ETV Bharat / state

ଶ୍ରୀ ବଳଦେବଜୀଉଙ୍କ ସୁନାବେଶ, ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ - Baladevjew Suna Besha

author img

By ETV Bharat Odisha Team

Published : Jul 17, 2024, 6:21 PM IST

Suna Besha Of Lord Baladevjew: କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ସୁନାବେଶ । ପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ । ଅଧିକ ପଢ଼ନ୍ତୁ

Suna Besha Of Lord Baladevjew
Suna Besha Of Lord Baladevjew (ETV Bharat Odisha)

କେନ୍ଦୁଝର: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେଉଛି । ଏନେଇ ବିଶ୍ଵର ସର୍ବ ବୃହତ୍ ରଥ କେନ୍ଦୁଝରର ନନ୍ଦିଘୋଷ ରଥ ଉପରେ ତିନି ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ଆଜି ପାଗ ଅନୁକୂଳ ଥିବାରୁ ଜିଲ୍ଲାର ଆରାଧ୍ୟା ଦେବତା ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।

ବିଶ୍ଵର ସର୍ବବୃହତ ରଥ ତଥା ବିଶ୍ବପ୍ରସିଦ୍ଧ କେନ୍ଦୁଝର ରଥଯାତ୍ରା । ମାଉସୀ ମା" ଘରୁ ଫେରିଛନ୍ତି 3 ଠାକୁର । ଆଜି ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର, ଦେବୀ ଶୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଏକ ସଙ୍ଗେ ସୁନାବେଶକୁ ଭକ୍ତମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ ନିଆରା । କେନ୍ଦୁଝରର ଏହି ସୁନାବେଶରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି ୭୫୦ ଗ୍ରାମ ଓଜନର ସୁନା ଓ ୩୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । ଆଜି ଅପରାହ୍ନରେ ପାଗ ଅନୁକୂଳ ଥିବା ବେଳେ ଆକାଶ ମେଘୁଆ ସହ ମଝିରେ ମଝିରେ ଖରା ହେଉ ଥିବାରୁ ଏହି ସୁନା ବେଶ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ମହଣ ମହଣ ସୁନାରେ ଝଟକିବେ ସୁନାଠାକୁର; ସନ୍ଧ୍ୟା ୫ଟାରୁ ଦର୍ଶନ ଆରମ୍ଭ, ଜାଣନ୍ତୁ କାହିଁକି ରଥ ଉପରେ ହୁଏ ସୁନାବେଶ ? - Suna Besha Of Lord Jagannath

ପୂର୍ବାହ୍ନ ୧୨ଟା ସମୟରେ ଉପଜିଲ୍ଲାପାଳଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀରୁ ତିନି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ରଥ ଉପରକୁ ନିଆଯାଇ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇଥିଲା । ଦିନ ୩ଟା ପରଠାରୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଆରମ୍ଭ ହୋଇଥିବା ବେଳେ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଛି । ସିସିଟିଭି ବଳୟରେ ରଥକୁ ରଖା ଯାଇଛି । ବ୍ୟାରିକେଡ଼ କରାଯାଇ ଧାଡିରେ ଭକ୍ତମାନଙ୍କୁ ସୁନାବେଶ ଦର୍ଶନର ସୁଯୋଗ ଦିଆଯାଉଛି । ଆସନ୍ତାକାଲି ରଥ ଉପରେ ତିନି ଠାକୁର ରହିବାକୁ ଥିବା ବେଳେ ଶୁକ୍ରବାର ଅଧରପଣା ପରେ ରତ୍ନବେଦୀକୁ ଫେରିବେ ବୋଲି ଜଣାପଡିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.