ETV Bharat / state

ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ: ବଞ୍ଚିଛି ପରମ୍ପରା, କିନ୍ତୁ କମିଛି ଚାହିଦା, ମିଳୁନି ପାରିଶ୍ରମିକ - DIWALI 2224

ଦୀପାବଳିରେ ମାଟି ଦୀପର ସ୍ଥାନ ନେଲାଣି ଫେନସି ଓ ଇଲେଟ୍ରିକ୍‌ ଦୀପ । ତଥାପି ପରମ୍ପରାପ୍ରେମୀଙ୍କ ପାଇଁ ରହିଛି ମାଟି ଦୀପର ଆଦର । ଚାହିଦା କମିଥିବାରୁ ମିଳୁନି ପାରିଶ୍ରମିକ ।

ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ, ବଞ୍ଚିଛି ପରମ୍ପରା କିନ୍ତୁ କମିଛି ଚାହିଦା
ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ, ବଞ୍ଚିଛି ପରମ୍ପରା କିନ୍ତୁ କମିଛି ଚାହିଦା (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 12:12 PM IST

ସମ୍ବଲପୁର: ଆସିଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ବଜାରରେ ଗହଳ ଚହଳ । ବାଣ ସହ ଦୀପ କିଣିବାକୁ ଲୋକଙ୍କ ଭିଡ଼ । ତେବେ ଦୀପାବଳିରେ ଦୀପ ଜାଳିବା ପାଇଁ ପାରମ୍ପରିକ ମାଟି ନିର୍ମିତ ଦୀପ ବ୍ୟବହାରର ପ୍ରାଚୀନ ପରମ୍ପରା ରହିଛି । ପୂର୍ବରୁ କେଵଳ କୁମ୍ଭାର ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଟି ଦୀପ ହିଁ ବହୁମାତ୍ରାରେ ଦୀପାବଳିରେ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ବଜାରକୁ ଆସିଛି ଏକାଧିକ ବିକଳ୍ପ । ମାଟି ଦୀପର ସ୍ଥାନ ନେଲେଣି ଫେନସି ଓ ଇଲେକ୍ଟ୍ରିକ ଦୀପ । ଫଳରେ କୁମ୍ଭାରମାନଙ୍କ ପ୍ରସ୍ତୁତ ମାଟି ଦୀପର ଚାହିଦା ହ୍ରାସ ପାଇଛି ।

  • ଚାହିଦା ନାହିଁ, କି ବେପାର ନାହିଁ

ଏହାର ସିଧା ପ୍ରଭାବ ଏହି କୁମ୍ଭାର ସମ୍ପ୍ରଦାୟର ଜୀବନ ଓ ଜୀବିକା ଉପରେ ପଡିଛି । ପୂର୍ବରୁ ଦୀପାବଳି ସମୟ ଆସିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ ଭଲ ଦୁଇ ପଇସା ରୋଜଗାର କରୁଥିଲେ । ତେବେ ବର୍ତ୍ତମାନ ମାଟି ଦୀପର ପୂର୍ବପରି ଚାହିଦା ନଥିବା କାରଣରୁ, ସେହିଭଳି ବେପାର ମଧ୍ୟ ଆଉ ନାହିଁ । ଏହାର ଆଉ ଏକ କାରଣ ହେଉଛି କୁମ୍ଭାରମାନଙ୍କ ପାଇଁ ମାଟିର ଉପଲବ୍ଧତା ନାହିଁ । ଏହା ସହ ପୂର୍ବ ପରି ପର୍ଯ୍ୟାପ୍ତ କାଠ ମଧ୍ୟ ମିଳୁ ନାହିଁ । ତେଣୁ ମାଟି ତିଆରି ଦୀପ ପୋଡିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି କୁମ୍ଭାରମାନେ ।

ମାଟି ଦୀପ, ବଞ୍ଚିଛି ପରମ୍ପରା ଓ ପରିଚୟ ହେଲେ, କମିଛି ଚାହିଦା (ETV Bharat Odisha)
  • ପରମ୍ପରା ବଞ୍ଚିଛି, କିନ୍ତୁ ମିଳୁନି ଉଚିତ ପାରିଶ୍ରମିକ:-

ଏବେ ବଜାରରେ ମାଟି ଦୀପ ପୂର୍ବ ପରି ଦେଖିବାକୁ ମିଳୁନାହିଁ । ବଜାରରେ ମିଳୁଥିବା ଫେନସି ଦୀପ ଓ ଇଲେକ୍ଟ୍ରିକ ଦୀପର ଉପଲବ୍ଧତା ମାଟି ଦୀପର ଚାହିଦାକୁ ହ୍ରାସ କରିଛି । ତେବେ କିଛି କୁମ୍ଭାର ସମାଜର ଲୋକେ ଏବେ ମଧ୍ୟ ଦୀପାବଳିରେ ମାଟି ଦୀପ ତିଆରି କରୁଛନ୍ତି । କ୍ଷତି ହେଲେ ମଧ୍ୟ ନିଜର ପରମ୍ପରାକୁ ବଞ୍ଚେଇ ରଖିବାକୁ କିଛି କୁମ୍ଭାର ସମାଜର ଲୋକେ ବହୁ କଷ୍ଟରେ ଦୀପ ତିଆରି କରିବା ଜାରି ରଖିଛନ୍ତି । ଦୀପ ପାଇଁ ବ୍ୟବହାର ହେଉଥିବା ସ୍ୱତନ୍ତ୍ର ମାଟି, ଝାଟି, କାଠ, ପାଳ (ନଡା)କୁ ବହୁ ଦୂରକୁ ଯାଇ ସଂଗ୍ରହ କରି ଆଣି ଏହି ମାଟି ଦୀପ ତିଆରି ହେଉଛି । ତେବେ ପରିଶ୍ରମକୁ ଦେଖିଲେ ଦୀପରେ ଲାଭ ମିଳୁନଥିବା ଦୀପ କାରିଗର କୁହନ୍ତି ।

ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ, ବଞ୍ଚିଛି ପରମ୍ପରା କିନ୍ତୁ କମିଛି ଚାହିଦା
ଦୀପାବଳି ଆସିଲେ ଖୋଜାପଡେ ମାଟି ଦୀପ, ବଞ୍ଚିଛି ପରମ୍ପରା କିନ୍ତୁ କମିଛି ଚାହିଦା (ETV Bharat Odisha)
ମାଟି ଦୀପ, ବଞ୍ଚିଛି ପରମ୍ପରା ଓ ପରିଚୟ ହେଲେ, କମିଛି ଚାହିଦା

  • ମିଳୁନି କଞ୍ଚାମାଲ, ମିଳୁନି ଉଚିତ ମୂଲ୍ୟ !

ସମ୍ବଲପୁରର ଜଣେ ଦୀପ କାରିଗର ଅଶୋକ ରଣା କୁହନ୍ତି,"ଏବେ ସବୁ କିଛି ମହଙ୍ଗା ହୋଇଗଲାଣି, ମାଟି ମିଳୁ ନାହିଁ କି କାଠ, ଝାଟି ବି ମିଳୁନାହିଁ । ଆଉ ବର୍ତ୍ତମାନ ଗୋଟିଏ ଦୀପକୁ 2 ଟଙ୍କା କହିଲେ ଲୋକେ ନା କହୁଛନ୍ତି । ପରିଶ୍ରମକୁ ଦେଖିଲେ ଦୀପରେ କିଛି ଲାଭ ମିଳୁନାହିଁ । ମାଟି ଝାରମୁଣ୍ଡାରୁ ଆସୁଛି, ଝାଟି ମିଳିଲେ ମିଳୁଛି ନହେଲେ ନାହିଁ । ପାଳ (ନଡା)ବିଡା 10 ଟଙ୍କା । ଆମକୁ ଏହା ଯଥେଷ୍ଟ ନହେଲେ ମଧ୍ୟ କରିବାକୁ ବାଧ୍ୟ ହେଉଛୁ । ’’

  • ତଥାପି ବଞ୍ଚିଛି ମାଟି ଦୀପର ପରମ୍ପରା

ଅନ୍ୟପଟେ, ଏବେ ବି ଦୀପାବଳି ଆସିଲେ ବହୁ ପରମ୍ପରାପ୍ରେମୀଙ୍କ ପ୍ରଥମ ପସନ୍ଦ ହେଉଛି ପାରମ୍ପରିକ ମାଟି ଦୀପ । ପରମ୍ପରାରେ ବିଶ୍ବାସ କୁରଥିବା ଲୋକେ ବର୍ତ୍ତମାନ ବଜାରରେ ମୁଳୁଥିବା ଫେନସି କି ଇଲେକ୍ଟ୍ରିକ ଦୀପ ବ୍ୟବହାର କରିବାକୁ ପସନ୍ଦ କରୁନାହାଁନ୍ତି । ସେମାନଙ୍କ କହିବା କଥା ହେଲା ଏହି ପାରମ୍ପରିକ ମାଟି ଦୀପରେ ଯେଉଁ ଦୀପ ଶିଖା ବାହାରି ଥାଏ ଅନ୍ୟ କୌଣସି ଫେନସି ଦୀପରେ ସେମିତି ଶିଖା ବାହାରି ନଥାଏ ।

ଏହା ମଧ୍ୟ ପଢନ୍ତୁ :- ଟ୍ରେନ୍‌ ସିଟ ତଳେ ଥିଲା 15 ପ୍ୟାକେଟ୍‌ ଗୁଳି, ପୁରୀ ରେଳ ଷ୍ଟେସନରୁ ଜବତ କଲା ପୋଲିସ

ଏହା ମଧ୍ୟ ପଢନ୍ତୁ :- କାହିଁକି ପାଳନ ହୁଏ ଦୀପାବଳି, କ’ଣ ରହିଛି ପୌରାଣିକ କିମ୍ବଦନ୍ତୀ ?

ଏହା ମଧ୍ୟ ପଢନ୍ତୁୃ-ଦୀପାବଳି ସତର୍କତା, ଫୁଟାନ୍ତୁ ଇକୋ ଫ୍ରେଣ୍ଡଲି ବାଣ, ଆଖିରେ ଆଘାତ ଲାଗିଲେ କଣ କରିବେ ?

ଏହା ମଧ୍ୟ ପଢନ୍ତୁ-ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ଼ଲାଇନ, ଏହି ସମୟରେ ଫୁଟାଇ ପାରିବେନି ବାଣ

ସମ୍ବଲପୁର ସହରର ପଟ୍ଟନାୟକ ପଡାର ବାସିନ୍ଦା ଅଞ୍ଜଳି ସାହୁ ଏହି ପାରମ୍ପରିକ ମାଟି ଦୀପ ନେଇ କୁହନ୍ତି,"ମାଟି ଦୀପର ଚାହିଦା ପୂର୍ବ ପରି ଏବେ ମଧ୍ୟ ରହିଛି । ବଜାରରେ ମିଳୁଥିବା ଅନ୍ୟ ଦୀପରେ ଯେତେ ଟେକନୋଲୋଜି ଥିଲେ ମଧ୍ୟ ତାହା ମାଟିଦୀପ ପରି ହୋଇପାରିବନାହିଁ । ଯଦିବି ଅନ୍ୟ ସାମଗ୍ରୀ ବଜାରରେ ମିଳୁଛି, ତଥାପି ଆଜି ମଧ୍ୟ ଲୋକେ ମାଟି ଦୀପ ବ୍ୟବହାର କରୁଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.