ETV Bharat / state

DANA LANDFALL LIVE UPDATES: ଲ୍ୟାଣ୍ଡଫଲ ପରେ ବାତ୍ୟା 'ଦାନା'ର ତାଣ୍ଡବ, ସ୍ଥିତି ସମୀକ୍ଷା କରୁଛନ୍ତି ସିଏମ୍‌, ବିମାନ ସେବା ଆରମ୍ଭ

cyclone dana
cyclone dana (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

Updated : 53 minutes ago

କେନ୍ଦ୍ରାପଡା: ଉଗ୍ରରୂପ ଧାରଣ କରି ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା 'ଦାନା' । ଭିତରକନିକାର ହାବେଳିଖାଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିବା ବେଳେ ଏବେବି ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଛି । ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ 100ରୁ 110 କିଲୋମିଟର ରହିଥିଲା । ଏବେବି ପବନର ବେଗ ଘଣ୍ଟାପ୍ରତି ସମାନ ରହିଛି । କେନ୍ଦ୍ରାପଡାରେ ତୁହାକୁ କୁହା ବର୍ଷା ଜାରି ରହିଛି । ସମୁଦ୍ରରେ 10 ଫୁଟ ଉପରକୁ ଜୁଆର ଉଠୁଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି ।

LIVE FEED

8:49 AM, 25 Oct 2024 (IST)

ଥମିଲା ବାତ୍ୟା ଦାନା, ସଚଳ ହେଲା ବିମାନ ସେବା

ଭୁବନେଶ୍ବର: ବାତ୍ୟା ଦାନା ଯୋଗୁ ବନ୍ଦ ଥିବା ବିମାନ ସେବା ଆଜି ଆରମ୍ଭ ହୋଇଛି । ଗତକାଲି ୫ଟା ଠାରୁ ସକାଳ ୯ ପର୍ଯ୍ୟନ୍ତ ବନ୍ଦ ଥିଲା ସେବା । କିନ୍ତୁ ଏକ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ବିମାନ ସେବା । ଏନେଇ ସୂଚନା ଦେଇଛନ୍ତି ଏୟାର ପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ବାତ୍ୟା ପାଇଁ ୪୦ ବିମାନ ପ୍ରଭାବିତ ହୋଇଥିଲା । ବିମାନ ସେବା ବନ୍ଦ ରହିବା ଦ୍ବାରା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କୌଣସି ବିମାନ ଉଡାଣ କରିପାରିନଥିଲା କି ଅବତରଣ କରିପାରି ନଥିଲା । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମନ୍ତ୍ରାଣାଳୟ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିଲେ ।

cyclone dana
cyclone dana (ETV BHARAT ODISHA)

8:49 AM, 25 Oct 2024 (IST)

ବାତ୍ୟା ପରର ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସକାଳୁ ସକାଳୁ ବାତ୍ୟା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । SRCଙ୍କ କାର୍ଯ୍ୟାଳରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ରାଜସ୍ବ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହିଛନ୍ତି ।

cyclone dana
cyclone dana (ETV BHARAT ODISHA)

8:11 AM, 25 Oct 2024 (IST)

ବଗପାଟିଆରେ ପଶିଲା ସମୁଦ୍ର ପାଣି

କେନ୍ଦ୍ରାପଡା: ହାବେଳିଖଟିରେ ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସାତଭାୟା ନିକଟ ଏହି ସ୍ଥାନରେ ଦାନା ଲ୍ୟାଣ୍ଡଫଲ କରିଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ରାଜନଗର ବ୍ଲକର ୧୮ଟି ପଞ୍ଚାୟତ। ବଗପାଟିଆରେ ପଶିଲା ସମୁଦ୍ର ଜୁଆର ପାଣି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ସାତଭାୟାରୁ ଆସି ବଗପାଟିଆରେ ଥଇଥାନ ହୋଇଥିବା ବ୍ୟକ୍ତିମାନଙ୍କର ଦୁଃଖ ଦ୍ବିଗୁଣିତ ହୋଇଛି। ମଗରକନ୍ଦା ଗାଁ ଓ ସାତଭାୟା ଗାଁରୁ ଥଇଥାନ ହୋଇ ଥିଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ। ଗତକାଲି ମଧ୍ୟରାତ୍ରରେ ବାତ୍ୟା ଦାନା ପ୍ରଭାବରେ ବଗପାଟିଆରେ ସମୁଦ୍ର ପାଣି ପଶିବାରୁ ଥଇଥାନ ସ୍ଥଳୀର ୫୭୧ ପରିବାର ଏବେ ପାଣି ଘେରରେ ।

cyclone dan
cyclone dana (ETV BHARAT ODISHA)

8:05 AM, 25 Oct 2024 (IST)

ବାତ୍ୟା ଦାନାକୁ ନେଇ ଖୋର୍ଦ୍ଧାରେ ବ୍ୟାପକ ପ୍ରସ୍ତୁତି

ଖୋର୍ଦ୍ଧା: ବାତ୍ୟା ଦାନାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳିଆ ଅଞ୍ଚଳରେ ବସବାସ କରୁଥିବା ୮୫୨ ଜଣ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା , ଜଟଣୀ , ଟାଙ୍ଗୀ , ବେଗୁନିଆ , ଚିଲିକା ଏବଂ ବାଲିଅନ୍ତା ବ୍ଳକରେ ଗୋଟିଏ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୧୭୨ ଆସନ୍ନ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ୮ ଜଣ ପ୍ରସବକାଳୀନ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଚିଲିକା ତଟବର୍ତ୍ତୀ ବାଲୁଗାଁ ଏନଏସି ଅନ୍ତର୍ଗତ ୧ , ୨ ଓ ୩ ନମ୍ବର ୱାର୍ଡର ୧୮ ଜଣ ବିପନ୍ନଙ୍କୁ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ବ୍ଳକର ୪୦୫ , ବାଲିଅନ୍ତା ବ୍ଳକର ୪୦୫, ବେଗୁନିଆ ବ୍ଲକର ୨୨ ଏବଂ ବାଣପୁର ବ୍ଳକର ୨୦ ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାବ୍ୟାପୀ ୯୩ ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ୫୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ସହ ୩୭୯ ଗୋଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇ ପ୍ରସ୍ତୁତ ଅଛି ।

cyclone
cyclone dana (ETV BHARAT ODISHA)

7:20 AM, 25 Oct 2024 (IST)

ଯାଜପୁରରେ ବାତ୍ୟାର ପ୍ରଭାବ

ଯାଜପୁର: ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ଯାଜପୁରରେ ସାମାନ୍ୟ ବର୍ଷା ହୋଇଛି । କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡିଛି । ଗତକାଲି ଠାରୁ ବାତ୍ୟାର ପ୍ରଭାବରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ 614ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ବେଳେ ରାତି ସୁଦ୍ଧା 33 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାସ୍ତର କରାଯାଇଛି ।

cyclone dana
cyclone dana (ETV BHARAT ODISHA)

7:19 AM, 25 Oct 2024 (IST)

କେନ୍ଦ୍ରାପଡା ଓ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି

କେନ୍ଦ୍ରାପଡା: ଲ୍ୟାଣ୍ଡଫଲ ସମୟରେ କ୍ଷତି ଘଟାଇଲା ଦାନା । କେନ୍ଦ୍ରାପଡା ଓ ଭଦ୍ରକରେ ବ୍ୟାପକ କ୍ଷୟକ୍ଷତି । ଗଛ ଉପୁଡିବା ସହ ଅଶାନ୍ତ ହେଲା ସମୁଦ୍ର । ଭିତରକନିକା ଆଡକୁ ମାଡି ଆସିଲା ସମୁଦ୍ର । ପବନର ବେଗରେ ଗଛ ଭାଙ୍ଗିବା ସହ ଉଡିଲା ଘରର ଆଜିବେଷ୍ଟ ।

cyclone dana
cyclone dana (ETV BHARAT ODISHA)

6:53 AM, 25 Oct 2024 (IST)

ଉପକୂଳ ଓଡ଼ିଶାରେ ଛେଚୁଛି ବର୍ଷା

ଲ୍ୟାଣ୍ଡଫଲ ସମୟରେ ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ସୁସୁ ପବନ ବହିଥିଲା । ତାହା ଏବେ ମଧ୍ୟ ଜାରି ରହିଛି । ବାଲେଶ୍ୱର 42.8, ଚାନ୍ଦବାଲି 131.6 ଓ ପାରାଦ୍ବୀପରେ 58.3, ଭୁବନେଶ୍ୱର 19.4 ଓ ପୁରୀରେ 18.4 ମିମି ବର୍ଷା ରେକର୍ଡ କରାଯାଇଛି ।

6:52 AM, 25 Oct 2024 (IST)

ଉତ୍ତର-ଉତ୍ତର-ପଶ୍ଚିମକୁ ଗତି କରୁଛି ଦାନା

ଭୁବନେଶ୍ବର: ହାବେଳିଖାଟି ନେଚର କ୍ୟାମ୍ପରେ ଲ୍ୟାଣ୍ଡଫଲ ପରେ ଏବେ ଉତ୍ତର-ଉତ୍ତର-ପଶ୍ଚିମକୁ ଗତି କରୁଛି ଦାନା । ଘଣ୍ଟାପ୍ରତି 12 କିମି ବେଗରେ ଗତି କରିବା ସହ ଧାମରା ଠାରୁ ଉତ୍ତରରେ 15 କିମି ଓ ହାବେଳିଖାଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି। ଏବେ ବି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଘଣ୍ଟେ ରୁ 2 ଘଣ୍ଟା ଆହୁରି ପ୍ରକ୍ରିୟା ଜାରି ରହିଛି । ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ନେଇ ସମ୍ଭାବନା ରହିଛି ।

Last Updated : 53 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.