ETV Bharat / state

ପ୍ରତିଶ୍ରୁତିରୁ ପାସୋରି ଗଲା ପ୍ରଶାସନ ! ଦୁର୍ଦ୍ଦିନରେ ସୁକତେଲ ବିସ୍ଥାପିତ - ସୁକତେଲ ପ୍ରକଳ୍ପ ବିସ୍ଥାପିତ

Suktel Displaced people continue to struggle for basic need: ବଲାଙ୍ଗୀର ସୁକତେଲ ପ୍ରକଳ୍ପ ପାଇଁ ଭିଟା ମାଟି ଛାଡିଥିବା ବିସ୍ଥାପିତମାନେ ଏବେ ଦୁର୍ଦ୍ଦିନରେ । ବିଜୁଳି, ରାସ୍ତା, ପାନୀୟ ମୌଳିକ ସୁବିଧାରୁ ବଞ୍ଚିତ ଏମାନେ । କେବେ ନେତା, ପ୍ରଶାସନ ସେମାନଙ୍କର ପ୍ରତିଶୃତି ପୂରଣ କରିବେ ତାକୁ ଅନେଇ ବସିଛନ୍ତି ବିସ୍ଥାପିତ । ଦେଖନ୍ତୁ ସ୍ୱତନ୍ତ୍ର ରିପୋର୍ଟ

Suktel Displaced struggle
ପ୍ରତିଶ୍ରୁତିରୁ ପାସୋରି ଗଲା ପ୍ରଶାସନ
author img

By ETV Bharat Odisha Team

Published : Jan 24, 2024, 8:53 PM IST

ପ୍ରତିଶ୍ରୁତିରୁ ପାସୋରି ଗଲା ପ୍ରଶାସନ

ବଲାଙ୍ଗୀର: ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଗତ ଜାନୁଆୟାରୀ 3 ତାରିଖ ଉଦଘାଟିତ ହୋଇଯାଇଛି । ଏହି ପ୍ରକଳ୍ପ ଉଦଘାଟନ ପରେ ବଲାଙ୍ଗୀରବାସୀଙ୍କ ସ୍ୱପ୍ନ ସତ ହେଲା ବୋଲି କୁହାଯାଉଛି। ହେଲେ ଏହି ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଛାଡି ସର୍ବସ୍ୱ ହରାଇଥିବା ବିସ୍ଥାପିତଙ୍କ କିନ୍ତୁ ଦୁଃଖ ଦୁର୍ଦଶା କିନ୍ତୁ ବଢିଯାଇଛି । ରାସ୍ତା, ବିଦ୍ୟୁତ, ଜଳ ଭଳି ମୌଳିକ ଆବଶ୍ୟକତା ବି ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ନେତା, ଅଧିକାରୀର ତଥା ସରକାରଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ସରକାର ପ୍ରତିଶ୍ରୁତି ଦେଇ ପାସୋରି ଗଲେ ବୋଲି କହୁଛନ୍ତି ବିସ୍ଥାପିତମାନେ ।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ 23 ବର୍ଷ ଧରି ଲାଗି ରହିଥିଲା ବାଦ ବିବାଦ । ପ୍ରକଳ୍ପର ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା ବିସ୍ଥାପିତଙ୍କ ସମସ୍ୟା । ତେବେ ଏଥିରେ ବିସ୍ଥାପିତ ହେବାକୁ ଥିବା 29 ଖଣ୍ଡ ଗାଁର ଲୋକେ ଏହାକୁ ପ୍ରଥମରୁ ବିରୋଧ କରି ଆସୁଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଉଚିତ ଥଇଥାନର ପ୍ରତିଶ୍ରୁତି ମିଳିବା ପରେ ଗୋଟିଏ ପରେ ଗୋଟିଏ ଗାଁ ଏଥିରେ ରାଜି ହୋଇଥିଲେ । ଏହାର କାମ ଚାରି ବର୍ଷ ତଳେ ଗତିଶୀଳ ହୋଇଥିଲା । ଏହିକ୍ରମରେ 12 ହଜାରରୁ ଉର୍ଦ୍ଧ୍ୱ ପରିବାର ନିଜ ବର୍ଷ ବର୍ଷର ଭିଟା ମାଟି ଛାଡି ଥିଲେ । ତେବେ ପ୍ରତିଶ୍ରୁତି ଅନୁସାରେ ସେମାନଙ୍କ ଆଶା ଥିଲା ସରକାର ଓ ପ୍ରଶାସନ ସେମାନଙ୍କର ଉଚିତ ଥଇଥାନ କରିବେ । ହେଲେ ଏହି ପ୍ରତିଶ୍ରୁତି ଏବେବି ପ୍ରତିଶ୍ରୁତିରେ ରହିଯାଇଛି । ଥଇଥାନ ତ ଦୂରର କଥା ଅନେକ ବିସ୍ଥାପିତ କ୍ଷତିପୂରଣ ଟଙ୍କା ପାଇନଥିବାର ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଲୋୟର ଶୁକତେଲ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସର୍ବସାଧାରଣ ସୁବିଧା ଦୃଷ୍ଟିରୁ ପ୍ରକଳ୍ପ ପାଇଁ ଭିଟାମାଟି ଛାଡି ନିଜ ଜୀବିକା ହରାଇ ଅନ୍ୟତ୍ର ଥଇଥାନ ହୋଇଛନ୍ତି ବିସ୍ଥାପିତ ମାନେ । ହେଲେ ମାସ ମାସ ବିତିଯାଇଥିଲେ ସୁଦ୍ଧା ସେମାନେ କୌଣସି ମୌଳିକ ସୁବିଧା ପାଇ ପାରିନାହାନ୍ତି । ନା ସେମାନଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି ନା ସେହି ଗାଁକୁ ପକ୍କା ରାସ୍ତା ଅଛି । ପିଇବା ପାଣିର ମଧ୍ୟ କୌଣସି ସୁବିଧା ଏଯାଏଁ ତାଙ୍କୁ ଯୋଗାଇ ଦିଆ ଯାଇ ନାହିଁ । ତେବେ ସରକାର ନେତା ପ୍ରଶାସନ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେମାନଙ୍କ ଅସୁବିଧା କଥା କେହି ଶୁଣୁ ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ସେହିପରି ସରକାର ଦେଇଥିବା ଆବାସ କଲୋନୀ ଏଯାଏଁ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସ୍କୁଲ କଲେଜ ଓ ଡାକ୍ତରଖାନା ତଥା ଅନ୍ୟାନ୍ୟ ସୁବିଧା ପାଇଁ ଏମାନେ ଅନ୍ୟତ୍ର ବଡ ଗାଁ ପାଖରେ ରହିବାର ନିଷ୍ପତ୍ତି ନେଇଥିଲେ । ହେଲେ କେହି ତାଙ୍କ କଥା କିମ୍ବା ଗୁହାରି ଶୁଣୁନ ଥିବାର ଏମାନେ କହିଛନ୍ତି । ଏପରିକି ସେମାନେ ପ୍ରଶାସନ, ନେତା ବିଧାୟକ ସମସ୍ତଙ୍କୁ ବାରମ୍ବାର ଏହି ସବୁ ସମସ୍ୟା ଜଣାଇ ଥିଲେ ମଧ୍ୟ ଏବେ ବି ନିରାଶ ଅଛନ୍ତି ।

ବିସ୍ଥାପିତ ଅମର ନାୟକଙ୍କ କହିବାନୁଯାୟୀ, "ରାସ୍ତା, ବିଦ୍ୟୁତ, ପାଣି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି କରି ଆସିଲେ ମଧ୍ୟ କେହି ଶୁଣୁନାହାନ୍ତି । ପ୍ରତିଶ୍ରୁତି ଦେଇ ସରକାର ପାସୋରି ଗଲେ ।"

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.