ETV Bharat / state

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ଓ 5 ଥରର ବିଧାୟକ ଧନେଶ୍ୱର ମାଝୀ - Dhaneswar Majhi Joins BJP

Dhaneswar Majhi Joins BJP: ଶଙ୍ଖ ଛାଡି ପୁଣି ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା 5 ଥରର ବିଧାୟକ ଧନେଶ୍ୱର ମାଝୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 30, 2024, 10:28 AM IST

Dhaneswar Majhi Joins BJP
Dhaneswar Majhi Joins BJP
Dhaneswar majhi

ଭୁବନେଶ୍ୱର: ଘର ବାହୁଡିଲେ ଧନେଶ୍ୱର ମାଝୀ । ଶଙ୍ଖ ଛାଡି ପୁଣି ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା 5 ଥରର ବିଧାୟକ ଧନେଶ୍ୱର ମାଝୀ । ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ବିଜେଡି ଛାଡିଥିଲେ । ମୋଦିଙ୍କ ଉପରେ ଲୋକଙ୍କ ଆସ୍ଥା ବଢୁଥିବାରୁ ସେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ଦଳ ଡିଆଁ ମଧ୍ୟ ସେତେ ଅଧିକ ଦେଖିବାକୁ ମିଳିଛି । ପୂର୍ବତନ ରାଜ୍ୟସଭା ସାଂସଦ ଏବଂ କେସିଙ୍ଗା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ୫ ଥରର ବିଧାୟକ ଧନେଶ୍ୱର ମାଝୀ ଶୁକ୍ରବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଓଡିଶାର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ ଥିବା ବେଳେ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ତେଣୁ ଏହି ଆସ୍ଥା ଓ ଗ୍ୟାରେଣ୍ଟିକୁ ନେଇ ବିଜେପିରେ ମିଶିଥିବା କହିଛନ୍ତି ଧନେଶ୍ୱର ମାଝୀ ।

ଏହାମଧ୍ୟ ପଢନ୍ତୁ.. ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେପି ଛାଡ଼ି ବିଜେଡିରେ ମଶିଲେ ଶତାଧିକ କର୍ମୀ - BJD JOINING PROGRAM

ସେ ଆଉମଧ୍ୟ କହିଛନ୍ତି, "ରାଜ୍ୟର ବିକାଶରେ ବଡ ବାଧକ ସାଜିଛି ବିଜେଡି । ବିଜେଡିରେ ଗଣତନ୍ତ୍ର ସଂପୂର୍ଣ୍ଣ ଧ୍ୱଂସ ପାଇଛି । ବିଜେଡି ଟଙ୍କା ରାଜନୀତି କରି ଟିକେଟ ଦେଉଥିବା ବେଳେ ମୁଁ ସେ ଦଳ ଛାଡ଼ି ବିଜେପିରେ ମିଶିଛି । ଏହା ମୋର ପୁରୁଣା ଦଳ ତେଣୁ ମୁଁ ପୁଣି ମୋ ଘରକୁ ପ୍ରତ୍ୟାବର୍ତ୍ତନ କରିଛି ।" ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୂଚନା ଯୋଗ୍ୟ, ଧନେଶ୍ୱର ମାଝୀ କଳାହାଣ୍ଡି ଜିଲ୍ଲା ନର୍ଲା ଓ କେସିଙ୍ଗାରୁ 5 ଥର ବିଧାୟକ ହୋଇଛନ୍ତି । ସେ 1971, 1974, 2000, 2004 ଓ 2024ରେ ବିଧାନସଭା ନିର୍ବାଚନରେ କେସିଙ୍ଗା ଓ ନର୍ଲା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.