ୍ଟାପଡା ବ୍ଲକ ଉରାଡ ପଞ୍ଚାୟତ ଢିଅ ପୋହଳ ଗ୍ରାମର ସରୋଜ କୁମାର ପ୍ରଧାନ(୩୯) । ସେପଟେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ପରିବାରଲୋକେ ।

ସୂଚନା ଅନୁସାରେ, ସବୁଦିନ ପରି ବିଦ୍ୟୁତ ଖୁଣ୍ଟରେ ଚଢି କାମ ବି କରନ୍ତି ସରୋଜ କୁମାର ।‌ ସବୁ ଠିକ ଠାକ୍ ଚାଲିଥିବା କିନ୍ତୁ କିଛି ସେକେଣ୍ଡରେ ସବୁ ବଦଳିଗଲା ।‌ ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ସମୟରେ ପ୍ରାଣ ବାୟୁ ଉଡିଗଲା ଆଉ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ପରିବାର ଏବଂ ସ୍ଥାନୀୟ ଲୋକ ପ୍ରତିବାଦ କରିଛନ୍ତି । ମୃତ ସରୋଜ ଅଡଶପୁର ବିଦ୍ୟୁତ ବିଭାଗରେ କାର୍ଯ୍ୟ କରନ୍ତି । ଗତ ମଙ୍ଗଳବାର‌ଦିନ ଅଡଶପୁର ବିଦ୍ୟୁତ୍ ଉପଖଣ୍ଡ ଖରିବିଲି ଗ୍ରାମରେ ବିଦ୍ୟୁତ୍ ମରାମତି ପାଇଁ ବିଦ୍ୟୁତ ଖୁଣ୍ଟରେ କାର୍ଯ୍ୟ କରୁଥିବାବେଳେ କୌଣସି କାରଣ ବଶତଃ ସରୋଜଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।‌

ଏହା ମଧ୍ୟ ପଢନ୍ତୁ ....ପୁଅର ମୃତ୍ୟୁ ଖବର ଶୁଣି ଉଡିଗଲା ମାଆର ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

ତେବେ ପାଖରେ ଥିବା ଅନ୍ୟାନ କର୍ମଚାରୀ ତାଙ୍କୁ ପ୍ରଥମେ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଏହା ପରେ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲ ପଠାଯାଇଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ସରୋଜଙ୍କ ମୃତଦେହକୁ ଫୁଲନଖରା ଓ‌ ନିଆଳି ରାସ୍ତା ୬୦ ନମ୍ବର ରାଜ ପଥର ଅଡଶପୁର ବିଦ୍ୟୁତ ବିଭାଗ ଅଫିସ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ଫଳରେ ଉଭୟ ପଟରୁ ଯାନ ବାହନ ଅଟକି ରହିଥିଲା ।

ତେବେ ଖବର ପାଇ ଗୋବିନ୍ଦପୁର ଏବଂ ଓଲଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ । ମୃତକ ପରିବାର ଏବଂ ସ୍ଥାନୀୟ ଲୋକମାନେ ସରୋଜଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ପାଇଁ ଦାବି କରିଥିଲେ ।‌ ଅନ୍ୟପଟେ ସରୋଜ ହେଉଛନ୍ତି ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଏବଂ ତାଙ୍କର‌ ଏକ ମାତ୍ର ତିନି ବର୍ଷର ପୁଅ ଅଛନ୍ତି ।‌ ପରେ କ୍ଷତିପୂରଣ ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଏନେଇ ବିଦ୍ୟୁତ ବିଭାଗ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.