ETV Bharat / state

ରାଜଧାନୀରେ ପୋଲିସକୁ ମଦ୍ୟପ ମହିଳାଙ୍କ ଚିନ୍ତା, ଦୁଇଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା

ଦୁଇଦିନରେ ଆସିଲାଣି ଦୁଇ ମଦ୍ୟମ ମହିଳାଙ୍କ ଉତ୍ପାତ ମାମଲା । ମହିଳା ହୋଇଥିବାରୁ ବଳ ପ୍ରୟୋଗ ନକରି ସମ୍ବେଦନଶୀଳ ଭାବେ ସ୍ଥିତି ସମ୍ଭାଳୁଛି ପୋଲିସ

author img

By ETV Bharat Odisha Team

Published : 2 hours ago

ରାଜଧାନୀରେ ଉତ୍ପାତ ମଚାଉଛନ୍ତି ମଦ୍ୟପ ମହିଳା, ଦୁଇଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା
ରାଜଧାନୀରେ ଉତ୍ପାତ ମଚାଉଛନ୍ତି ମଦ୍ୟପ ମହିଳା, ଦୁଇଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା (ETV Bharat Odisha)

ଭୁବନେଶ୍ବର: ନିଶାସକ୍ତ ମହିଳାଙ୍କୁ ନେଇ କମିଶନରେଟ ପୋଲିସର ଟେନସନ୍ । ରାଜଧାନୀରେ ମଦ୍ୟପ ମହିଳାଙ୍କୁ ସମ୍ଭାଳିବା ଡର । ଥାନା ହେଉ ବା ଥାନା ବାହାରେ ମଦ୍ୟପ ମହିଳା ଦେଖିଲେ ପୋଲିସର ମୁଣ୍ଡବିନ୍ଧା । କାରଣ ଭରତପୁର ଥାନା ଘଟଣା ପରଠାରୁ କମିଶନରେଟ ପୋଲିସ ନିଜ ଛବି ସୁଧାରିବାକୁ ପ୍ରୟାସ କରୁଥିବା ବେଳେ ସାମ୍ନାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା । ମଦ୍ୟପାନ କରି ଉତ୍ପାତ କରିବାରେ ଲାଗିଛନ୍ତି ଜଣକ ପରେ ଜଣେ ମହିଳା । ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ବଳ ମଧ୍ୟ ପ୍ରୟୋଗ କରିପାରୁନାହିଁ । ସମ୍ବେଦନଶୀଳତା ବଜାୟ ରଖି ସ୍ଥିତି ସମ୍ଭାଳୁଛି ।

  • ଦୁଇଦିନରେ ଦୁଇ ମହିଳାଙ୍କ ଉନ୍ମୋ କାଣ୍ଡ:-

ବିଗତ ଦୁଇ ଦିନ ହେବ ଭୁବନେଶ୍ୱରରେ ଦୁଇଟି ପୃଥକ ଘଟଣା ପୋଲିସର ଟେନସନ ବଢାଇ ଦେଇଛି । ଯାହାର ଭିଡିଓ ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଜଣେ ମହିଳାଙ୍କୁ ଠାବ କରିଥିଲା କମିଶନରେଟ ପୋଲିସର ମହିଳା ସୁରକ୍ଷା ୟୁନିଟ୍‌ ‘HER’ ଟିମ୍ । ମଞ୍ଚେଶ୍ବର ଥାନା କଳାରାହାଙ୍ଗରୁ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିବା ସମୟରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପରେ ହସ୍ପିଟାଲରେ ପହଞ୍ଚିବା ପରେ ମହିଳା ଜଣକ ଉଲଗ୍ନ ହେବାକୁ ଉଦ୍ୟମ କରିବା ସହ ହସ୍ପିଟାଲରେ ଥିବା ଏକ ମୃତଦେହକୁ ମଧ୍ୟ ଅଲିଙ୍ଗନ କରିଥିଲେ । ବହୁକଷ୍ଟରେ ପୋଲିସ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ତୁରନ୍ତ ତାଙ୍କ ପରିବାର ଓ ଅଭିଭାବକଙ୍କୁ ଯୋଗାଯୋଗ କରି ହସ୍ତାନ୍ତର କରିଥିଲା ।

ରାଜଧାନୀରେ ପୋଲିସକୁ ମଦ୍ୟପ ମହିଳାଙ୍କ ଚିନ୍ତା, ଦୁଇଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ପୋଲିସ ମୁଖ୍ୟାଳୟ ନଜରରେ ସବୁ ଥାନା, ଉତ୍ତମ ବ୍ୟବହାର ପାଇଁ ଆସିବ SOP - Installation Of CCTV

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ- କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ଖଣ୍ଡଗିରି ଥାନାରେ ଉଦ୍ଧତାମିର ସବୁ ସୀମା ଟପିଲେ ମହିଳା:-

ସେହିପରି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳାଙ୍କ ଉତ୍ପାତ ସବୁ ସୀମା ଟପି ଯାଇଛି । ଏହାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଜଣକ ନିଶାସକ୍ତ ଅବସ୍ଥାରେ ଥାନାକୁ ଆସି ଆସି ସେଠାରେ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଖୋଜିବାକୁ କହିଥିଲେ । ପରେ ସେ ଥାନାରେ ବସିରହି ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଥଟ୍ଟା ପରିହାସ କରିଥିଲେ । ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ଉତ୍ପାତ କରିଥିଲେ । ଏପରିକି ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ହାତ ମାରିବାକୁ ମଧ୍ୟ ମହିଳା ଜଣକ ପଛାଇନଥିଲେ । ତଥାପି ପୋଲିସ ତାଙ୍କୁ ସହନଶୀଳତାର ସହ ବ୍ୟବହାର କରି ମହିଳା ଅଧିକାରୀଙ୍କ ଜରିଆରେ ଘରେ ଛାଡିଥିବା ଜଣାପଡିଥିଲା ।

  • କଣ କହିଲେ ଡିସିପି:

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,‘‘ ଗତ ଦୁଇଦିନ ଭିତରେ ଏଭଳି ଘଟଣା ଆମ ନଜରକୁ ଆସିଥିଲା । ଯେଉଁଠି ଜଣେ ଯୁବତୀ, ଦୁଇ ଜଣ ମହିଳା ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଥିଲେ । ଆମର ମହିଳା ସୁରକ୍ଷା ନେଇ କାମ କରୁଥିବା ‘ହର’ ଟିମ୍ ତୁରନ୍ତ ସେମାନଙ୍କ ପାଖରେ ପହଞ୍ଚିଥିଲା । ରାତି ଅଧରେ ତାଙ୍କୁ ଯତ୍ନ ସହକାରେ ହସ୍ପିଟାଲ ନେଇ ତାଙ୍କର ଉପଯୁକ୍ତ ପ୍ରଥମିକ ଚିକିତ୍ସା ଦେଇ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆମେ ମଧ୍ୟ କଡ଼ା ସୂଚନା ଦେଇଛୁ ଯଦି ଏ ପ୍ରକାର ଅବସ୍ଥାରେ କୋୖଣସି ଯୁବତୀ ବା କୋୖଣସି ବି ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ‌ ବା ଅନ୍ୟ କୋୖଣସି ସମ୍ବେଦନଶୀଳ ଭାବରେ ମିଳନ୍ତି, ତାଙ୍କୁ ଅଭିଯୋଗକାରୀ ହିସାବରେ ସମ୍ମାନ ଦେବା ।ତାଙ୍କର ଯାହା ପ୍ରଥମିକ ସେବା ଆବଶ୍ୟକ ବା ଚିକିତ୍ସା ଦେବା ପରେ ତାଙ୍କ ଅଭିଭାବକଙ୍କୁ ଯୋଗାଯୋଗ କରି ହସ୍ତାନ୍ତର କରିବା ବ୍ୟବସ୍ଥା କରିବା । ପ୍ରଥମ ଦାୟିତ୍ବ ହେଉଛି, ଆମେ ତାଙ୍କୁ ପ୍ରଥମେ କାଉନସିଲିଂ କରିବା ଓ ପରେ ଆଇନର ଯାହା ପ୍ରବଧାନ ଅଛି ସେନେଇ ପଦକ୍ଷେପ ନେବୁ ।

  • କମିଶନରେଟ ପୋଲିସର ‘HER’ ଟିମ୍

ସହରରେ ମହିଳା ସୁରକ୍ଷା ନେଇ କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ମହିଳା ସୁରକ୍ଷା ଟିମ୍ ରହିଛି । ଯାହାର ନାମ ‘HER’ ବା ‘ହାଇ ଏଫିସେନ୍ସି ରେସପନ୍ସ ଟିମ୍’ । କୌଣସି ସ୍ଥାନରେ ମହିଳାଙ୍କୁ ଦୁର୍ବ୍ୟବହାର, ଅସଦାଚରଣ ବା କୋୖଣସି ଅଶ୍ଳୀଳ ହରକତ କରାଗଲେ ବା କଲେଜ ପଢୁଆ, କର୍ମଜୀବୀ ମହିଳା ଓ ଯୁବତୀମାନେ କୌଣସି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେଲେ, ଏହି ଟିମର ସହାୟତା ଯୋଗାଇଥାଏ । ସୂଚନା ପାଇବା ମାତ୍ରେ ଏହି ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥାଏ । ପୁର୍ବରୁ ଏହି ୟୁନିଟ୍‌ ଅନେକ ରୋଡ଼ରୋମିଓଙ୍କୁ ଧରିବା ସହ ଅପ୍ରୀତିକର ପରିସ୍ଥିତିରେ ମହିଳାଙ୍କୁ ସହଯୋଗ କରିବାର ନଜିର ମଧ୍ୟ ରହିଛି । ଏଥିପାଇଁ କୌଣସି ମହିଳା 6372500400 ରେ ଯୋଗାଯୋଗ କରିପାରିବେ, କିମ୍ବା herteam.bbsr@gmail.com ରେ ମଧ୍ୟ ଯୋଗାଯୋଗ ପାଇଁ ବ୍ୟବସ୍ଥା ରହିଛି ।

  • ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା ଭରତପୁର ମାମଲା:

ଗତମାସ (ସେପ୍ଟେମ୍ବର) ୧୫ ତାରିଖରେ ଭୁବନେଶ୍ବର ଭରତପୁର ଥାନାରେ ଯେଉଁ କାଣ୍ଡ ଘଟିଥିଲା, ତାହା ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । କମିଶନରେଟ ପୋଲିସର କାର୍ଯ୍ୟଶୈଳୀକୁ ପ୍ରଶ୍ନଘେରକୁ ଟାଣିଥିଲା ଏହି ଘଟଣା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ଥାନାରେ ପହଁଞ୍ଚିବା ସେଠାରେ ପୋଲିସ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏନେଇ ପୋଲିସ ମହିଳାଜଣକ ମଦ୍ୟପାନ କରି ଥାନାରେ ଉତ୍ପାତ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ମହିଳା ଜଣକ ପୋଲିସ ବିରୋଧରେ ହାଜତ ନିର୍ଯାତନା ଅଭିଯୋଗ ଆଣିଥିଲେ । ରାଜ୍ୟ ରାଜନୀତି ମଧ୍ୟ ଏହାକୁ ନେଇ ଉଷ୍ମ ହୋଇଥିଲା । ଏବେ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.