ETV Bharat / state

ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର - bali yatra 2024

author img

By ETV Bharat Odisha Team

Published : Sep 5, 2024, 3:13 PM IST

Bali Yatra 2024: ଆସନ୍ତା ନଭେମ୍ବର 15ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏଥର ଭିଡ଼କୁ ନେଇ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯିବ । ଚଳିତ ବର୍ଷ ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବୃଦ୍ଧି କରାଯିବ । ଅଧିକ ପଢନ୍ତୁ

BALI YATRA 2024
BALI YATRA 2024 (Etv Bharat)

କଟକ: ଆସନ୍ତା ନଭେମ୍ବର 15 ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ବୃଦ୍ଧି ପାଇବ ବାଲିଯାତ୍ରାର ଷ୍ଟଲ ସଂଖ୍ୟା । ବଡ଼ କଥା ହେଉଛି, ବୁଧବାର, ଶୁକ୍ରବାର ଓ ରବିବାର ଭିଡ଼କୁ ନେଇ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱର ଦେଇଛି କଟକ ଜିଲ୍ଲା ପ୍ରଶାସନ । ଏହି କ୍ରମରେ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ରହିବ ଗ୍ରୀନ କରିଡର । ଏହି ଗ୍ରୀନ କରିଡରକୁ ଭିଡ଼ ସମୟ ଜରୁରୀ କାଳୀନ ଯାତାୟତ ପାଇଁ ବ୍ୟବହାର କରାଯିବ । ଏହା ସହିତ ପାର୍କିଂ ଷ୍ଟଲ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଲକ୍ଷ ରଖିଛି ପ୍ରଶାସନ ।

BALI YATRA 2024 (Etv Bharat)

ଏହା ମଧ୍ୟ ପଢନ୍ତୁ-ସିଲଭରସିଟିରେ ଖୁସିର ଲହରୀ, ବାଲିଯାତ୍ରା ପାଇବ ଅନ୍ତର୍ଜାତୀୟ ମାନ୍ୟତା ! - International Status Of Baliyatra

ବାଲିଯାତ୍ରାରେ ବଢିବ ଷ୍ଟଲ ସଂଖ୍ୟା:

ଚଳିତ ବର୍ଷ ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବୃଦ୍ଧି କରାଯିବ । ଓରମାସ ଷ୍ଟଲ ସଂଖ୍ୟା 500କୁ ବୃଦ୍ଧି ପାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷ କରି ଓରମାସ ଓ ପଲିଶ୍ରୀ ମେଳା ଭଳି ଷ୍ଟଲ ଗୁଡିକକୁ ଗୋଟିଏ ସ୍ଥାନରେ ସ୍ଥାନୀତ କରାଯିବ । ଏହା ବ୍ୟତୀତ ବାଲିଯାତ୍ରାରେ ବିକ୍ରି ହେଉ ଥିବା ଖାଦ୍ୟ ସାମଗ୍ରୀର ଷ୍ଟଲ ଗୁଡିକରେ ପରିଷ୍କାର ପରିଚ୍ଛନତା ସହିତ ହାଇଜିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସେହିପରି ବାଲିଯାତ୍ରା ସମୟରେ କୌଣସି ଦିନ ଭାରତୀୟ ନେଭି ପ୍ରଦର୍ଶନ କରିବ ସ୍ୱତନ୍ତ୍ର କଲା କୌଶଳ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଥିବା ଏହି ବୈଠକରେ ଏହି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରା ଅନିୟମିତତାରେ ମେୟରଙ୍କ ସଫେଇ, ସହର ଉନ୍ନତିରେ ବାଧା ଦେଉଛନ୍ତି ମୋକିମ

‘ଲୋକଙ୍କ ମନୋରଞ୍ଜନ ଉପରେ ଧ୍ୟାନ ଦିଆଯିବ’

କେନ୍ଦ୍ରାଞ୍ଚଳ RDC ବି ପରମେଶ୍ୱରମଙ୍କ ଅଧ୍ୟକ୍ଷତାରେ ଗତକାଲି ବୈଠକ ଆୟୋଜିତ ହୋଇଥିଲା । ଚଳିତବର୍ଷ ବାଲିଯାତ୍ରାରେ ରାତି ଭଳି କିଭଳି ଦିନରେ ବି ଲୋକଙ୍କ ମନୋରଞ୍ଜନ କରାଯାଇ ପାରିବ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଏହି ଐତିହାସିକ ବାଣିଜ୍ୟ ମେଳା ୭ରୁ ୮ଦିନ ଧରି ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥାଏ । ଏହି ମେଳାରେ ରାଜ୍ୟ ସମେତ ଦେଶ ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଆଉ ଅନ୍ତର୍ଜାତୀୟ ମାନ୍ୟତା ମିଳିଲେ ଏହାର କଳେବର ବୃଦ୍ଧି ପାଇବ ବୋଲି ଆଶା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.