ETV Bharat / state

ଏକାମ୍ର ଉତ୍ସବ ଉଦଘାଟିତ: ସୁଆଦିଆ ଖାଦ୍ୟ ସାଙ୍ଗକୁ ଗୀତରେ ପୁରୁଣା ସ୍ମୃତି ସାଉଁଟିଲେ ରାଜଧାନୀବାସୀ

author img

By ETV Bharat Odisha Team

Published : Feb 4, 2024, 10:00 AM IST

Updated : Feb 4, 2024, 1:31 PM IST

Ekamra Utsav 2024: ଆରମ୍ଭ ହୋଇଛି ଏକାମ୍ର ଉତ୍ସବ । ସୁଆଦିଆ ଖାଦ୍ୟ ସହ ଅକ୍ଷୟ ମହାନ୍ତିଙ୍କ ଗୀତରେ ପୁରୁଣା ସ୍ମୃତି ସାଉଁଟିଲେ ରାଜଧାନୀବାସୀ । ଅଧିକ ପଢନ୍ତୁ

Ekamra Utsav 2024
Ekamra Utsav 2024
Ekamra Utsav

ଭୁବନେଶ୍ବର: ଆରମ୍ଭ ହୋଇଛି ଏକାମ୍ର ଉତ୍ସବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଆୟୋଜନ କରାଯାଇଛି । ତେବେ ଗତକାଲି(ଶନିବାର) ଠାରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଉଦଘାଟନ କରିଛନ୍ତି । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆତସବାଜିର ରଙ୍ଗୀନ ଆଲୋକମାଳା ସହ ଭୁବନେଶ୍ୱରର କାହାଣୀକୁ ନେଇ ପ୍ରସ୍ତୁତ ଲେଜର ଲାଇଟ ସୋ ଦ୍ୱାରା ଏକାମ୍ର ଉତ୍ସବକୁ ଆରମ୍ଭ କରାଯାଇଥିଲା ।

ତେବେ ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ଏକାଧିକ ହେଉଛି । ସନ୍ଧ୍ୟାରେ ଆଲୋକମାଳା ରାଜଧାନୀକୁ ଦେଉଛି ନୂଆ ରୂପ । ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଯାଇଛି ସଙ୍ଗୀତର ମୂର୍ଚ୍ଛନା ସନ୍ଧ୍ୟା । ତେବେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ସୁରେ ସୁରେ ଶ୍ରୋତା ହଜି ଯାଇଥିଲେ ରାଜଧାନୀବାସୀ । ପ୍ରଥମ ସଂଧ୍ୟାର ସଙ୍ଗୀତ ମୁର୍ଚ୍ଛନାରେ ଶ୍ରୋତାଙ୍କ ମନରେ ଆଙ୍କି ହୋଇଯାଇଥିଲା ଖୋକା ଭାଇଙ୍କ ଛବି । ସେହିପରି ଶୀତୁଆ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆ, ରାଜେଶ ଶତପଥୀ, ଚିତ୍ରଭାନୁ ମହାନ୍ତି, କୃଷ୍ଣଚନ୍ଦ୍ର ସେଠୀ, ଶିଉଳି ଘୋଷ, ଜ୍ୟୋତିର୍ମୟୀ ନାୟକଙ୍କ ଗୀତ ଶୁଣିବାକୁ ମିଳିଥିଲା l ଉପସ୍ଥିତ ଦର୍ଶକ ଖୁବ୍ ମନଭରି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ସେହିପରି ଶୀତୁଆ ସନ୍ଧ୍ୟାରେ ଜମିଥିଲା ଖାଦ୍ୟର ଆସର। ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟର ପସରା ଖୋଲିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକମାନେ ଦେଖିଥିବା ବେଳେ "ଆମ ବ୍ୟଞ୍ଜନ" ଠାରେ ବେଶ ଭିଡ ଜମାଇଥିଲେ । ଏଠାରେ ମିଶନଶକ୍ତି ଠାରୁ ଆରମ୍ଭ କରି ମିଶନ ଶକ୍ତିଠୁ ନେଇ ବଡ଼ ବଡ଼ ତାରକା ହୋଟେଲର ଷ୍ଟଲରେ ଓଡ଼ିଆ ଖାଦ୍ୟ। ତେବେ ଚଳିତଥର ମୋଟ ୨୦ ଗୋଟି ଖାଦ୍ୟ ଷ୍ଟଲ୍ ପଡିଛି l ରାଜ୍ୟ ସରକାରଙ୍କ ମିଶନ ଶକ୍ତି, ମିଲେଟ ମିଶନ ଓ କୋରାପୁଟ କଫି ସହିତ ରାଜ୍ୟର ବିଭିନ୍ନ ନାମଦାମୀ ହୋଟେଲର ଷ୍ଟଲ୍ ପଡିଛି। ଓଡିଆ ପିଠାମିଠା ମେନୁରେ ଆରିଷା,କରଞ୍ଜି,ମଗଜ ଲଡୁ,ମାଲପୁଆ,ଛେନାପୋଡ଼ ଠାରୁ ଆରମ୍ଭ କରି ଆାଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି,ଢେଙ୍କାନାଳ ବରା ବର୍ଗର,କଟକ ଦହିବରା ଆଳୁଦମ,ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟକୁ ପରଷୁଛି ମିଶନ ଶକ୍ତି l କୋରାପୁଟ କଫି ଓ ମିଲେଟ ମିଶନ୍ ଦ୍ଵାରା ଲୋକଙ୍କୁ ମିଲେଟ ତିଆରି ଲଡୁ ପିଠା ସହିତ ଶୀତୁଆ ସନ୍ଧ୍ୟାରେ କୋରାପୁଟର ପ୍ରସିଦ୍ଧ କଫିକୁ ପିଇବାର ସୁଯୋଗ ପାଉଛନ୍ତି ରାଜଧାନୀବାସୀ । ଏହାସହ ଏକାମ୍ର ହାଟରେ ଜମୁଛି ନାଇଟ ବଜାର କିଣାକିଣି । ଯେଉଁଠି ବିଳମ୍ବିତ ରାତିଯାଏ ଲୋକମାନେ ଜିନିଷ ପତ୍ର କିଣାକିଣି କରିବା ସହ ବିଭିନ୍ନ କଳାକାର ମାନକ ଦ୍ୱାରା ପ୍ରସ୍ତୁତ ଲାଇଭ ବ୍ୟାଣ୍ଡ ଓ ଗୀତାର ମଜା ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀ ୩ରୁ ଏକାମ୍ର ଉତ୍ସବ

ଏହି ଉତ୍ସବ ୭ ଦିନ ଧରି ହେବାକୁ ଥିବା ବେଳେ ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଚଳିତଥର ଆୟୋଜିତ ହୋଇଛି "ସଙ୍ଗୀତର ମୂର୍ଚ୍ଛନା"। ଯେଉଁଠି ପ୍ରତିଷ୍ଠିତ କଳାକାରଙ୍କ ଦ୍ବାରା ନୃତ୍ୟ,ସଙ୍ଗୀତ,ଲାଇଭ ବ୍ୟାଣ୍ଡ ପରିବେଷଣ ଦେଖିବାକୁ ମିଳିବ । ପ୍ରଥମ ଦିନରେ ସ୍ମୃତି ତୁମେ ଅକ୍ଷୟ ଶୀର୍ଷକରେ ସଙ୍ଗୀତର ମୂର୍ଚ୍ଛନା ପରିବେଷଣ ହୋଇଥିଲା । ସେହିପରି ୫ ଫେବୃଆରୀ - ଅଭୁଲା ଅତୀତ ସହ ସନମ୍ ପୁରୀ ୬ ରେ ଭାଷା ହିଁ ଭବିଷ୍ୟତା ଶୀର୍ଷକକୁ ନେଇ କୁନା ତ୍ରିପାଠୀ, ଅରୁଣା ମହାନ୍ତି ଓ ସାଥୀ, ପ୍ରଜ୍ଞା, ଶଙ୍କରଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ ହେବ । ଏଥିସହ ୭ରେ ବସନ୍ତର ସ୍ୱର ଶୀର୍ଷକରେ ସୋନା ମହାପାତ୍ର, କ୍ରିଷ୍ଣା ବେଉରା ଓ ରୁତୁରାଜ ମହାନ୍ତି ଦର୍ଶକଙ୍କୁ ମନୋରଞ୍ଜନ କରିବେ । ୮ରେ ମୂର୍ଚ୍ଛନାର ଭିନ୍ନ ଏକ ସନ୍ଧ୍ୟା ରେ ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସୁମଧୁର କଣ୍ଠରେ ଝୁମିବ ପୁରା ଭୁବନେଶ୍ୱର । ଶେଷ ଦିନରେ ଅର୍ଥାତ ୯ ତାରିଖରେ ଜୁବିନ୍ ନୌଟିଆଲ୍ ଲୋକଙ୍କୁ ନିଜ କଣ୍ଠର ଯାଦୁ ଶୁଣାଇବେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 4, 2024, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.