ETV Bharat / state

ଚିନ୍ତା ବଢ଼ାଇପାରେ ଡେଙ୍ଗୁ ଓ ମ୍ୟାଲେରିଆ, ସ୍ବାସ୍ଥ୍ୟ ବିଭାଗର ସତର୍କତା - Dengue and Malaria Precautionary - DENGUE AND MALARIA PRECAUTIONARY

How Can Prevent Dengue and Malaria: ଲୋକମାନେ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ କେଉଁ ସାବଧାନତା ଅବଲମ୍ବନ କରିପାରିବେ ଏ ବାବଦରେ ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ । ପଢନ୍ତୁ ଏହି ରିପୋର୍ଟ

How Can Prevent Dengue and Malaria
How Can Prevent Dengue and Malaria (ETV Bharat Odisha)
author img

By ETV Bharat Odisha Team

Published : May 27, 2024, 8:36 PM IST

ଭୁବନେଶ୍ବର: ବର୍ଷା ଦିନ ପୂର୍ବରୁ ବିଭିନ୍ନ ରୋଗକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ବିଶେଷ ଭାବରେ ମ୍ୟାଲେରିଆ ଓ ଡେଙ୍ଗୁକୁ ନେଇ ବିଭାଗ ପକ୍ଷରୁ ସଚେତନତା କରାଯାଉଛି । ସଠିକ ସମୟରେ ଓ ସଠିକ ଭାବେ ମ୍ୟାଲେରିଆ ରୋଗୀଙ୍କର ଚିକିତ୍ସା କରା ନଗଲେ ରୋଗୀର ମସ୍ତିଷ୍କ, କିଡନୀ, ଯକୃତ ତଥା ଅନ୍ୟାନ୍ୟ ମୁଖ୍ୟ ଅଙ୍ଗ ଉପରେ କୁପ୍ରଭାବ ପକାଇଥାଏ । ମ୍ୟାଲେରିଆ ନିରାକରଣ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି ବିଭାଗ । ସଚେତନତା ସାଙ୍ଗକୁ ମାଗଣା ଔଷଧ ଓ ମଶାରି ବଣ୍ଟନ କାର୍ଯ୍ୟ ଜାରି ରହିଛି ସ୍ୱାସ୍ଥ୍ୟ ବିଭାଗ ।

ବିଶେଷ ଭାବରେ ଶୀତ, କମ୍ପ ସହିତ ଜ୍ବର ହେବା, ବାତ ମାରିବା, ବାନ୍ତି ହେବା ସାଙ୍ଗକୁ ମୁଣ୍ଡ ବିନ୍ଧିବା ଏସବୁ ମ୍ୟାଲେରିଆର ଲକ୍ଷଣ ଅଟେ । ଏଭଳି ଲକ୍ଷଣ ଦେଖା‌ଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରି ମ୍ୟାଲେରିଆ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ସେହିପରି ଗର୍ଭାବସ୍ଥାରେ ମ୍ୟାଲେରିଆର ଠିକ ଚିକିତ୍ସା କରାନଗଲେ ଗର୍ଭପାତ ହେବା ସହିତ ମୃତ ପିଲା ଜନ୍ମ ଓ ପ୍ରସବ ଆଗରୁ ଜନ୍ମ ହେବା ସମସ୍ୟା ଦେଖାଦେଇଥାଏ ।

ଗତ ୧୦ ବର୍ଷର ବିବରଣୀ ଅନୁସାରେ ରାଜ୍ୟରେ ଏବେ ମ୍ୟାଲେରିଆ ସ୍ଥିତିରେ ସୁଧାର ଆସିଛି । ୨୦୧୪ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୭ କୋଟି ୧ ଲକ୍ଷ ୪ ହଜାର ୨୧୪ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୧୮ ଲକ୍ଷ୍ୟ ୬୩ ହଜାର ୪୦୮ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ମ୍ୟାଲେରିଆ ଜନିତ ମୃତ୍ୟୁ ୩୧୩ ରହିଛି । ସେହିପରି ୨୦୧୮ରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲାଗିପାରିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ସେହିପରି ୨୦୨୭ ସୁଦ୍ଧା ମ୍ୟାଲେରିଆ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଏବେ ଅଧିକ ପରୀକ୍ଷଣକୁ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ଅଧିକ ସଂଖ୍ୟାରେ ଚିହ୍ନଟ ହେଲେ ତାଙ୍କର ଚିକିତ୍ସା ହୋଇ ପାରିବ ଏବଂ ସମ୍ପୃକ୍ତ ଅଞ୍ଚଳ ମ୍ୟାଲେରିଆ ମୁକ୍ତ ହୋଇପାରିବ ।

ରାଜ୍ୟର ୭ଟି ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି, ବୌଦ୍ଧ ଏବଂ ମାଲକାନଗିରିରେ ସର୍ବାଧିକ ମ୍ୟାଲେରିଆ ପ୍ରବଣ ଭାବେ ଆଗରେ ରହିଛି । ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି । ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ନିଧି ମଉସା ରଥ ମଧ୍ୟ ଏଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସେହିପରି ଭାବରେ ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି । ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଜାରି ରହିଛି । ଏପଟେ ରାଜ୍ୟରେ ମ୍ୟାଲେରିଆ ଭାର ହ୍ରାସ କରିବାରେ ରାଜ୍ୟ ଦ୍ୱାରା ନିଆଯାଉଥିବା ପ୍ରୟାସକୁ ବଜାୟ ରଖିବା ପାଇଁ ଓଡିଶା ରାଜ୍ୟକୁ ତୁରନ୍ତ ୧.୫୬ କୋଟି ଔଷଧୀୟ ମଶାରୀ LLIN ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଯାହା ଫଳରେ ଲକ୍ଷ୍ୟ ଅନୁଯାୟୀ ଅନେକ ଜିଲ୍ଲାରେ ମ୍ୟାଲେରିଆ ମୁକ୍ତ ହୋଇପାରିବେ । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ନେଇ ଆଶା କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ..ଚିନ୍ତା ବଢାଇପାରେ ଡେଙ୍ଗୁ, ଜିଲ୍ଲା ଗୁଡିକୁ ଆଗୁଆ ସତର୍କ ସୂଚନା - Dengue Related Precautionary

ଅନ୍ୟପଟେ ଡେଙ୍ଗୁ ଥରେ ହୋଇ ପୁଣି ଥରେ ହେଲେ ଏହା ଅଧିକ ବିପଦ ଜନକ ହୋଇପାରେ । ଆଣ୍ଠୁଗଣ୍ଠି ବିନ୍ଧିବା, ପାଟି କିମ୍ବା ନାକରୁ ରକ୍ତ ବାହାରିବା, ଜ୍ବର ସହ ମୁଣ୍ଡ ବିନ୍ଧା ଓ ବାନ୍ତି ହେବା ଏବଂ ଭୋକ ନଲାଗିବା, ପ୍ଲେଟଲେଟ କମିଯିବା ଏସବୁ ଡେଙ୍ଗୁର ଲକ୍ଷଣ । ଯଦି ଏଭଳି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ପରୀକ୍ଷା କରାଇବା ଉଚିତ୍ ।

ବିଶେଷ ଭାବରେ ରାଜ୍ୟରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ ଅଣାୟତ୍ତ ହୋଇଥାଏ । ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ଠିକ୍‌ ସମୟରେ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ୨୦୨୪ ଏପ୍ରିଲ ସୁଦ୍ଧା ୧୭୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏବେ ରାଜ୍ୟର ପୁରୀ, ଖୋର୍ଦ୍ଧା, ବାଲେଶ୍ବର, କଟକ ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ସମସ୍ତ ଜିଲ୍ଲା ଉପରେ ସ୍ବାସ୍ଥ୍ୟ ବିଭାଗ କଡା ନଜର ରଖିଛି । ରାଜ୍ୟରେ ୪୦ଟି ସରକାରୀ ହସ୍ପିଟାଲର ପରୀକ୍ଷା କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଯାଉଛି । ଆବଶ୍ୟକ ପଡ଼ିଲେ ଅଧିକ ସଂକ୍ରମିତ ସ୍ଥାନରେ ଅଧିକ ପରୀକ୍ଷଣ କେନ୍ଦ୍ର କରାଯିବ । ବିଶେଷ ଭାବରେ ଶିଶୁ, ଗର୍ଭବତୀ ଏବଂ ବୟୋବୃଦ୍ଧ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଡେଙ୍ଗୁର ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.